ETV Bharat / state

ଦଶ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ବୃଦ୍ଧ ଦମ୍ପତି: ମିଳୁନି ଜମି, ରାସ୍ତାରେ କଟୁଛି ଦିନ - ବୃଦ୍ଧ ଦମ୍ପତ୍ତି

ରାସ୍ତାକଡ଼ରେ ଅସହାୟ ଭାବେ ପଡି ରହିଛନ୍ତି ବୃଦ୍ଧ ଦମ୍ପତି । ଦିନେ କି ଦୁଇ ଦିନ ନୁହେଁ । ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିଜ ଜମି ପାଇଁ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଘୁରି ବୁଲୁଛନ୍ତି ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ଏହି ଦମ୍ପତି । ଅଧିକ ପଢନ୍ତୁ...

ଦଶ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ବୃଦ୍ଧ ଦମ୍ପତ୍ତି; ମିଳୁନି ଜମି, ରାସ୍ତାରେ କଟୁଛି ଦିନ

author img

By

Published : Dec 29, 2020, 3:47 PM IST

ବ୍ରହ୍ମପୁର: ରାସ୍ତାକଡ଼ରେ ଅସହାୟ ଭାବେ ପଡିରହିଛନ୍ତି ବୃଦ୍ଧ ଦମ୍ପତି । ଦିନେ କି ଦୁଇ ଦିନ ନୁହେଁ । ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଘୁରି ବୁଲୁଛନ୍ତି ଏମାନେ। ହେଲେ ଦୁଃଖ ଶୁଣିବାକୁ କେହି ନାହିଁ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳର ହରିଶ ଚନ୍ଦ୍ର ପ୍ରଧାନ ଏବଂ ତାଙ୍କ ପତ୍ନୀ ପ୍ରତିମା ପ୍ରଧାନ । କି ଖରା, କି ବର୍ଷା ଓ କି ଶୀତ । ନିଜର ଜମିକୁ ପାଇବା ପାଇଁ ଆରଆଇଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଦୌଡି ଦୌଡ଼ି ନୟାନ୍ତ ହେଲେଣି । ହେଲେ ଏଯାଏଁ ସମସ୍ୟାର ହୋଇପାରୁନି ସମାଧାନ । ଏଭଳି ସମୟରେ ସ୍ବାମୀଙ୍କ ରୋଗାଗ୍ରସ୍ତ ଶରୀର । ଦି ଓଳି ଦୁଇ ମୁଠା ଖାଇବାକୁ ଅସମର୍ଥ, ସ୍ବାମୀର ଚିକିତ୍ସା ବି କରିବେ କେମିତି । ସେହି ଚିନ୍ତାରେ ପାର୍ବତୀ ।

ଦଶ ବର୍ଷ ଧରି ନ୍ୟାୟ ଅପେକ୍ଷାରେ ବୃଦ୍ଧ ଦମ୍ପତ୍ତି; ମିଳୁନି ଜମି, ରାସ୍ତାରେ କଟୁଛି ଦିନ

ନିଜର ପରିବାର କହିଲେ 6ଟି ଝିଅ ଓ ଦୁଇଟି ପୁଅ । ହେଲେ ଦୁଇ ପୁଅ ବି ଏହି ଜମି ପାଇଁ ହାତ ଛାଡିଦେଇଛନ୍ତି । ଅସହାୟ ବୃଦ୍ଧ ହରିଶ ଚନ୍ଦ୍ରଙ୍କ ଗ୍ରାମରେ ରହିଛି ଅନେକ ଜମି । ହେଲେ ଏହାକୁ କୌଶଳକ୍ରମେ କୁଆଡେ ହାତେଇ ନେଇଛନ୍ତି ଭାଇମାନେ । ଶେଷରେ ନିଜ ଜମି ପାଇବାକୁ ବର୍ଷ ବର୍ଷ ସଂଘର୍ଷ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବୁଲିବା ପରେ ସମ୍ବଲପୁରର ପୁରାତନ ଜିଲ୍ଲାପାଳଙ୍କୁ ଖୋଜି ଖୋଜି ଏବେ ବ୍ରହ୍ମପୁରରେ ପହଞ୍ଚିଛନ୍ତି ଏହି ଦମ୍ପତି ।

ହରିଶ ପୂର୍ବରୁ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବାବେଳେ ସେ ରୋଗାକାନ୍ତ ହୋଇ ଚାକିରୀ ଛାଡି ଦେଇଥିବାରୁ ପେନସନ୍ ବ୍ୟବସ୍ଥା ମଧ୍ୟ ହୋଇପାରିନଥିବା କୁହାଯାଇଛି । ଅନ୍ୟପଟେ ଏହି ବୃଦ୍ଧ ଓ ବୃଦ୍ଧା ବ୍ରହ୍ମପୁର ରେଳଷ୍ଟେସନରେ ଓହ୍ଲାଇ ୨ ନଂ ପ୍ଳାର୍ଟଫର୍ମରେ ବସିଥିବା ବେଳେ ଅସହାୟତା ଦେଖି ତାଙ୍କୁ ପ୍ଳାର୍ଟଫର୍ମ ବାହାରକୁ ଆଣି ରଖିଥିଲେ ବୋଲି କହିଛନ୍ତି ଷ୍ଟେସନରେ କାର୍ଯ୍ୟରତ କୁଲି ମାନେ । ଗୋଟିଏ ପଟେ ବୃଦ୍ଧ ଦମ୍ପତିଙ୍କ ଅସହାୟତା । ଅନ୍ୟପଟେ ଖୋଲାଆକାଶ ତଳେ ଜୀବନ ବିତାଉଥିବା ଖବର ଜାଣିବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.