ETV Bharat / state

କୋରୋନା ମୃତକଙ୍କ ପରିବାରକୁ ସହାୟତା ଦାବିରେ ପ୍ରତିବାଦ

author img

By

Published : Jul 22, 2021, 10:29 PM IST

କୋରୋନା ମୃତକଙ୍କ ପରିବାରକୁ ସହାୟତା ଦାବିରେ କେନ୍ଦ୍ରାଞ୍ଚଳ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲା SUCI । ତୁରନ୍ତ ୫ ଦଫା ଦାବି ପୂରଣ କରିବା ପାଇଁ ସ୍ମାରକପତ୍ର । ଅଧିକ ପଢନ୍ତୁ...

କୋରୋନା ମୃତକଙ୍କ ପରିବାରକୁ ସହାୟତା ଦାବିରେ SUCIର ପ୍ରତିବାଦ

ବ୍ରହ୍ମପୁର: ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ କୋରୋନାରେ ମୃତ ବ୍ୟକ୍ତି ତାଲିକା ପ୍ରସ୍ତୁତ କରିବା ଓ ସେମାନଙ୍କ ପରିବାରକୁ ଆର୍ଥିତ ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ଏସବୁ ତୁରନ୍ତ କାର୍ଯ୍ୟକାରୀ କରିବା ପରି ୫ ଦଫା ଦାବି ନେଇ ବ୍ରହ୍ମପୁର ଠାରେ SUCI ପକ୍ଷରୁ ପ୍ରତିବାଦ ଦିବସ ଅବସରରେ ବିକ୍ଷୋଭ କରାଯାଇଛି । ସ୍ଥାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମୁଖରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସରକାର ତୁରନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ ହୋଇନଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା, ସମସ୍ତ ଅଣସଙ୍ଗଠିତ ଶ୍ରମିକଙ୍କୁ ତୁରନ୍ତ ପଞ୍ଜୀକୃତ କରିବା, ସେମାନଙ୍କୁ ଆର୍ଥିକ ସାହାର୍ଯ୍ୟ ସହ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା, ସମସ୍ତ ପ୍ରବାସୀ ଶ୍ରମିକଙ୍କର ପଞ୍ଜୀକରଣ କରି ଲକଡାଉନ ଏବଂ ସଟଡାଉନ ସମୟରେ ସେମାନଙ୍କୁ ଆବଶ୍ୟକ ପରିମାଣରେ ଆର୍ଥିକ ସହାୟତା ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ପାଇଁ ମଧ୍ୟ ଦାବି କରିଥିଲା SUCI ।

ଏହି ଅବସରରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ SUCI କମ୍ୟୁନିଷ୍ଟର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟିର ସମ୍ପାଦକ ସୋମନାଥ ବେହେରାଙ୍କ ସମେତ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ, କିସାନ ସାହୁ, କାମରାଜ ସାହୁ, ଶୁଭସ୍ମିତା ପାଣିଗ୍ରାହୀ, ମଧୁସୂଦନ ଦାସଙ୍କ ସମେତ ଜିଲ୍ଲାର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.