ବ୍ରହ୍ମପୁର: ଗୁରୁବାର ଠାରୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ନିଗମ ସମେତ ଗଞ୍ଜାମ ଜିଲ୍ଲାର ୧୬ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ହିଞ୍ଜିଳିକାଟୁ ପୌରପାଳିକା ସମେତ 5ଗୋଟି ବ୍ଳକ ହେଡକ୍ବାର୍ଟରରେ ଆରମ୍ଭ ହୋଇଯାଇଛି ସଟଡାଉନ । ଏଭଳି ସମୟରେ ସମସ୍ତେ ନିଜ ଘରେ ରହି ସୁରକ୍ଷିତ ରହିବା ସହ 5ଦିନ ମଧ୍ୟରେ ଘରକୁ ଘର ବୁଲି ସ୍ବାସ୍ଥ ପରୀକ୍ଷା କରିବାକୁ ଆସିବାକୁ ଥିବା ସ୍ବାସ୍ଥ୍ୟଟିମକୁ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।
ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଙ୍ଗ କାର୍ଯ୍ୟକ୍ରମରେ ୨୦୦ ଶହ ଡାକ୍ତର ଟିମ୍କୁ ନିଯୁକ୍ତି କରାଯାଇଥିବା ବେଳେ ସେମାନେ ପ୍ରତ୍ୟେକ ଘରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଥିବାବେଳେ କେହି ଲକ୍ଷଣ ନଲୁଚାଇବା ପାଇଁ କହିଛନ୍ତି ଜିଲ୍ଲାପାଳ । ଜ୍ବର, କାଶ, ଦେହର ଅକ୍ସିଜେନ ଲେବଲ ଓ ପଲସ୍ ରେଟ କେତେ ଅଛି ତାହାକୁ ଅନୁଧ୍ୟାନ କରିବେ । କେଉଁ ବ୍ୟକ୍ତିବିଶେଷଙ୍କର ଡାଇବେଟିସ୍, ଉଚ୍ଚରକ୍ତ ରକ୍ତଚାପ , କିଡନୀ ଏବଂ କ୍ୟାନସର ରୋଗ ରହିଛି ତାହାକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରାଯିବା ସହ ସେମାନଙ୍କ ସ୍ବାସ୍ଥ ପ୍ରତି ଟେଲି ମେଡିସେନ୍ ମାଧ୍ୟମରେ ଅଧିକ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି ।
ଏଣୁ ସମସ୍ତେ ଏଥିପ୍ରତି ସତର୍କ ରହିବା ସହ ଘରେ ରହିଥିବା ବୟସ୍କ ମାତା ଓ ପିତାଙ୍କ ପାଇଁ ଗୁରୁତ୍ବ ଦେବାକୁ ଆହ୍ବାନ କରିଛନ୍ତି । ଏଭଳି ସମୟରେ ଘରୁ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ବକୁ ପାଳନ କରିବା, ହାତ ଧୋଇବା ବା ସାନିଟାଇଜ କରିବାର ଅଭ୍ୟାସ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ନିଜେ ସୁସ୍ଥ ରୁହନ୍ତୁ ଏବଂ ଅନ୍ୟମାନଙ୍କ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ସହଯୋଗ କରିବାକୁ ଆହ୍ବାନ କରିଛନ୍ତି ଜିଲ୍ଲାପାଳ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ