ETV Bharat / state

ସ୍ମାର୍ଟପାର୍କରେ ସପ୍ତାଶ୍ଚର୍ଯ୍ୟ ପ୍ରତୀକାତ୍ମକ ରୂପ, ଉତ୍ସାହିତ ଗଞ୍ଜାମବାସୀ - ଓଡିଶାରେ ସପ୍ତାଶ୍ଚର୍ଯ୍ୟ

ସ୍ମାର୍ଟ ପାର୍କରେ ନିର୍ମିତ ହେଉଛି ସପ୍ତାଶ୍ଚର୍ଯ୍ୟ ପ୍ରତୀକାତ୍ମକ ରୂପ । ତାଜମହଲ, ପିରାମିଡ,କଲେଜିୟମ ଓ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଭଳି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ସ୍ଥଳକୁ ଗଞ୍ଜାମ ଛତ୍ରପୁରର ପାର୍କରେ ନିର୍ମାଣ ଚାଲିଛି । ଏଣିକି ବିନା ଖର୍ଚ୍ଚରେ ଏହାର ମଜା ଉଠାଇ ପାରିବେ ଲୋକେ । ଅଧିକ ପଢନ୍ତୁ

seven Wonders
ସ୍ମାର୍ଟପାର୍କରେ ସପ୍ତାଶ୍ଚର୍ଯ୍ୟ ପ୍ରତୀକାତ୍ମକ ରୂପ
author img

By

Published : Jan 9, 2023, 3:58 PM IST

Updated : Jan 9, 2023, 5:33 PM IST

ସ୍ମାର୍ଟପାର୍କରେ ସପ୍ତାଶ୍ଚର୍ଯ୍ୟ ପ୍ରତୀକାତ୍ମକ ରୂପ

ଗଞ୍ଜାମ: ଏଣିକି ଗୋଟିଏ ସ୍ଥାନରେ ଦେଖିବାକୁ ମିଳିବ ବିଶ୍ବର ସପ୍ତାଶ୍ଚର୍ଯ୍ୟ ସ୍ଥଳ(World seven Wonders ) । ଯେଉଁମାନେ ଟଙ୍କା ଖର୍ଚ୍ଚ କରି ବାହାରକୁ ଯାଇ ପାରୁ ନାହାନ୍ତି ସେମାନେ ଏହାର ମଜା ନେଇପାରିବେ । ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଛି ଏକ ସ୍ମାର୍ଟପାର୍କ । ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ନିର୍ମାଣ ହେଉଛି ଏଭଳି ଏକ ସ୍ମାର୍ଟ ପାର୍କ । ଯେଉଁଠି ଗୋଟିଏ ସ୍ଥାନରେ ପାଖାପାଖି ହୋଇ ରହିଛି ତାଜମହଲ, ପିରାମିଡ, କଲେଜିୟମ, ଷ୍ଟାଚ୍ୟୁ ଅଫ୍ ଲିବର୍ଟି, ଏଫିଲ୍‌ ଟାୱାର, ଜୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତୀ ସହିତ ଗ୍ରେଟ୍ ୱାଲ୍ ଅଫ୍ ଚାଇନା । ପ୍ରାୟ ତିନି କୋଟି ଟଙ୍କା ବ୍ୟୟରେ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ସ୍ଥଳକୁ ଏଠାରେ ଅବିକଳ ଭାବେ ନିର୍ମାଣ କରାଯାଉଛି । ଏହାର କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବଶୀଘ୍ର ଏହା ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖସ୍ଥଳ ପାଲଟିବ ।

ସ୍ମାର୍ଟ ପାର୍କରେ ନିରାଣ ହେଉଥିବା ତାଜମହଲର ଉଚ୍ଚତା ୨୧ ଫୁଟ ରହିଥିବା ବେଳେ ଏହା ୩୮ ବର୍ଗ ଫୁଟ ସ୍ଥାନରେ ସ୍ଥାପିତ ହେବ । ଏପରିକି ତାଜମହଲ ସମ୍ମୁଖରେ ଫାଉଣ୍ଡନ୍ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ସାଜସଜ୍ଜା ସ୍ଥାନୀତ ହେବ । ସେହିପରି ୨୦ ବର୍ଗଫୁଟ ସ୍ଥାନରେ ପିରାମିଡ ନିର୍ମାଣ କରାଯାଉଥିବା ବେଳେ ଏହାର ଉଚ୍ଚତା ରହିଛି ୨୨ଫୁଟ । ସେହିପରି ଷ୍ଟାଚ୍ୟୁ ଅଫ୍ ଲିବର୍ଟି( Statue of liberty ) ଉଚ୍ଚତା ୨୮ ଫୁଟ ରହିଥିବା ବେଳେ କଲେଜିୟମର ଉଚ୍ଚତା ରହିଛି ୨୦ଫୁଟ । ୩୦ ଫୁଟ ଉଚ୍ଚତା ବିଶିଷ୍ଟ ଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତୀ ସ୍ଥାନ ପାଇଥିବା ବେଳେ ନିର୍ମାଣଧିନ ଏଫିଲ୍‌ ଟାୱାରର (Eiffel tower ) ଉଚ୍ଚତା ରହିଛି ୪୫ ଫୁଟ । ପରିଶେଷରେ ଗ୍ରେଟ୍ ୱାଲ୍ ଅଫ୍ ଚାଇନା (Great wall of china )ର ପ୍ରବେଶ ଓ ପ୍ରସ୍ଥାନକୁ ମିଶାଇ ମୋଟ 256 ଫୁଟ ରହିଥିବା ବେଳେ ଏହାର ଉଚ୍ଚତା ରହିଛି ୪୮ଫୁଟ ।

ବିଶ୍ୱର ଏହି ସପ୍ତାଶ୍ଚର୍ଯ୍ୟ ସ୍ଥଳ ଗୁଡିକୁ ଦେଖିବା ପାଇଁ ପ୍ରତେକ ଦିନ ଅନେକ ପର୍ଯ୍ୟଟକ ଦେଶ ତଥା ରାଜ୍ୟ ବାହାରକୁ ଯାତ୍ରା କରୁଛନ୍ତି । ଏହିସବୁ ସ୍ଥାନରେ ପର୍ଯ୍ୟଟକଙ୍କ ଖାଚଖଚ ଭିଡ ଜମୁଥିବା ବେଳେ ଏଣିକି ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରରେ ଏହି ସବୁ ସପ୍ତାଶ୍ଚାର୍ଯ୍ୟର ପ୍ରତୀକାତ୍ମକ ରୂପ ଦେଖିବାକୁ ପାଇ ପାରିବେ ଲୋକେ । ନିର୍ମାଣ ଚାଲିଥିବା ସ୍ମାର୍ଟପାର୍କ ପରିସରରେ ବିଶ୍ୱର ସପ୍ତାଶ୍ଚର୍ଯ୍ୟର ଏହି ପ୍ରତୀକାତ୍ମକ ରୂପକୁ ନେଇ ଲୋକଙ୍କୁ ଯେପରି ଆକୃଷ୍ଟ କରାଯାଇପାରିବ ତାହାରି ଉପରେ ବେଶ ଧ୍ୟାନ ଦିଆଯାଉଛି । ଏହି କାର୍ଯ୍ୟ ଶେଷ ହେଲେ ଜିଲ୍ଲା ତଥା ରାଜ୍ୟବାସିନ୍ଦାଙ୍କ ପାଇଁ ଏହା ଆକର୍ଷଣୀୟ କେନ୍ଦ୍ର ପାଲଟିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଅଞ୍ଚଳର ବାସିନ୍ଦା ।

୧.୫ ଏକର ପରିମିତ ଜମିରେ ଏହି ପାର୍କ ନିର୍ମାଣ କରାଯାଉଥିବା ବେଳେ ଏଥିରେ ଗୋଟିଏ ବାର୍ଡ ହାଉସ୍ , ବଟର୍ ଫ୍ଲାଏ ହାଉସ୍ , ମୁଜିକାଲ ଫାଉଣ୍ଟେନ୍ , ଶିବଙ୍କ ଏକ ବଡ ପ୍ରତିମୂର୍ତ୍ତି ସହିତ ଶିଶୁଙ୍କ ମନୋରଞ୍ଜନ ପାଇଁ ଏଠାରେ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି । ଗତ ଦୁଇ ବର୍ଷ ତଳେ ଗ୍ରେଟର ବ୍ରହ୍ମପୁର ପରିକଳ୍ପନା ସମୟରେ ଏଭଳି ଏକ ସ୍ମାର୍ଟ ପାର୍କ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରରେ ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ କରାଯିବାକୁ ଯୋଜନା କରାଯାଇଥିବା ବେଳେ ଏହି ନିର୍ମାଣ ଶେଷ ହେଲେ ଏହା ସାଧାରଣ ଜନତାଙ୍କ ପାଇଁ ଆମୋଦପ୍ରମୋଦ କେନ୍ଦ୍ରସ୍ଥଳ ପାଲଟିବ ବୋଲି କହିଛନ୍ତି ଛତ୍ରପୁରର ସ୍ଥାନୀୟ ବିଧାୟକ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 9, 2023, 5:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.