ବ୍ରହ୍ମପୁର: ମହାନଗର ନିଗମର ମହିଳା ହଷ୍ଟେଲ ଗାଧୁଆ ଘରର ଲୁହା ଜାଲିରେ ଫସି ରହିଥିଲା ସାପ । ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବରଦେବା ପରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଥିଲା । ଶୁକ୍ରବାର ଏହି ମହାନଗର ନିଗମର ମହିଳା ହଷ୍ଟେଲ ଏଭଳି ଘଟଣା ଘଟିଥିଲା । ମହିଳା ହଷ୍ଟେଲର ଗାଧୁଆ ଗୃହର ଲୁହା ଜାଲିରେ ପଶିଥିବା ଏକ ଢମଣା ସାପକୁ ଉଦ୍ଧାର ପରେ ଚିକିତ୍ସା କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ମହିଳା ହଷ୍ଟେଲ ଗାଧୁଆ ଘରେ ରହିଥିବା ଲୁହା ଜାଲିରେ ଏକ ଢାମଣା ସାପ ଫଶି ରହିଥିବା ଦେଖି ସର୍ପ ଉଦ୍ଧାରକ ଶ୍ରୀକାନ୍ତ ନାହାକଙ୍କୁ ଖବର ଦିଆଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଭଦ୍ରକରେ ଚାଞ୍ଚଲ୍ୟ: ଝିଅକୁ ଅପହରଣ ଉଦ୍ୟମ, ପ୍ରତିବାଦ ବେଳେ ମାଆକୁ ଗୁଳିମାଡ
ଶ୍ରୀକାନ୍ତ ଘଟଣାସ୍ଥଳରେ ପହଞ୍ଚି କୌଶଳକ୍ରମେ ପାଣି ଜାଲି ମଧ୍ୟରେ ଲାଗି ରହିଥିବା ସାପଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସାପଟି ଏଥିଯୋଗୁଁ ଗୁରୁତର ଭାବେ ଆଘାତ ହୋଇଥିଲା । ଏହାପରେ ସାପ ଧରାଳି ଶ୍ରୀକାନ୍ତ ଏବଂ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସ୍ୱାଧିନ କୁମାର ସାହୁ ବ୍ରହ୍ମପୁର ପ୍ରାଣୀ ଚିକିତ୍ସାଳୟକୁ ଉକ୍ତ ସାପଟିକୁ ନେଇ ସେଠାରେ ସାପଟିର ଦେହରୁ ଜାଲିଟିକୁ କୈଶଳ କ୍ରମେ ବାହାର କରିବା ସହିତ ସାପଟିର ଚିକିତ୍ସା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ:Dhamnagar Bypoll Violence: ଧାମନଗରରେ ରାଜନୈତିକ ହିଂସାକାଣ୍ଡ, ୨ ଆହତ
ସାପଟିର ଦେହରେ ଆଘାତ ଲାଗିଥିବା ବେଳେ ପ୍ରାଣୀ ଚିକିତ୍ସକ କିରଣ ବିଷୋୟୀ ଏବଂ ତାଙ୍କ ସହଯୋଗୀ ତାହାର ଚିକିତ୍ସା କରିଥିଲେ । ସାପଟିର ଲମ୍ବ ୬ ଫୁଟରୁ ଉର୍ଦ୍ଧ ରହିଥିବା ବେଳେ ବର୍ତ୍ତମାନ ତାହାର ସ୍ୱାସ୍ଥ୍ୟବସ୍ଥା ଠିକ ରହିଛି ଏବଂ ତାକୁ ସଂରକ୍ଷିତ ଜଙ୍ଗଳରେ ଛଡାଯିବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ବ୍ରହ୍ମପୁର