ETV Bharat / state

ବାଜିଲା ଢେଣ୍ଡୁରା, ବୁଢୀ ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରରେ ସ୍ଥାପନ ହେବ ଶୁଭଖୁଣ୍ଟି

ବ୍ରହ୍ମପୁର ଅଧିଷ୍ଠାତ୍ରୀ ଦେବୀ ମା' ବୁଢୀ ଠାକୁରାଣୀଙ୍କ ଠାକୁରାଣୀ ଯାତ୍ରା ପାଇଁ ଆଜି ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ । ଅଧିକ ପଢନ୍ତୁ

berhampur thakurani yatra
berhampur thakurani yatra
author img

By

Published : Mar 17, 2023, 6:27 PM IST

Updated : Mar 17, 2023, 8:58 PM IST

ବୁଢୀ ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରରେ ସ୍ଥାପନ ହେବ ଶୁଭଖୁଣ୍ଟି

ବ୍ରହ୍ମପୁର: ଆସିବେ ମା' । ଚଞ୍ଚଚଞ୍ଚଳ ହେବ ରେଶମ ନଗରୀ । ଏନେଇ ଢେଣ୍ଡୁରା ବାଜିଥିବା ବେଳେ ଆଜି ମଧ୍ୟରାତ୍ରରେ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଠି ସ୍ଥାପନ ହେବ । ରେଶମ ସହରବାସୀଙ୍କୁ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବାନେଇ ସୂଚନା ଦିଆଯାଇଛି । ଏନେଇ ସର୍ବସାଧାରଣଙ୍କୁ ଉପସ୍ଥିତ ରହିବା ପାଇଁ ଆହ୍ବାନ ଦିଆଯାଇଛି ।

ପ୍ରତି ଦୁଇ ବର୍ଷକୁ ଥରେ ବ୍ରହ୍ମପୁରରେ ଆୟୋଜିତ ହୋଇ ଆସୁଥିବା ପ୍ରସିଦ୍ଧ ମାଁ ବୁଢୀ ସାଆନ୍ତାଣିଙ୍କ ଯାତ୍ରା ଚଳିତ ବର୍ଷ ଆୟୋଜିତ ହେବ । ଏନେଇ ଯାତ୍ରାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବୁଢୀ ଠାକୁରଣୀଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ପକ୍ଷରୁ ପ୍ରଥମେ ଶୁଭଖୁଣ୍ଟି ସ୍ଥାପନ ପାଇଁ ତାରିଖ ଚୁଡାନ୍ତ କରାଯାଇଥାଏ । ଚଳିତବର୍ଷ ଦେଶୀ ବେହେରାଙ୍କ ମୁଖ୍ୟ ପୂଜକ କୁହାଯାଉଥିବା ସିଦ୍ଧାନ୍ତୀଙ୍କ ପକ୍ଷରୁ ମାର୍ଚ୍ଚ ମାସର ୧୭ ଓ ୧୯ ତାରିଖ ବାହାର କରାଯାଇଥିବା ବେଳେ ସେଥିରୁ ୧୭ ତାରିଖକୁ ଚୟନ କରାଯାଇଥିଲା । ଏହି ତିଥି ଅନୁସାରେ ଆଦି ଶୁଭଖୁଣ୍ଟି ସ୍ଥାପନ ହେବ ବୋଲି ମାଆଙ୍କ ବାପାଘର କୁହାଯାଉଥିବା ଯାତ୍ରାର ମୁଖ୍ୟ ପରିଚାଳକ ଦେଶୀ ବେହେରାଙ୍କ ପକ୍ଷରୁ ସହରରେ ଧେଣ୍ଡୁରା ପିଟାଯାଇ ସୂଚନା ଦିଆଯାଇଛି ।

berhampur thakurani yatra
berhampur thakurani yatra

ଖବରଅନୁସାରେ, ଶୁକ୍ରବାର ରାତ୍ର ୧୦ ଘଣ୍ଟା ସମୟରେ ସହରର ଦେଶୀ ବେହେରା ସାହି ନିକଟରେ ଏକ ସାଧାରଣ ସଭା ଆୟୋଜିତ ହେବ । ଏଥିରେ ମା'ଙ୍କ ଯାତ୍ରା କେବେ, କେଉଁ ତିଥିରେ ଆରମ୍ଭ ହୋଇ କେବେ ଶେଷ ହେବ ଏବଂ ମାଆ କେବେ ନିଜ ମୁଖ୍ୟ ପୀଠକୁ ଫେରିବେ ସେନେଇ ସମସ୍ତ ବିଷୟରେ ଆଜିର ବୈଠକରେ ଆଲଚନା କରାଯିବ । ଦେଶୀବେହେରାଙ୍କ ପୂଜକ ସିଦ୍ଧାନ୍ତୀ ସମସ୍ତ ବିଷୟ ସ୍ଥିର କରିବେ । ଏହି ତାରିଖ ଘୋଷଣା ପରେ ସହରବାସୀ ମାଁଙ୍କର ଶୁଭଖୁଣ୍ଟିକୁ ନେଇ ମୁଖ୍ୟ ପୀଠରେ ଏକ ପଟୁଆରରେ ଯାଇ ପୂଜାର୍ଚ୍ଚନା କରି ଦେଶୀ ବେହେରା ସାହିରେ ନିର୍ମାଣ ହେବାକୁ ରହିଥିବା ମାଁଙ୍କ ଅସ୍ଥାୟୀ ପୀଠ ନିକଟରେ ପହଞ୍ଚି ସେଠାରେ ଶୁଭଖୁଣ୍ଟିକୁ ସ୍ଥାପନ କରିବେ । ଏହା ପରେ ମାଁଙ୍କ ଅସ୍ଥାୟୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ମଧ୍ୟରାତ୍ରରେ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ସ୍ଥାପନ ହେବ ଶୁଭଖୁଣ୍ଟି ସ୍ଥାପନ ହେବାକୁ ରହିଥିବା ବେଳେ ଏହି ଅବସରରେ ଯାତ୍ରା ପାଇଁ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଯାଇଯାଇଛି । ମାଁଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରା ସାହି ସମେତ ସମଗ୍ର ଅଞ୍ଚଳ ପୁରା ଚଳଚଞ୍ଚଳ ହୋଇ ପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Mar 17, 2023, 8:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.