ETV Bharat / state

ଶଙ୍କର ପାହାନ ହତ୍ୟାକାଣ୍ଡ ଘଟଣା: ନାବାଳକ ସମେତ ଦୁଇ ଗିରଫ - ଶଙ୍କର ପାହାନ ହତ୍ୟାକାଣ୍ଡ ଘଟଣା

ଶଙ୍କର ପାହାନ ହତ୍ୟାକାଣ୍ଡ ଘଟଣା ଜଣେ ନାବାଳକ ସମେତ 2ଜଣଙ୍କୁ ଗିରଫ କରିଛି ପୋଲିସ । ସିସିଟିଭି ଆଧାରରେ ପୋଲିସ କରିଛି ଗିରଫ ।

shankar pahan murder case
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Nov 28, 2019, 9:22 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଯାଇଥିବା ଶଙ୍କର ପାହାନ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଜଣେ ନାବଳକ ସମେତ ଦୁଇ ଜଣଙ୍କୁ ଗିରଫ କରିଛି । ସ୍ଥାନୀୟ କେଶପୁର ନିକଟସ୍ଥ ନାରାୟଣୀ ପେଟ୍ରୋଲ ପମ୍ପ ପରିସରରେ ଗତ ୨୧ ତାରିଖ ରାତି ୯ଟା ୩୦ ସମୟରେ କେତେକ ଦୁର୍ବୁତ୍ତ ସ୍ଥାନୀୟ ଅଞ୍ଚଳର ଯୁବକ ଶଙ୍କର ପାହାନଙ୍କୁ ପିଟିପିଟି ହତ୍ୟା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ହତ୍ୟାକାଣ୍ଡର ସଂପୂର୍ଣ୍ଣ ଚିତ୍ର ପେଟ୍ରୋଲ ପମ୍ପ ପରିସରରେ ଲାଗିଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ଶେଷରେ ପୋଲିସ ଏହି ହତ୍ୟାକାଣ୍ଡରେ ସଂମ୍ପୃକ୍ତ ଥିବା ରାମଚନ୍ଦ୍ରପୁର ଗ୍ରାମରେ ବବୁଲ୍ ସାହୁ ସମେତ ଜଣେ ନାବାଳକଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ହତ୍ୟାକାଣ୍ତରେ ବ୍ୟବହୃତ ହୋଇଥିବା ଟିଭିଏସ୍ ଆପାଚି ବାଇକ ଜବତ କରିଛି ।

ପ୍ରେମ ସଂପର୍କକୁ କେନ୍ଦ୍ର କରି ଉକ୍ତ ଘଟଣା ଘଟିଛି । ଅନ୍ୟପକ୍ଷେ ଗିରଫ ହୋଇଥିବା ବବୁଲକୁ ଖଲ୍ଲିକୋଟ କୋର୍ଟକୁ ଚାଲାଣ କରିଥିବା ବେଳେ ନାବାଳକକୁ ବ୍ରହ୍ମପୁର ସ୍ଥିତ ଜୁଭିନାଲ ବୋର୍ଡକୁ ପଠାଯାଇଛି ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅଞ୍ଚଳରେ ଘଟିଯାଇଥିବା ଶଙ୍କର ପାହାନ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଜଣେ ନାବଳକ ସମେତ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସ୍ଥାନୀୟ କେଶପୁର ନିକଟସ୍ଥ ନାରାୟଣୀ ପେଟ୍ରୋଲ ପମ୍ପ ପରିସରରେ ଗତ ୨୧ ତାରିଖ ରାତ୍ର ୯ଟା ୩୦ ସମୟରେ କେତେକ ଦୁବୁର୍ତ୍ତ ସ୍ଥାନୀୟ ଅଞ୍ଚଳର ଯୁବକ ଶଙ୍କର ପାହାନ ଙ୍କୁ ପିଟି ପିଟି ଅତ୍ୟନ୍ତ ବିଭତ୍ସ ଭାବରେ ହତ୍ୟା କରିଥିଲେ । ହତ୍ୟାକାଣ୍ଡର ସଂପୂର୍ଣ୍ଣ ଚିତ୍ର ପେଟ୍ରୋଲ ପମ୍ପ ପରିସରରେ ଲାଗିଥିବା ସିସିଟିଭି ଫୁଟେଜରେ ରହିଥିବା ବେଳେ ଶେଷରେ ପୋଲିସ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ରାମଚନ୍ଦ୍ରପୁର ଗ୍ରାମରେ ବବୁଲ ସାହୁ ସମେତ ଜଣେ ନାବାଳକ ଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ହତ୍ୟାକାଣ୍ତରେ ବ୍ୟବହୃତ ହୋଇଥିବା ଟିଭିଏସ୍ ଆପାଚି ବାଇକ୍ ଜବତ କରିଛି । ପ୍ରେମ ସଂପର୍କକୁ କେନ୍ଦ୍ର କରି ଉକ୍ତ ଘଟଣା ଘଟିଥିବା ବେଳେ ଗିରଫ ବବୁଲ କୁ ଖଲ୍ଲିକୋଟ କୋର୍ଟକୁ ଚାଲାଣ କରିଥିବା ବେଳେ ନାବାଳକକୁ ବ୍ରହ୍ମପୁର ସ୍ଥିତ ଜୁଭିନାଲ ବୋର୍ଡକୁ ପଠାଯାଇଛି ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.