ETV Bharat / state

CBSE 10th Result, ୪୯୮ ମାର୍କ ରଖି ଗୌରବ ଆଣିଲେ ସିମରନ୍ - ସିମରନ ପାଢୀ

ଚଳିତ ବର୍ଷ CBSE ଦଶମ ପରୀକ୍ଷାରେ ୪୯୮ ମାର୍କ ରଖି ଗୌରବ ଆଣିଛନ୍ତି ବ୍ରହ୍ମପୁରର ସିମରନ ପାଢୀ । ଅଧିକ ପଢନ୍ତୁ...

୪୯୮ମାର୍କ ରଖି ସଫଳ ସିମରନ୍
୪୯୮ମାର୍କ ରଖି ସଫଳ ସିମରନ୍
author img

By

Published : Aug 4, 2021, 8:44 AM IST

Updated : Aug 4, 2021, 7:47 PM IST

ବ୍ରହ୍ମପୁର: ଗତକାଲି ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ । ଏଥିରେ ଓଡିଶାରୁ ୯୯.୨୧% ପାସ କରିଛନ୍ତି । ଦେଶରେ ରେକର୍ଡ ସଂଖ୍ୟକ ପାସ କରିଛନ୍ତି । ଏହି ପରୀକ୍ଷାରେ ୪୯୮ ମାର୍କ ରଖି କୃତିତ୍ବ ଅର୍ଜନ କରିଛନ୍ତି ସିମରନ ।

CBSE 10th Result, ୪୯୮ ମାର୍କ ରଖି ଗୌରବ ଆଣିଲେ ସିମରନ୍

ସିମରନ୍ ରାଉରକେଲା ସେକ୍ଟର ୧୪ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀ । ଚଳିତ ବର୍ଷର ଦେଶରେ ରଖିଥିବା ସର୍ବୋଚ୍ଚ ନମ୍ବର ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କ ମଧ୍ୟରେ ସିମରନ୍ ଅନ୍ୟତମ । ପିତା ଭବାନୀ ଶଙ୍କର ପାଢୀ ଓ ମାତା ସମିତା ପାଢୀଙ୍କ କନ୍ୟା ସିମରନ୍ । ପରୀକ୍ଷାରେ ସଫଳତା ପାଇ ବେଶ ଖୁସି ଥିବା କହିଛନ୍ତି ସିମରନ ।

ସିମରନ୍ ବ୍ରହ୍ମପୁର ସହର ଉପକଣ୍ଠ କୁକୁଡ଼ାଖଣ୍ଡି ବ୍ଳକର କୃପାସିନ୍ଧୁପୁର ଗ୍ରାମର ସ୍ବର୍ଗତ ରଜନୀକାନ୍ତ ପାଢୀ ଓ ଶାନ୍ତିଲତା ପାଢୀଙ୍କ ନାତୁଣୀ । ସେ ପରୀକ୍ଷା ପରେ କୃପାସିନ୍ଧୁପୁରର ବଡବାପା କେଦାର ନାଥ ପାଢୀଙ୍କ ଘରେ ରହୁଥିବା ବେଳେ ସଫଳତା ପାଇଁ ନିଜ ପରିବାରର ସଦସ୍ୟ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି ।

ପ୍ରକାଶ ଥାଉ କି ଚଳିତ ବର୍ଷ କୋରୋନା ପାଇଁ CBSE ଦଶମ ପରୀକ୍ଷାକୁ ବାତିଲ କରାଯାଇଥିଲା । ବିକଳ୍ପ ପ୍ରକ୍ରିୟାରେ ମୂଲ୍ୟାୟନ କରାଯାଇ ରେଜଲ୍ଟ ପ୍ରକାଶିତ ହୋଇଛି । ଭୁବନେଶ୍ବର ରିଜିୟନରେ ଓଡିଶାରୁ ୪୩ ହଜାର ୬୩୦ଜଣ ଫାର୍ମ ପୂରଣ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Aug 4, 2021, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.