ETV Bharat / state

ଚିଟଫଣ୍ଡ ମାମଲା: ଦିନିକିଆ ରିମାଣ୍ଡରେ ଛତ୍ରପୁରରେ ହାଜର ହେଲେ AT ମୁଖ୍ୟ ଓ 2 ସହଯୋଗୀ

author img

By

Published : Nov 24, 2020, 12:36 PM IST

ଏକ ଚିଟଫଣ୍ଡ ମାମଲାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଦିନିକିଆ ରିମାଣ୍ଡରେ ହାଜର ହେଲେ ଅର୍ଥ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ ଓ ତାଙ୍କ 2 ସହଯୋଗୀ । ଅଧିକ ପଢନ୍ତୁ...

ଦିନିକିଆ ରିମାଣ୍ଡରେ ଛତ୍ରପୁରରେ ହାଜର ହେଲେ ଏଟି ଚିଟ୍ ଫଣ୍ଡ ମୁଖ୍ୟ ପ୍ରଦୀପ ଓ 2 ସହଯୋଗୀ

ବ୍ରହ୍ମପୁର: ଏକ ଚିଟଫଣ୍ଡ ମାମଲାରେ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଦିନିକିଆ ରିମାଣ୍ଡରେ ହାଜର ହେଲେ ଅର୍ଥତତ୍ବ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀ ଓ ତାଙ୍କ 2ସହଯୋଗୀ । ପ୍ରଦୀପଙ୍କ ସହିତ ହାଜର ହୋଇଥିବା 2 ସହଯୋଗୀ ହେଲେ ଶ୍ରୀକୃଷ୍ଣ ପାଢ଼ୀ ଓ ମନୋଜ ପଟ୍ଟନାୟକ । ଏକ ଠକେଇ ମାମଲାରେ ଛତ୍ରପୁର ପୋଲିସ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା । ଏହି ତିନି ଜଣ ଚିଟଫଣ୍ଡ ଦୁର୍ନୀତିରେ ଗିରଫ ହୋଇ ଝାରପଡା ଜେଲରେ ଅଛନ୍ତି ।

ଛତ୍ରପୁର ଥାନା ଅନ୍ତର୍ଗତ କଣମଣା ଗ୍ରାମର ଦେବରାଜ ସାହୁ ଛତ୍ରପୁର ସ୍ଥିତ ଅର୍ଥତତ୍ବ ଶାଖାରେ ଗତ ୧ ଡିସେମ୍ବର ୨୦୧୦ରେ ଏକ ଲକ୍ଷ ଟଙ୍କା ଜମା କରିଥିଲେ । ପରେ ଉକ୍ତ ସଂସ୍ଥା ନଭେମ୍ବର ୨୦୧୨ରୁ ବନ୍ଦ ହୋଇଯାଇଥିଲା । ଏହା ଜାଣିବା ପରେ ଜମାକାରୀ ଦେବରାଜ ସାହୁ ଏହି ସଂସ୍ଥା ବିରୋଧରେ ୧୦ ମେ ୨୦୧୩ରେ ଛତ୍ରପୁର ଥାନାରେ ଏତଲା ଦେଇଥିଲେ ।

ପୋଲିସ ୧୨୦ବି, ୪୨୦ ,୪୬୮ ,୪୭୧ , ୩୪ ଆଇପିସି ଏବଂ ସେକ୍ସନ ୪,୫,୬ ରେ ପ୍ରାଇସ୍ ଚିଟ୍ ଏଣ୍ଡ ମନି ସକ୍ୟୁଲେସନ୍ ଧାରାରେ ଏକ ମାମଲା ରୁଜୁ କରିଥିଲା । ଏ ନେଇ ଛତ୍ରପୁର ଥାନା ପୋଲିସ ପୂର୍ବରୁ ଏଟି ମୁଖ୍ୟଙ୍କ ସମେତ ମୋଟ ତିନି ଜଣକୁ ରିମାଣ୍ଡରେ ଆଣିବା ପାଇଁ ସରକାରୀ ଓକିଲଙ୍କ ଜରିଆରେ ଛତ୍ରପୁର ଏସଡିଜେଏମଙ୍କ ନିକଟରେ ଆବେଦନ କରିଥିଲେ । ଆଉ ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ଦିନିକିଆ ରିମାଣ୍ଡରେ ନେବା ପରେ କୋର୍ଟରେ ହାଜର କରିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.