ETV Bharat / state

MKCG ମେଡିକାଲର ପ୍ରମୁଖ ୱାର୍ଡ ମରାମତି କଲେ ବିଦ୍ୟାର୍ଥୀ - ଆଇଟିଆଇ ଛାତ୍ରଙ୍କ ମେଡିକାଲ ମରାମତି ଖବର

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ପୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ମେଡିକାଲର ପ୍ରମୁଖ ୱାର୍ଡ ଗୁଡିକରେ ରହିଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରିବା ସହିତ ବିଭିନ୍ନ ଅସମାପ୍ତ କାର୍ଯ୍ୟର ସମାପ୍ତ କରାଯାଇଥିଲା । ଅଧିକ ପଢନ୍ତୁ

MKCG ମେଡିକାଲର ପ୍ରମୁଖ ୱାର୍ଡ ମରାମତି କଲେ ବିଦ୍ୟାର୍ଥୀ

author img

By

Published : Jul 10, 2022, 9:58 AM IST

ବ୍ରହ୍ମପୁର: ବୈଷୟିକ ଶିକ୍ଷା କ୍ଷେତ୍ରରେ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ବ୍ରହ୍ମପୁର ସରକାରୀ ଆଇ.ଟି.ଆଇ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ ମାନେ ପୁଣି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ପ୍ରମୁଖ ୱାର୍ଡରେ ରହିଥିବା ଦୀର୍ଘ ଦିନର ବିଭିନ୍ନ ମରାମତି କାର୍ଯ୍ୟକୁ ନିଜେ କରିଛନ୍ତି ବିଦ୍ୟାର୍ଥୀ ମାନେ । ଶିକ୍ଷାନୁଷ୍ଠାନର ବିଭିନ୍ନ ଟ୍ରେଡରେ ଅଧ୍ୟୟନ କରୁଥିବା ଏହି ବିଦ୍ୟାର୍ଥୀ ମାନେ ମେଡିକାଲରେ ରୋଗୀ ସେବା ପାଇଁ ରହିଥିବା ଷ୍ଟ୍ରେଚେର୍ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ଏବଂ ଆଇ.ସି.ୟୁ ମଧ୍ୟରେ ରହିଥିବା ବିଭିନ୍ନ ତ୍ରୁଟିକୁ ମରାମତି କରିଛନ୍ତି ।

MKCG ମେଡିକାଲର ପ୍ରମୁଖ ୱାର୍ଡ ମରାମତି କଲେ ବିଦ୍ୟାର୍ଥୀ

କେଉଁଠି ପଙ୍ଖା ବୁଲୁନାହିଁ ତ ଆଉ କେଉଁଠି ସୁଇଚ୍ ବୋର୍ଡ ଖରାପ ରହିଛି । ଦୀର୍ଘ ଦିନ ଧରି ଷ୍ଟ୍ରେଚର୍ ଗୁଡିକ ଭାଙ୍ଗିରୁଜି ରହିଥିବାରୁ ରୋଗୀଙ୍କୁ ନେବା ଆଣିବା କାର୍ଯ୍ୟରେ ଏହା ବ୍ୟବହାର ହୋଇନପାରି ପଡିରହିଥିବାରୁ ଏହାକୁ ନିଜେ ମରାମତି କରିବା ପାଇଁ ଆଗେଇ ଆସିଛନ୍ତି ବିଦ୍ୟାର୍ଥୀ ମାନେ । ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଏଭଳି ପ୍ରମୁଖ ୱାର୍ଡରେ ରହିଥିବା ଦୀର୍ଘ ଦିନର ବିଭିନ୍ନ ମରାମତି କାର୍ଯ୍ୟକୁ ନିଜେ କରିଛନ୍ତି ବ୍ରହ୍ମପୁର ସହରର ସରକାରୀ ଆଇ.ଟି.ଆଇର ବିଦ୍ୟାର୍ଥୀ ମାନେ ।

ଦୀର୍ଘ ଦିନ ଧରି ବିଭିନ୍ନ ଟ୍ରେଡରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀ ମାନେ ନିଜ ପାଠ୍ୟକ୍ରମରେ ପାଇଥିବା ତାଲିମକୁ ନେଇ ମେଡିକାଲ ପରିସରରେ ଏହାକୁ କାର୍ଯ୍ୟକାରୀ କରାଇଛନ୍ତି । ଯାହାକି ଏ.ସି ଠାରୁ ଆରମ୍ଭ କରି ବିଭିନ୍ନ ବୈଦୁତିକ ଉପକରଣ ଗୁଡିକ କେଉଁ କାରଣରୁ କାର୍ଯ୍ୟ କରୁନାହଁ ତାହାକୁ ଯାଞ୍ଚ କରିବା ସହ ତାହାର ମରାମତି କରାଇବା ପରେ ଏହାକୁ ନେଇ ବେଶ ଖୁସି ରହିବା ସହ ରୋଗୀ ସେବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିବା ନେଇ ଗର୍ବ ଅନୁଭବ କରୁଥିବା କହିଛନ୍ତି ।

କେବଳ ବୈଦ୍ୟୁତିକ ଉପକରଣ ନୁହେଁ ମେଡିକାଲର ଜରୁରୀକାଳୀନ ଚିକିତ୍ସା ବିଭାଗରେ କାର୍ଯ୍ୟକ୍ଷମ ନହୋଇ ଅଦରକାରୀ ଭାବରେ ପଡ଼ି ରହିଥିବା ଅନେକ ଶଯ୍ୟା, ରୋଗୀଙ୍କୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ପାଇଁ ବ୍ୟବହାର ହେଉଥିବା ଷ୍ଟ୍ରେଚେର ଭଳି ଅତ୍ୟନ୍ତ ଆବଶ୍ୟକୀୟ ସାମଗ୍ରୀ ‌ଗୁଡିକୁ ଏହି ଅବସରରେ ବିଦ୍ୟାର୍ଥୀ ମାନେ ୱଲଡିଂ କରିବା ଠାରୁ ଆରମ୍ଭ କରି ତାହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇଥିଲେ ।

ପ୍ରଥମଥର ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ପରିସରରେ ଏଭଳି ବିଭିନ୍ନ ବିଭାଗ ମରାମତି କରିବା ପାଇଁ ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନର କୋଡିଏ ଜଣିଆ ଟିମ୍ ଏଭଳି କାର୍ଯ୍ୟ କରିବାକୁ ଯାଇଥିବା ବେଳେ ଆଗାମୀ ଦିନରେ ଏହା ଜାରି ରହିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.