ETV Bharat / state

୧୩୦୦କିମି ସାଇକେଲ ଯାତ୍ରାରେ ବାହାରିଥିବା ଟୁର ଡେ କଳିଙ୍ଗ ଟିମକୁ ସମ୍ୱର୍ଦ୍ଧନା

author img

By

Published : Dec 13, 2022, 1:19 PM IST

ସାଇକେଲ ଯାତ୍ରା ଦଳକୁ ସମ୍ବର୍ଦ୍ଧନା । ୧୩୦୦କିମି ସାଇକେଲ ଯାତ୍ରାରେ ବାହାରିଥିବା ଟୁର ଡେ କଳିଙ୍ଗ ଟିମକୁ ବ୍ରହ୍ମପୁର ସମ୍ୱର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ

୧୩୦୦କିମି ସାଇକେଲ ଯାତ୍ରାରେ ବାହାରିଥିବା ଟୁର ଡେ କଳିଙ୍ଗ ଟିମକୁ ସମ୍ୱର୍ଦ୍ଧନା
୧୩୦୦କିମି ସାଇକେଲ ଯାତ୍ରାରେ ବାହାରିଥିବା ଟୁର ଡେ କଳିଙ୍ଗ ଟିମକୁ ସମ୍ୱର୍ଦ୍ଧନା
ସାଇକେଲ ଯାତ୍ରାରେ ବାହାରିଥିବା ଟୁର ଡେ କଳିଙ୍ଗ ଟିମକୁ ସମ୍ୱର୍ଦ୍ଧନା

ବ୍ରହ୍ମପୁର: ୧୩୦୦ କିମି ସାଇକେଲ ଯାତ୍ରା ଲକ୍ଷ୍ୟ ନେଇ ବାହାରିଥିବା ଟୁର ଡେ କଳିଙ୍ଗ ଟିମକୁ ସମ୍ବର୍ଦ୍ଧନା ଦିଆଯାଇଛି । ୧୩ ଦିନରେ ୧୩୦୦ କିମି ସାଇକେଲ ଯାତ୍ରା କରିବାର ଲକ୍ଷ୍ୟ ନେଇ ବାହାରିଛି ଟୁର ଡେ କଳିଙ୍ଗ ଟିମ୍ । ବ୍ରହ୍ମପୁରରେ ପହଞ୍ଚିବା ପରେ ଦଳକୁ ସମ୍ବର୍ଦ୍ଧନା ଦିଆଯାଇଛି। ରୁଟସ ଅଫ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ହାଇ ଫାଇଭ ସୋସିଆଲ ଇନୋଭେସନ, ମିଶନ ଓଡ଼ିଶା ସହଯୋଗରେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହୋଇଛି ଚତୁର୍ଥ ସଂସ୍କରଣର ଯାତ୍ରା ।

ପର୍ଯ୍ୟଟନସ୍ଥଳୀକୁ ବିଶ୍ବ ସ୍ତରରେ ପରିଚିତ କରିବା ସହ ବିଭିନ୍ନ ସଚେତନତା ବାର୍ତ୍ତା ନେଇ ସାରା ରାଜ୍ୟ ଭ୍ରମଣ ପାଇଁ ବାହାରିଥିବା ଟୁର ଡେ କଳିଙ୍ଗ ସାଇକଲ ଟିମକୁ ବ୍ରହ୍ମପୁର ସହରର ରାଜସ୍ବ ନିରୀକ୍ଷଣ ବଙ୍ଗଳାଠାରେ ଅତିଥି ଭାବେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶ୍ରବଣ ବିବେକ ଏମଓ ଡ଼ିଏଫଓ ଅମ୍ଲାନ ନାୟକ ଯୋଗ ଦେଇ ଏଭଳି ପ୍ରୟାସକୁ ସ୍ବାଗତ କରିବା ସହ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ପରିବେଶ ସୁରକ୍ଷା, ବିଶ୍ବ ତାପାୟନ ଓ ଡ୍ରଗସ ଅପବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । 11 ତାରିଖରୁ ଭୁବନେଶ୍ବରରୁ ବାହାରି ଥିବା ଏହି ୨୦ ଜଣିଆ ଦଳ ଟୁର ଡି କଳିଙ୍ଗର ପ୍ରତିଷ୍ଠାତା ସୁଧୀର କୁମାର ଦାସଙ୍କ ନେତୃତ୍ବରେ ବ୍ରହ୍ମପୁରରେ ପହଞ୍ଚିଥିଲା । ଏହି ଟିମ୍ ସାତପଡ଼ା ଦେଇ ବ୍ରହ୍ମପୁରରୁ ଚନ୍ଦ୍ରଗିରି, ପାରଳାଖେମୁଣ୍ଡି, ରାୟଗଡା, କୋରାପୁଟ, ଦେଓମାଳି ଯାତ୍ରା କରିବ । ଫେରିବା ସମୟରେ ବିଶମକଟକ, ଦାରିଙ୍ଗବାଡି ,ଫୁଲବାଣୀ, ନୟାଗଡ଼, ଖୋର୍ଦ୍ଧା ଅତିକ୍ରମ କରି ଚଳିତ ମାସ ୨୩ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ଦିଆଯାଇଛି । ପ୍ରକୃତିକୁ ଉପଭୋଗ କରିବାର ଶ୍ରେଷ୍ଠ ଉପାୟ ଚାଲିଚାଲି କିମ୍ବା ସାଇକେଲ ଯାତ୍ରା ବୋଲି ଏଥିରେ ଅଂଶଗ୍ରହଣ କରିଥିବା ଯାତ୍ରୀମାନେ ନିଜ ପ୍ରତିକ୍ରିୟାରେ ପ୍ରକାଶ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.