ETV Bharat / state

ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟକଙ୍କୁ ବିୟର ମଜା, ପ୍ରକଳ୍ପ ବାତିଲ ନକଲେ ଆନ୍ଦୋଳନ ଚେତାବନୀ

author img

By

Published : Sep 1, 2021, 7:44 PM IST

ଗୋପାଳପୁରରେ ପ୍ରସ୍ତାବିତ ‘ବିଚ ସାକ୍ସ’କୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ନିଷ୍ପତ୍ତି ବିରୋଧରେ ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତାଙ୍କ ସହ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ । ସରକାର ନିଷ୍ପତ୍ତି ରଦ୍ଦ ନକଲେ ବ୍ୟାପକ ଆନ୍ଦୋଳନ ଚେତାବନୀ । ଅଧିକ ପଢନ୍ତୁ...

ଗୋପାଳପୁରର ପ୍ରସ୍ତାବିତ ‘ବିଚ ସାକ୍ସ’ କୁ ତୀବ୍ର ବିରୋଧ, ନିଷ୍ପତ୍ତି ରଦ୍ଧ ନହେଲେ ଆନ୍ଦୋଳନ ଚେତାବନୀ

ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ବେଳାଭୂମି କୂଳରେ ବସି ମୁକ୍ତାକାଶରେ ପର୍ଯ୍ୟଟକମାନେ ବିୟର ପିଇବା ମଜା ନେବା ପାଇଁ ‘ବିଚ୍ ସାକ୍ସ’ ପ୍ରକଳ୍ପ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଇତିମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ନେଇ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଙ୍ଗଠନ ଆରମ୍ଭ କରିଲେଣି ବିରୋଧ । ସରକାର ଏହି ନିଷ୍ପତ୍ତିରୁ ଓହରିବାକୁ ଦାବି କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନାମରେ ଏଭଳି ନିଷ୍ପତ୍ତିକୁ ବାତିଲ ନକଲେ ଦୃଢ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗୋପାଳପୁରବାସୀ ।

ଦେଶର ଗୋଆ ଏବଂ ମହାବଳୀପୁରମ୍ ଭଳି ଓଡିଶାର ପ୍ରମୁଖ ବେଳାଭୂମି ଗୋପାଳପୁର କୂଳରେ ବ୍ୟବସ୍ଥା କରାଯାଉଛି । ପ୍ରାୟ ୨୪ ଶହ ବର୍ଗମିଟର ମଧ୍ୟରେ ୫ଟି ଉଠା ମଦ ଦୋକାନ କରାଯାଇ ଗୋଆ ବିଚ୍ ଭଳି ରୂପରେଖ ପ୍ରସ୍ତୁତି କରିବା ନେଇ ବିଭାଗୀୟ ଅଧିକାରୀମାନେ ସ୍ଥାନ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ମଧ୍ୟ କରିସାରିଛନ୍ତି । ତେବେ ଏପରି ସ୍ଥଳେ ସରକାର ତୁରନ୍ତ ଏହି ନିଷ୍ପତ୍ତିରୁ ଓହରିବାକୁ ଦାବି ଜୋର ଧରିବାରେ ଲାଗିଛି ।

ରାଜ୍ୟର ପୁରୀ ଓ ଗଞ୍ଜାମ ଭଳି ୪ଟି ଉପକୂଳବର୍ତ୍ତୀ ଜିଲ୍ଲାର ୬ଟି ସ୍ଥାନରେ ‘ବିଚ ସାକ୍ସ’ ନିର୍ମାଣ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ପ୍ରଥମେ ଏହାକୁ ପୁରୀରେ ତ୍ରୀବ୍ର ବିରୋଧ କରାଯାଇଥିଲା । ଯାହାକି ପୁରୀ ଜିଲ୍ଲାର କୋଣାର୍କ ମେରାଇନ-ଡ୍ରାଇଭରେ ଏହାକୁ ନିର୍ମାଣ କରିବା ପାଇଁ ସ୍ଥିର କରାଯାଇଥିଲା । ପରେ ବିରୋଧ ଜୋର ଧରବାରୁ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର ।

ସେପେଟେ ଗୋପାଳପୁରବାସୀଙ୍କ କହିବାନୁସାରେ, ବର୍ତ୍ତମାନ ସରକାରଙ୍କ ଏପରି ନିଷ୍ପତ୍ତିରେ ସହରରେ ଟ୍ରାଫିକ ସମସ୍ୟା ସହ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି । ଗୋପାଳପୁରକୁ ନିୟମିତ ଭାବରେ ଯେତେ ପର୍ଯ୍ୟଟକ ଆସୁଛନ୍ତି ତାକୁ ନେଇ ଏକ ପ୍ରକାର ଟ୍ରାଫିକ ସମସ୍ୟାରେ ଦେଖାଗଲାଣି । ଆହୁରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନାମରେ ଏଭଳି ଖୋଲାଖୋଲି ମଦ ବିକ୍ରି କରିବା ଅଯୁକ୍ତିକର । ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ମିଳିତ ଭାବରେ ପ୍ରତିବାଦ କରିବା ସହ ସରକାର ଏଥିରୁ କ୍ଷାନ୍ତ ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛନ୍ତି ।

ତେବେ ଏନେଇ ଜିଲ୍ଲାପାଳ କହିଛନ୍ତି, କୌଣସି ଯୋଜନା ଚୁଡାନ୍ତ ହୋଇନାହିଁ । ଏହା ପ୍ରଥମ ପର୍ଯ୍ୟାୟରେ ରହିଛି । ଲୋକଙ୍କ ନିକଟରୁ ଆସୁଥିବା ଅଭିଯୋଗକୁ ପ୍ରଶାସନ ବିଚାରକୁ ନେବ । ଗୋପାଳପୁର ଏବଂ ସୋନପୁର ଅଞ୍ଚଳରେ ବିଚ୍ ସାକ୍ସ ପାଇଁ ପର୍ଯ୍ୟଟନ ବିଭାଗର ଯୋଜନା କରିଥିବାବେଳେ ଏହାକୁ ନେଇ ବର୍ତ୍ତମାନ ଠାରୁ ଯେପରି ବିରୋଧ ତେଜିବାରେ ଲାଗିଲାଣି ତାହା ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.