ETV Bharat / state

କୋରୋନା କଟକଣା ପାଇଁ ବ୍ୟାଙ୍କ କାର୍ଯ୍ୟ ନିର୍ଘଣ୍ଟରେ ହେଲା ପରିବର୍ତ୍ତନ

author img

By

Published : Apr 22, 2020, 11:56 AM IST

ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାରେ କୋରୋନା ପାଇଁ ନିର୍ଦ୍ଧାରିତ ହୋଇଥିବା ନିୟମାବଳୀ ପରିପ୍ରେକ୍ଷୀରେ ସାମାଜିକ ଦୂରତ୍ୱକୁ କଡାକଡି ପାଳନ କରିବା ଏବଂ ଗ୍ରୀଷ୍ମ ପ୍ରବାହରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ ମାନଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ନିର୍ଘଣ୍ଟ ଜାରି କରିଛନ୍ତି ।

କୋରୋନା କଟକଣା ପାଇଁ  ବ୍ୟାଙ୍କ କାର୍ଯ୍ୟ ନିର୍ଘଣ୍ଟରେ ହେଲା ପରିବର୍ତ୍ତନ
କୋରୋନା କଟକଣା ପାଇଁ ବ୍ୟାଙ୍କ କାର୍ଯ୍ୟ ନିର୍ଘଣ୍ଟରେ ହେଲା ପରିବର୍ତ୍ତନ

ବ୍ରହ୍ମପୁର: ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାଙ୍କ ମାନଙ୍କ ପାଇଁ ପରିବର୍ତ୍ତିତ କାର୍ଯ୍ୟ ନିର୍ଘଣ୍ଟ ଜାରି ହୋଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରଦତ୍ତ ଆଦେଶ କ୍ରମେ ବ୍ୟାଙ୍କ କାର୍ଯ୍ୟ ନିର୍ଘଣ୍ଟ ପ୍ରତ୍ୟହ ପୂର୍ବାହ୍ନ ୭ ଘଣ୍ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । କିନ୍ତୁ ଗ୍ରାହକ ସେବା ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ଏଥି ସହିତ ସମସ୍ତ ଗ୍ରାହକ ଯେପରି ସାମାଜିକ ଦୂରତ୍ୱ ଅବଲମ୍ବନ କରିବେ ତାହା ସଂପୃକ୍ତ ବ୍ୟାଙ୍କ ସୁନିଶ୍ଚିତ କରିବେ । ଗ୍ରାହକ ମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ବ୍ୟାଙ୍କରେ ଅଧିକ ଗହଳି ନ କରିବା ପାଇଁ କୁହାଯାଇଛି । ଏହି ନିୟମ ଜିଲ୍ଲାର ସମସ୍ତ ଜାତୀୟକରଣ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ପ୍ରତି ଅବିଳମ୍ବେ ଲାଗୁ ହେବ । କିନ୍ତୁ ଗ୍ରାହକ ସେବା ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ଏପ୍ରିଲ ୨୨ ତାରିଖ ଠାରୁ ସମସ୍ତ ବ୍ୟାଙ୍କ ହି ସମୟ ନିର୍ଘଣ୍ଟ ମୁତାବକ କାର୍ଯ୍ୟ କରିବେ । ଯେଉଁ ବ୍ୟାଙ୍କ କୋରୋନା ନିୟମାବଳୀକୁ ଅମାନ୍ୟ କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚାଇ ଦେଇଛନ୍ତି ।

ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.