ETV Bharat / state

ବ୍ରହ୍ମପୁରରେ ବର୍ଜ୍ୟବସ୍ତୁ ପରିଚାଳନାର ସ୍ଥିତି ପରଖିଲା ସ୍ବତନ୍ତ୍ର ଟିମ୍

ସହରର ବଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କିପରି କାର୍ଯ୍ୟକାରୀ କରାଯାଉଛି ତାହାକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟର ଏକ ସ୍ୱତନ୍ତ୍ର ଟିମ୍ ।

author img

By

Published : May 1, 2019, 12:03 AM IST

ଫଟୋ ସୌଜନ୍ଯ : ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସହରର ବଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କିପରି କାର୍ଯ୍ୟକାରୀ କରାଯାଉଛି ତାହାକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟର ଏକ ସ୍ୱତନ୍ତ୍ର ଟିମ୍ । ଏନ୍ଜିଟି ନିର୍ଦ୍ଦେଶକ୍ରମେ ରାଜ୍ୟ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ପି.କେ.ମହାନ୍ତି, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ମହାପାତ୍ର , ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗର କମିଶନରଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଓ କମିଶନରଙ୍କ ଉପସ୍ଥିତିରେ ଏହି ପ୍ରତିନିଧି ଦଳ ବ୍ରହ୍ମପୁର ସହର ଗ୍ରସ୍ତ କରିଥିଲେ ।

ଭିଡିଓ ସୌଜନ୍ଯ : ସମ୍ବାଦଦାତା, ବ୍ରହ୍ମପୁର

ସହରର ପରିମଳ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ସ୍ଥାନୀୟ ଏମ୍.କେ.ସି.ଜି ମେଡିକାଲ ମଧ୍ୟ ବୁଲି ଦେଖିଥିଲେ । ପ୍ରତ୍ୟେକ ଘରୁ କିଭଳି ଆବର୍ଜନା ସଂଗ୍ରହ କରାଯାଉଛି , ବଜ୍ୟବସ୍ତୁ ପରିଚାଳନା କାର୍ଯ୍ୟ, ପ୍ଲାଷ୍ଟିକର ପରିଚାଳନା , ସେପଟିକ୍ ମ୍ୟାନେଜମେଣ୍ଟ ଓ ମହୁଡା ଠାରେ ରହିଥିବା ବଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର ଅନୁଧ୍ୟାନ କରିଥିଲେ । ଏହାସହ ବ୍ରହ୍ମପୁର ଏମ.କେ.ସି.ଜି ପରିସରରେ ଚାଲିଥିବା ବାୟୋ ମେଡିକାଲ ୱେଷ୍ଟ ସିଷ୍ଟମ କିପରି କାର୍ଯ୍ୟକାରୀ ହେଉଛି ତାହାକୁ ଏହି ଟିମ୍ ଅନୁଧ୍ୟାନ କରିଥିଲେ । ଏହି ଅବସରରେ ସହରରେ ଅଣ୍ଡର ଗ୍ରାଉଣ୍ଡ ଡଷ୍ଟବିନ କିପରି କାର୍ଯ୍ୟକାରୀ କରୁଛି ତାହାକୁ ଅନୁଧ୍ୟାନ କରିଥିଲେ ଏହି ପ୍ରତିନିଧି ଦଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

30.04.2019
Radhakanta Mohanty,Kendrapada
Slug-od_kpr_bijay pressmeet_script_7204459
Anchor-ମୁଖ୍ୟମନ୍ତ୍ରୀ ପାଟକୁରାରୁ ନିଜେ ଲଢ଼ିବା ପାଇଁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ନିବେଦନ।ଆଜି କେନ୍ଦ୍ରାପଡ଼ା ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ଏଭଳି ଏକ ନିବେଦନ କରିବା ସହିତ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ ବିରୁଦ୍ଧରେ ନଲଢ଼ି ମୁଖ୍ୟମନ୍ତ୍ରୀଙ୍କ କା' କୁ ଏଠାରେ ପ୍ରାର୍ଥୀ କରିଥିବା କହିଛନ୍ତି ବିଜୟ।ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ଡେରାବିଶ,ଗରଦପୁର ଓ ମାର୍ଶାଘାଇ ବ୍ଲକରେ ତିନୋଟି ଖୋଲା ସଭାର ଆୟୋଜନ କରାଯାଇ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ରଖିବା ସହ ବ୍ୟୟବହୁଳ ପ୍ରଚାରରୁ ଦୁରେଇ ରହିବାକୁ ମଧ୍ୟ ଆହ୍ୱାନ କରିଛନ୍ତି।କେନ୍ଦ୍ରାପଡ଼ା ଜିଲ୍ଲାରେ ଗତକାଲି ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ପାଇବ ବୋଲି ଦୃଢୋକ୍ତି କରିବା ସହ ପାଟକୁରା ନିର୍ବାଚନ ପାଇଁ ଶାସକ ଦଳ ପ୍ରଥମେ ବିଳମ୍ବିତ କରିବା ଚକ୍ରାନ୍ତରେ ସଫଳ ହେବାପରେ ଏବେ ଏଠାରେ ନିର୍ବାଚନ କରାଇଦେବାକୁ ଚାହୁଁନଥିବା ଅଭିଯୋଗ କରିଥିବା ଓ  ସ୍ୱାଭିମାନୀ ପାଟକୁରାବାସୀ ଏହାର ଉଚିତ ଜବାବ ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର।ଏଠାରେ ସୂଚନାଯୋଗ୍ୟ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଗତ ୨୦ ତାରିଖରେ ଦେହାନ୍ତ ହେବାପରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଧାନସଭା ନିର୍ବାଚନ ବନ୍ଦ ରହିଥିଲା।ଏହାପରେ ନିର୍ବାଚନ କମିଶନ ଆସନ୍ତା ମେ ୧୯ ତାରିଖରେ ଏଠାରେ ନିର୍ବାଚନ କରାଯିବ ଓ କେବଳ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଜାରି କରିଥିଲେ।ଗତକାଲି ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ ଘୋଷଣା କରିବାପରେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜୟଙ୍କ ପ୍ରତିକ୍ରିୟା ଗୁରୁତ୍ୱ ବହନ କରୁଛି।ତେବେ ଗତ ୧୦ ତାରିଖରେ ବିଜେଡି ଛାଡି ବିଜେପିରେ ମିଶିଥିବା ଡେରାବିଶ୍ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ ପୁନର୍ବାର ଗତକାଲି ବିଜେଡିରେ ମିଶିବା ଘଟଣାର ପ୍ରତିକ୍ରିୟା ରଖି ବିଜେଡି ନିଲାମ ରାଜନୀତିରେ ବିଶ୍ୱାସ କରେ,ବିଜୟ କିମ୍ବା ବିଜେପି ନିଲାମ ରାଜନୀତିରେ ବିଶ୍ୱାସ ରଖନ୍ତି ନାହିଁ ବୋଲି କହିଛନ୍ତି ବିଜୟ।ସେହିଭଳି ୧୯୮୦ ମସିହାରେ ପାଟକୁରାରୁ ବିଜୁବାବୁ ବିଜୟୀ ହୋଇଥିବା ଓ ପରେ ଇସ୍ତଫା ଦେଇ ବିଜୟଙ୍କୁ ସେହି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବାରୁ ଏଠାରୁ ନବୀନ ପଟ୍ଟନାୟକଙ୍କୁ ପ୍ରାର୍ଥୀ ହେବାପାଇଁ ନିବେଦନ କରିଛନ୍ତି ବିଜୟ ମହାପାତ୍ର।ଅନ୍ୟପଟେ ବିଜୟଙ୍କ ଏଭଳି ପ୍ରତିକ୍ରିୟାରେ ମତ ରଖି ଅର୍ଥମନ୍ତ୍ରୀ ତଥା ବିଜେଡିର କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଶଶୀଭୂଷଣ ବେହେରା ବିଜେଡି ଯାହାକୁ ଛାଡିଛି ତାକୁ ଜନସାଧାରଣ ଛାଡିଛନ୍ତି ତେଣୁ ବିଜୟଙ୍କ ମନ୍ତବ୍ୟ ସ୍ପଷ୍ଟ ଭୟ ସୃଷ୍ଟି କରୁଛି ବୋଲି ମତ ଦେଇଛନ୍ତି।
ବାଇଟ-ବିଜୟ ମହାପାତ୍ର(ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ)
ବାଇଟ-ଶଶୀଭୂଷଣ ବେହେରା(ବିଜେଡି ନେତା)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.