ETV Bharat / state

୧୦ ଦଫା ଦାବି ନେଇ ବ୍ରହ୍ମପୁର ରେଳ ଷ୍ଟେସନରେ ବିକ୍ଷୋଭ - ବ୍ରହ୍ମପୁର ରେଳ ଷ୍ଟେସନରେ ବିକ୍ଷୋଭ

୧୦ ଦଫା ଦାବି ନେଇ ବ୍ରହ୍ମପୁର ରେଳ ଷ୍ଟେସନରେ ବିକ୍ଷୋଭ । । ବ୍ରହ୍ମପୁର ଷ୍ଟେସନକୁ ଅଣଦେଖା ସହ ବ୍ରହ୍ମପୁରରୁ ପୁରୀକୁ ନିୟମିତ ଟ୍ରେନ ସଂଯୋଗ ସହ ୧୦ ଦଫା ଦାବି ନେଇ ବିଭିନ୍ନ ସଙ୍ଗଠନର ପ୍ରତିବାଦ । ଅଧିକ ପଢନ୍ତୁ

ବ୍ରହ୍ମପୁର ରେଳ ଷ୍ଟେସନରେ ବିକ୍ଷୋଭ
ବ୍ରହ୍ମପୁର ରେଳ ଷ୍ଟେସନରେ ବିକ୍ଷୋଭ
author img

By

Published : Mar 23, 2023, 3:54 PM IST

ବ୍ରହ୍ମପୁର ରେଳ ଷ୍ଟେସନରେ ବିକ୍ଷୋଭ

ବ୍ରହ୍ମପୁର: ୧୦ ଦଫା ଦାବି ନେଇ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିଭିନ୍ନ ସଙ୍ଗଠନର ପ୍ରତିବାଦ । ବ୍ରହ୍ମପୁର ଷ୍ଟେସନକୁ ଅଣଦେଖା ସହ ବ୍ରହ୍ମପୁରରୁ ପୁରୀକୁ ନିୟମିତ ଟ୍ରେନ ସଂଯୋଗ ଭଳି ଦାବି ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ବ୍ରହ୍ମପୁର ସହରରୁ ପୁରୀକୁ ନିୟମିତ ଟ୍ରେନ ଚଳାଚଳ ନେଇ ବରିଷ୍ଠ ନାଗରିକ ଏବଂ ସଂସ୍କାରବାଦୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ଫୋରମରେ ଦାବି କରାଯାଇଥିଲେ ମଧ୍ୟ ଏଥିପ୍ରତି ରେଳବିଭାଗ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି ।

ଫଳରେ ଏହାକୁ ବିରେଧ କରି ୭ ଦିନ ହେଲା ପ୍ରତିବାଦ କରିଆସୁଛନ୍ତି ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା । ବ୍ରହ୍ମପୁର ରେଳ ଷ୍ଟେସନ ରାଜ୍ୟର ପ୍ରଥମ ରେଳଷ୍ଟେସନ ଭାବରେ ପରିଚିତ ରହିଥିବା ବେଳେ ଏଠାରୁ ଅଧିକ ପରିମାଣରେ ରାଜସ୍ୱ ଆଦାୟ ହେଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଏବଂ ଖୋର୍ଦ୍ଧା ସ୍ଥିତ ପୂର୍ବତଟ ରେଳ ବିଭାଗ କୌଣସି ବିଷୟକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି ସହରବାସିନ୍ଦା । ଏଣୁ ଗତ ୧୭ ତାରିଖଠାରୁ ନିୟମିତ ଭାବରେ ଦୈନିକ ଦୁଇ ଘଣ୍ଟା ଧରି ଗଣଧାରଣା ସହିତ ପ୍ରତିବାଦ କରାଯାଇ ଆସୁଥିବା ବେଳେ ଆଗାମୀ ରଥଯାତ୍ରା ପୂର୍ବରୁ ବ୍ରହ୍ମପୁରରୁ ପୁରୀକୁ ସିଧାସଳଖ ଟ୍ରେନ ଚଳାଚଳ ନକଲେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରାଯିବା ସହିତ ରେଳରୋକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏଥିସହ ବ୍ରହ୍ମପୁର ରେଲଷ୍ଟେସନ ସମ୍ମୁଖରେ ଗ୍ରୀନସେଡ୍‌ ନିର୍ମାଣ କରିବା ସହିତ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା କରାଇବା, ବ୍ରହ୍ମପୁର–ବିଶାଖାପାଟଣା ଟ୍ରେନ ବ୍ରହ୍ମପୁରରୁ ସକାଳ ୭ ଘଣ୍ଟାରେ ଛାଡିବାକୁ ଦାବି କରାଯିବା ସହିତ ସୋରଳ ରେଳଷ୍ଟେସନରେ ଟର୍ମିନାଲ କମ୍ପ୍ଲେକ୍ସ ନିର୍ମାଣ କରିବା, ପାସେଞ୍ଜର ଓ ମେମୋ ଟ୍ରେନରୁ ସ୍ୱତନ୍ତ୍ର ଏକ୍ସପ୍ରେସ୍‌ ବାତିଲ କରି ପୂର୍ବଭଳି ପାସେଞ୍ଜର ଟିକେଟ ଦରରେ ଟିକେଟ୍ ବିକ୍ରି କରାଯିବା, ଦୀର୍ଘବର୍ଷ ଧରି ବରିଷ୍ଠ ନାଗରିକ ପୁରୁଷଙ୍କୁ ୪୦ ପ୍ରତିଶତ ଏବଂ ମହିଳାଙ୍କୁ ୫୦ ପ୍ରତିଶତ ଟ୍ରେନ ଭଡାରେ ରିହାତି ଦିଆଯାଉଥିଲା ତାହାକୁ ପୁନଃ ପ୍ରଚଳନ କରାଯିବା, ବିଶାଖା ଏକ୍ସପ୍ରେସ ଟ୍ରେନରେ ପୂର୍ବ ଭଳି ୧୦ ଗୋଟି ବଗି ସ୍ଲିପର ଓ ୩ରୁ ୪ଟି ବଗି ଏସି କରିବା, ଭୁବନେଶ୍ୱର-ପୁନେ ଏକ୍ସପ୍ରେସ ଟ୍ରେନକୁ ମୁମ୍ୱାଇ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବା, ହାୱାଡା–ପଡୁଚେରୀ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ୍‌କୁ ବ୍ରହ୍ମପୁରରେ ଦୁଇ ମିନିଟ୍ ରହଣି କରାଯିବା, ମୁମ୍ୱାଇ–ବିଶାଖାପାଟନମ୍ ଲୋକମାନ୍ଯ ତିଲକ ଏକ୍ସେପ୍ରେସ ଭୁବନେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ଭଳି ଦାବିକୁ ନେଇ ଏଭଳି ପ୍ରତିବାଦ କରାଯାଇଛି ।

ସଂସ୍କାରବାଦୀ ସଙ୍ଗଠନର ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପ୍ରତିବାଦରେ ସହରର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇ ତୁରନ୍ତ କେନ୍ଦ୍ର ସରକାର ଏବଂ ରେଳବିଭାଗ ଏହାକୁ ଦୃଷ୍ଟି ଦେବାକୁ ଦାବି ହୋଇଛି । ତାହା ନହେଲେ ଆଗାମୀ ଦିନରେ ଏହାକୁ ନେଇ ପୁଣି ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.