ETV Bharat / state

ବାରହା ଫାଶରୁ ଉଦ୍ଧାର କଲରାପତରିଆର ଶେଷକୃତ୍ୟ ସମ୍ପନ୍ନ

ଗଞ୍ଜାମ ଜିଲ୍ଲାର ବୁଗୁଡା ରେଞ୍ଜ ଅଧିନସ୍ଥ ନଗୁଡ଼ୁ ଗ୍ରାମ ନିକଟ ବଡପାହାଡ଼ରୁ ଗତକାଲି ବାରାହା ଫାଶରୁ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ପରେ ନିୟମ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି

author img

By

Published : Jan 29, 2021, 2:52 PM IST

ବାରାହା ଫାଶରୁ ଉଦ୍ଧାର ହୋଇଥିବା କଲରାପତରିଆର ଶେଷକୃତ୍ୟ ସମ୍ପନ୍ନ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ବୁଗୁଡା ରେଞ୍ଜ ଅଧିନସ୍ଥ ନଗୁଡ଼ୁ ଗ୍ରାମ ନିକଟ ବଡପାହାଡ଼ରୁ ଗତକାଲି ବାରାହା ଫାଶରୁ ଉଦ୍ଧାର ହୋଇଥିବା କଲରାପତରିଆ ବାଘର ମୃତ୍ୟୁ ପରେ ନିୟମ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଶୁକ୍ରବାର ଦକ୍ଷିଣାଞ୍ଚଳ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ସରକାରଙ୍କ ନିୟମ ଅନୁଯାୟୀ ବୁଗୁଡା ରେଞ୍ଜ କାର୍ଯ୍ୟାଳୟ ପରିସରରେ ହିଁ ବାଘର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ଗତକାଲି(ଗୁରୁବାର) ବୁଗୁଡା ବନାଞ୍ଚଳ ନଗୁଡ଼ୁ ଗ୍ରାମ ନିକଟରେ ବାରହା ଶିକାର ପାଇଁ ଲାଗିଥିବା ଫାସରେ ପଡିଯାଇଥିଲା ଏହି କଲରା ପତରିଆ ବାଘ । ଦୀର୍ଘ ସମୟ ଧରି ଫାସରେ ପଡି ଛଟପଟ ହେଉଥିବା ବାଘକୁ ଦେଖିବା ପରେ ବନ ବିଭାଗର ଏକ ଟିମ ବାଘକୁ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ଉଦ୍ଧାର ପରେ ବାଘକୁ କିରିଆମ୍ବା ଜଙ୍ଗଲରେ ଛାଡିବାକୁ ଯୋଜନା କରିଥିଲା ବନବିଭାଗ କିନ୍ତୁ ତା' ପୂର୍ବରୁ ବାଘଟିର ମୃତ୍ୟୁ ଘଟିଥିଲା । ଆଜି ବାଘଟିର ବ୍ୟବଚ୍ଛେଦ କରି ବୁଗୁଡ଼ା କାର୍ଯ୍ୟାଳୟରେ ପୋତି ଦିଆଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.