ଭଞ୍ଜନଗର: ନଦୀକୁ ଗାଧୋଇବାକୁ ଯାଇ ଦଶମ ଶ୍ରେଣୀର ଛାତ୍ର ନିଖୋଜ । ଏପରି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଧରାକୋଟ ଥାନା ଜଗମୋହନ ଗାଁରେ । ନିିଖୋଜ ଛାତ୍ର ଜଣଙ୍କ ହେଲେ ଲୋଚନ ମହାରଣା । ତାଙ୍କ ବୟସ 14 ବର୍ଷ ବୋଲି ଜଣା ପଡିଛି । ଛାତ୍ର ଜଣଙ୍କ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଭାସି ଯାଇଥିବା ଜଣାପଡିଛି ।
ପାଖରେ ଗାଧୋଉଥିବା ଆଉ ଜଣେ ଛାତ୍ର ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବଞ୍ଚାଇ ପାରିବାରେ ସଫଳ ହୋଇପାରିନଥିଲେ । ଖବର ପାଇ ଧରକୋଟ ଓ ଆସିକାର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ସହ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ ସୁଦ୍ଧା ଛାତ୍ର ଜଣଙ୍କର କୌଣସି ପତ୍ତା ମିଳିପାରିନାହିଁ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ