ETV Bharat / state

ସାବିତ୍ରୀ ଅମାବାସ୍ୟା ପୂର୍ବରୁ ସତ୍ୟବାନଙ୍କୁ ପିଟିପିଟି ମାରିଦେଲା ସୁରତ ପୋଲିସ - ପିଟିପିଟି ମାରି ଦେଲା ସୁରତ ପୋଲିସ

ଗଞ୍ଜାମ ଜିଲ୍ଲାର ସତ୍ୟବାନଙ୍କୁ ସୁରତରେ ପିଟିପିଟି ମାରି ଦେଲା ସୁରତ ପୋଲିସ ।

surat-police-killed-ganjam-boy-in-surat
ସାବିତ୍ରୀ ଅମାବାସ୍ୟା ପୂର୍ବରୁ ସତ୍ୟବାନଙ୍କୁ ପିଟିପିଟି ମାରିଦେଲା ସୁରତ ପୋଲିସ
author img

By

Published : May 19, 2020, 1:58 PM IST

ଭଞ୍ଜନଗର: କୋରୋନା ମହାମାରୀ ଯୋଗୁଁ ସାରାଦେଶ ଲକଡାଉନ ଇତି ମଧ୍ୟରେ ଲକଡାଉନକୁ ଦୁଇ ମାସ ବିତିବାକୁ ବସିଲାଣି ହେଲେ କାମଧନ୍ଦା ନ ପାଇ ପ୍ରବାସୀ ମାନେ ଭିଟାମାଟି ମୁହାଁ । କିଏ ସାଇକେଲରେ ଫେରୁଛିତ କିଏ ଭୋକ ଉପବାସରେ ଚାଲିଚାଲି ଫେରିବାକୁ ବାଧ୍ୟ ହେଉଛି । ପେଟର ଜ୍ବାଳା ଆଉ ଅଟକାଇ ପାରୁନାହାନ୍ତି ।

ଏଭଳି ସ୍ଥିତିରେ ଗୁଜରାଟର ସୁରତ ସହରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ନିଜ ଭିଟାମାଟିକୁ ଫେରିବାକୁ ଟ୍ରେନ ଟିକଟ ପାଇଁ ଗହଳି କରିଥିବା ବେଳେ ପୋଲିସ ଗୋଡ଼ାଇ ଥିଲା ସମସ୍ତେ ଦୌଡ଼ିଥିଲେ ସତ୍ୟବାନ ସହିତ ତାଙ୍କ କମ୍ପାନୀରେ ରହୁଥିବା ସମସ୍ତେ କମ୍ପାନୀ ଭିତରକୁ ପଳାଇଥିଲେ । ପୋଲିସ ତାଲା ଭାଙ୍ଗି କମ୍ପାନୀ ଭିତରେ ପଶି ପିଟିବା ଆରମ୍ଭ କରିଥିଲା । ହେଲେ ପୋଲିସ ହିତାହତ ଜ୍ଞାନ ଭୁଲିଯାଇ ସତ୍ୟବାନକୁ ନିସ୍ତୁକ ପିଟିଥିଲେ । ଗୁରୁତର ଅବସ୍ଥାରେ ମେଡିକାଲ ନେବା ବାଟରେ ତାର ପ୍ରାଣବାୟୁ ଉଡିଯାଇଥିଲା । ପୋଲିସ କମ୍ପାନୀକୁ ଖବର ଦେଇଥିଲା । ଖବର ପାଇ ସାଙ୍ଗସାଥି ପରିଜନ ସମସ୍ତେ ଦୌଡ଼ିଥିଲେ ଥାନାକୁ । ହେଲେ ଘଟଣା ସମସ୍ତେ ଦେଖିଛନ୍ତି ପୋଲିସ ଆଗରେ ମୁହଁ ଖୋଲିବାକୁ କାହାର ସାହସ ନାହିଁ ।

ଶବବ୍ୟବଛେଦ ପରେ ସେଠାରେହିଁ ସତ୍ୟବାନଙ୍କ ଶବ ସତ୍କାର କରାଯାଇଥିଲା । ହେଲେ ଏପଟେ ଗାଁରେ ସ୍ବାମୀର ଆସିବା ବାଟକୁ ଚାହିଁ ବସିଛନ୍ତି ମିନତୀ । ଏଭଳି ସ୍ଥିତିରେ ସାତ ବର୍ଷର ଭିନ୍ନକ୍ଷମ ପୁଅକୁ ଧରି କିପରି ଚଳିବେ ବୋଲି ବାହୁନି ବାହୁନି କାନ୍ଦୁଛନ୍ତି ମିନତୀ ।ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସେ ।

ଅନ୍ୟପଟେ ଏହି ଖବର ପ୍ରଘଟ ହେଲା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ତାପରେ ଅସହାୟ ପରିବାରକୁ ସମବେଦନା ଜଣାଇବାକୁ ରାଜ ନେତାଙ୍କ ସୁଅ ଛୁଟିଛି । ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆସି 50 ହଜାର ଟଙ୍କା ସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିପରି ବିଜେପିର ଏକ ପ୍ରତିନିଧି ଦଳ ଯାଇ ସମବେଦନା ଜଣାଇବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସାହାଯ୍ୟ ଯୋଗାଇବାକୁ ଦାବି କରିଥିଲେ ।

ଆଜି କଂଗ୍ରେସର ପ୍ରତିନିଧି ଦଳ ଯାହାକି ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହ ଆସି ମିନତିର ଏହି ଦୁଖଦଃ ସମୟରେ ଛିଡ଼ାହୋଇ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେବା ସହ 25ହଜାର ଟଙ୍କା ସାହାଯ୍ୟ କରିଥିଲେ । ସମସ୍ତ ରାଜ ନେତାଙ୍କ ପ୍ରତିଶୃତି ମିଳୁଛି ହେଲେ ମିନତିର ଶଙ୍ଖା ସିନ୍ଦୁରର ନ୍ୟାୟ ଓ ଭିର୍ଣ୍ଣକ୍ଷମ ପୁଅର ନ୍ୟାୟ କେବେ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.