ETV Bharat / state

ବାରମ୍ବାର ବଦଳି ଯୋଗୁଁ ଧାରଣା ଦେଲେ ଶିକ୍ଷୟିତ୍ରୀଙ୍କ ସପରିବାର

ବାରମ୍ବାର ବଦଳି କରି ଶିକ୍ଷୟିତ୍ରୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରି ଧାରଣା ଦେଲେ ସପରିବାର । ଅଧିକ ପଢନ୍ତୁ

author img

By

Published : Dec 8, 2022, 9:19 PM IST

ବାରମ୍ବାର ବଦଳି ଯୋଗୁଁ ଧାରଣା ଦେଲେ ଶିକ୍ଷୟିତ୍ରୀଙ୍କ ସପରିବାର
ବାରମ୍ବାର ବଦଳି ଯୋଗୁଁ ଧାରଣା ଦେଲେ ଶିକ୍ଷୟିତ୍ରୀଙ୍କ ସପରିବାର

ବ୍ରହ୍ମପୁର: ବାରମ୍ବାର ବଦଳି କରି ଶିକ୍ଷୟିତ୍ରୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରି ଧାରଣା ଦେଲେ ସପରିବାର । ବ୍ରହ୍ମପୁର ସହରର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅଭିଯୋଗ କରି ଧାରଣା ସହ ଅନଶନରେ ବସିଛନ୍ତି ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ଅକଲିମ ବେଗମ ।

ସୂଚନା ଅନୁଯାୟୀ, ୨୦୦୬ ମସିହାରେ ଶିକ୍ଷୟିତ୍ରୀ ଜଣଙ୍କ ନିଯୁକ୍ତି ପାଇଥିବା ବେଳେ ତାଙ୍କୁ ଇତି ମଧ୍ୟରେ ୧୬ ବର୍ଷରେ ୮ ଥର ବଦଳି କରାଯିବା ସହ ନା ନା ହଇରାଣ ହରକତ କରାଯାଉଥିବା ବେଳେ ସରକାରୀ ନିୟମ ଅନୁଯାୟୀ ତାଙ୍କୁ ଦରମା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ କରିଛନ୍ତି ।

ତେବେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡା ନିକଟସ୍ଥ ଘାଟିପରି ହାଇସ୍କୁଲ କୁ ଡେପୁଟେସନ ଅର୍ଡର କରାଯାଇ ପଠାଯାଇଥିବା ଶିକ୍ଷୟତ୍ରୀ ଅକଲିମ୍ ବେଗମ୍ ଜଣେ ପି.ସି.ଏମ୍ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ବାରମ୍ବାର ଗୋଟିଏ ସ୍ଥାନରୁ ମିଥ୍ୟା ଅଭିଯୋଗ ଆଣି ଅନ୍ୟତ୍ର ବଦଳି କରାଯାଉଥିବା ଯୋଗୁଁ ସେ ଆର୍ଥିକ , ମାନସିକ ଓ ଶାରୀରିକ ଯନ୍ତ୍ରଣା ପାଉଥିବା ଯୋଗୁଁ ତୁରନ୍ତ କୌଣସି ଗୋଟିଏ ସ୍ଥାନରେ ନିଯୁକ୍ତ କରିବା ସହିତ ଶିକ୍ଷୟିତ୍ରୀ ପାଇଁ ସରକାର ଙ୍କ ରହିଥିବା ପ୍ରକୃତ ଦରମା ପ୍ରଦାନ କରିବାକୁ ଦାବି କରିବା ପର୍ଯ୍ୟନ୍ତ ଏହିଭଳି ଅନଶନରେ ବସି ରହିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.