ETV Bharat / state

ମା'ଙ୍କ ନିକଟରେ ପଣାପାଣି ଯାତ୍ରା, ଚୈତ୍ର ମାସରେ ହୋଇଥାଏ ସ୍ବତନ୍ତ୍ର ପୂଜାର୍ଚ୍ଚନା - ଚୈତ୍ର ମାସରେ ହୋଇଥାଏ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଗଞ୍ଜାମ ଜିଲ୍ଲାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ଦୈବୀ ମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ । ଚୈତ୍ର ମାସରେ ଦୀର୍ଘ ମାସେବ୍ୟାପୀ ଆୟୋଜନ ହେଉଛି ପଣାପାଣି ଯାତ୍ରା । ଅଧିକ ପଢ଼ନ୍ତୁ

ମା'ଙ୍କ ନିକଟରେ ପଣାପାଣି ଯାତ୍ରା
ମା'ଙ୍କ ନିକଟରେ ପଣାପାଣି ଯାତ୍ରା
author img

By

Published : Apr 4, 2023, 10:58 PM IST

ମା'ଙ୍କ ନିକଟରେ ପଣାପାଣି ଯାତ୍ରା

ବ୍ରହ୍ମପୁର: ଚୈତ୍ର ମାସରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଦୈବୀ ମନ୍ଦିର ହୋଇ ଉଠିଥାଏ ଚଳଚଞ୍ଚଳ । ଏହି ସମୟରେ ଭକ୍ତମାନେ ପଣାପାଣି ଯାତ୍ରା ଆୟୋଜନ କରି ବିଭିନ୍ନ ସ୍ଥାନରେ ଆୟୋଜିତ କରିଥାନ୍ତି ମା'ଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା । ଚାଙ୍ଗୁ ବାଦ୍ୟର ତାଳେ ତାଳେ ବିଭିନ୍ନ ଦେବାଦେବୀଙ୍କ ମୁଖା ନୃତ୍ୟ ପରିବେଷଣ କରି ମୁଖ୍ଯତଃ ପରିବାରର ମହିଳା ମାନେ ଦେବୀପୀଠରେ ପହଞ୍ଚି ମା'ଙ୍କ ନିକଟରେ ଗଜା ମୁଆଁ ଠାରୁ ଆରମ୍ଭ କରି ପଣା ହାଣ୍ଡି ନେଇ ମା'ଙ୍କ ନିକଟରେ ଅର୍ପଣ କରିଥାନ୍ତି । ନିଜ ପରିବାରରେ ସମସ୍ତଙ୍କ ସୁସ୍ଥ ଓ ନିରୋଗ କାମନା ସହିତ ମୁଖ୍ୟତଃ ଶିଶୁ ମାନଙ୍କ ଦୀର୍ଘାୟୁ କାମନା କରି ମା'ଙ୍କ ପୀଠ ନିକଟରେ ରହିଥିବା ନିମ ଗଛ ମୂଳରେ ପୂଜାର୍ଚ୍ଚନା କରାଯାଇଥାଏ ।

ତେବେ ମହିଳା ମାନେ ହଳଦିପାଣି ଢାଳି ଭୋଗ ନୈବେଦ୍ୟ ପ୍ରଦାନ କରି ଏହି ପୂଜାର୍ଚ୍ଚନା କରିଥିବା ବେଳେ ଅନେକ ପରିବାର ସମେତ ବିଭିନ୍ନ ସାହି ଏବଂ ଗ୍ରାମରେ ଏଭଳି ପଣାପାଣି ଯାତ୍ରାରେ ହୋଇଥାଏ ସ୍ବତନ୍ତ୍ର ପୂଜାର୍ଚ୍ଚନା । ବ୍ରହ୍ମପୁର ସହରରେ ମଧ୍ୟ ଚୈତ୍ର ମାସରେ ସହରର ଆରାଧ୍ୟା ଦେବୀ ମା' ବୁଢୀ ଠାକୁରାଣୀ ମନ୍ଦିରରେ ଶହଶହ ଭକ୍ତ ମାଆଙ୍କ ନିକଟରେ ଭୋଗ ନୈବେଦ୍ୟ ଅର୍ପଣ କରିଥାନ୍ତି । ସେପଟେ ମହିଳା ମାନେ ମୁଖ୍ୟତଃ ନିଜ ଶିଶୁ ମାନଙ୍କ ମଙ୍ଗଳ କାମନା କରି ମା'ଙ୍କ ନିକଟରେ ମଣ୍ଡା, କ୍ଷିରି, ଖେଚୁଡି, ଚକୁଳି, କାକାରା ପିଠା, ଫଳ ଓ ପନିପରିବା ଭଳି ଅନେକ ପ୍ରକାର ଭୋଗ ଏହି ସମୟରେ ପୂଜା କରୁଥିବା କହିଛନ୍ତି । ଗଞ୍ଜାମ ଜିଲ୍ଲାର ପରମ୍ପରା ମଧ୍ୟରେ ଚୈତ୍ର ମାସବ୍ୟାପୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଏଭଳି ପଣାପାଣି ଯାତ୍ରା ବହୁ ସ୍ଥାନରେ ଦେଖିବାକୁ ମିଳୁଥିବା ବେଳେ ଏହି ସମୟରେ ଗୋଟିଏ ପଟେ ଦଣ୍ଡନୃତ୍ୟ ଅନ୍ୟପଟେ ଜିଲ୍ଲାର ପ୍ରସିଦ୍ଧ ମା' ତାରାତାରିଣୀଙ୍କ ପୀଠରେ ଚୈତ୍ର ପର୍ବ ଏବଂ ବିଭିନ୍ନ ସ୍ଥାନରେ ଠାକୁରାଣୀ ଯାତ୍ରାକୁ ନେଇ ଏକପ୍ରକାର ଉତ୍ସବ ମୁଖର ହୋଇ ଉଠିଥାଏ ଗଞ୍ଜାମ ଜିଲ୍ଲା ।

ଦୀର୍ଘ ମାସେବ୍ୟାପୀ ଚୈତ୍ର ମାସରେ ପାରମ୍ପରିକ ପୂଜା ପରମ୍ପରା ସାଙ୍ଗକୁ ଏହି ପରମ୍ପରା ଆଜି ବି ବଞ୍ଚିରହିଥିବା ଦେଖିବାକୁ ମିଳିଛି । ସେପଟେ ବ୍ରହ୍ମପୁର ସହରରେ ମଧ୍ୟ ଚୈତ୍ର ମାସରେ ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ମନ୍ଦିରରେ ଦେଖିବାକୁ ମିଳିଥାଏ ପଣାପାଣି ଯାତ୍ରା । ବହୁ ମାତ୍ରାରେ ଭକ୍ତମାନେ ମା'ଙ୍କ ନିକଟରେ ଏଭଳି ପୂଜାର୍ଚ୍ଚନା କରୁଥିବା ବେଳେ ଚୈତ୍ର ମଙ୍ଗଳବାର ଏବଂ ସଂକ୍ରାନ୍ତି ଦିନ ବହୁ ମାତ୍ରାରେ ଭକ୍ତମାନଙ୍କ ଭିଡ ଜମିଥାଏ । ଏଭଳି ପୂଜା ପରମ୍ପରା କାହିଁ କେଉଁ କାଳରୁ ହୋଇଆସୁଥିବା କହିଛନ୍ତି ଭକ୍ତ ଏବଂ ମନ୍ଦିରର ପୂଜକ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.