ETV Bharat / state

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା; ଗର୍ଜିଲା ଯୁବ କଂଗ୍ରେସ - ODISHA YOUTH CONGRESS PROTEST

ଓଡ଼ିଆ ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇଛି ଦଳ । ଗିରଫ ଦାବିରେ ରାଜଭବନ ଘେରାଉ ।

ODISHA YOUTH CONGRESS PROTEST
ODISHA YOUTH CONGRESS PROTEST (ETV Bharat Odisha)
author img

By ETV Bharat Odisha Team

Published : Oct 7, 2024, 6:48 PM IST

ଭୁବନେଶ୍ବର: ଓଡ଼ିଆଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ । ରାଜଧାନୀରେ ଗର୍ଜିଲା ଯୁବ କଂଗ୍ରେସ । ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଫେରିଲା ଓଡ଼ିଆ ଅସ୍ମିତାର କଥା । ଓଡ଼ିଆ ଅସ୍ମିତାର ସୁରକ୍ଷା ଦାବି କରି ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଓ । ପୁରୀରେ ଓଡ଼ିଆ ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ପ୍ରସଙ୍ଗ କରି ରାଜରାସ୍ତାକୁ ଓହ୍ଲାଇଛି ଦଳ । ଭୁବନେଶ୍ୱରରେ ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବିରେ ଯୁବ କଂଗ୍ରେସର କର୍ମୀ ଓ ନେତା ବିକ୍ଷୋଭ ସହ ରାଜଭବନ ଘେରାଓ ।

କଂଗ୍ରେସର ରାଜଭବନ ଘେରାଓ:

ODISHA YOUTH CONGRESS PROTEST (ETV Bharat Odisha)
ରାଜ୍ୟପାଳ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି । ଜଣେ ଓଡ଼ିଆ ପୁଅଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ ହେଲେ ରାଜ୍ୟ ସରକାର କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛି ଦଳ । ସେହିପରି ସରକାର ଏପର୍ଯ୍ୟନ୍ତ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା କ'ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ । ଓଡ଼ିଆ ପ୍ରୀତି କୁଆଡେ ଗଲା ? ଓଡ଼ିଆ ଅସ୍ମିତା କୁଆଡେ ଗଲା ? ସରକାର ତୁମେ ଜବାବ ଦିଅ,ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବା ଆମର ଦାବି, ଏଭଳି ସ୍ଲୋଗାନ ଦେଇ ଆଜି ରାଜଭବନ ଘେରିଛି ଯୁବ କଂଗ୍ରେସ ।

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା:

ODISHA YOUTH CONGRESS PROTEST
ODISHA YOUTH CONGRESS PROTEST (ETV Bharat Odisha)

ପୁରୀରେ ଓଡ଼ିଆ ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ପୁଣି ପ୍ରସଙ୍ଗ କରି ରାଜ ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱରରେ ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବିରେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୂର୍ବତନ ଯୁବ କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି,"ଜଣେ ଓଡ଼ିଆ ପୁଅଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲା ହେଲେ ରାଜ୍ୟ ସରକାର କାହିଁକି ଚୁପ ବସିଛନ୍ତି ? ସରକାର ଏପର୍ଯ୍ୟନ୍ତ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା କ'ଣ ଓଡ଼ିଆ ଅସ୍ମିତା ? କାହା ଚାପରେ ଗିରଫ କଲେ ନାହିଁ । ଜିଲ୍ଲାପାଳଙ୍କ ଅନୁଧ୍ୟାନ କଥା କ'ଣ ହେଲା । "

ଏହା ମଧ୍ୟ ପଢନ୍ତୁ ....ଗୃହରେ ASO ମାଡ଼ ଝଡ: ନବୀନଙ୍କ ନିଶାନାରେ ମୋହନ ସରକାର, ଆଇନ ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧର - ASO ASSAULT CASE In Assembly

ଏହା ମଧ୍ୟ ପଢନ୍ତୁ ....ASOଙ୍କୁ ଆକ୍ରମଣ ଘଟଣା: ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି, ବିଧାନସଭା ଆଗରେ 'ସିପାହୀ ବିଦ୍ରୋହ' - ASO Assault case

ଏହା ମଧ୍ୟ ପଢନ୍ତୁ .... ରାଜ୍ୟପାଳଙ୍କ ପୁଅ ନାଁରେ ସଙ୍ଗୀନ ଅଭିଯୋଗ ! ‘ଦାମୀ ଗାଡି ନ ପଠାଇବାରୁ ASOଙ୍କୁ ନିର୍ଦ୍ଧୁମ ମାଡ’, ମାମଲା ରୁଜୁ - Complaint against Governor Son

'ରାଜ୍ୟପାଳ ନିଜ ପଦର ଅପବ୍ୟବହାର କରିଛନ୍ତି ':

ସେ ଆହୁରି ମଧ୍ୟ କହିଛନ୍ତି,"ଯଦି ରାଜ୍ୟପାଳଙ୍କ ପୁଅକୁ ଗିରଫ କରାନଯାଏ । ତେବେ ରାଜ୍ୟପାଳଙ୍କୁ ବିରୋଧ କରିବ ଯୁବ କଂଗ୍ରେସ । 3ମାସ ବିତିଗଲା,ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଗଲା ନାହିଁ । ସାଧାରଣ ଲୋକ ସରକାରଙ୍କୁ ଆଉ ବିଶ୍ୱାସ କରୁନାହାନ୍ତି । ରାଜ୍ୟପାଳ ନିଜ ପଦର ଅପବ୍ୟବହାର କରିଛନ୍ତି । ସେଥିପାଇଁ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଉଛି। "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.