ETV Bharat / state

ଋଣ ଦେବା ନାଁରେ ୨୮ଲକ୍ଷ ଟଙ୍କା ଠକେଇ, ୫ ଅଭିଯୁକ୍ତ ଗିରଫ - ଅଭିଯୋଗ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପରୁରେ ଋଣ ଦେବା ନାଁରେ ବ୍ୟବସାୟୀଙ୍କଠାରୁ ୨୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏନେଇ ୫ଜଣଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ପୋଲିସ । ଅଧିକ ପଢନ୍ତୁ

ଋଣ ଦେବା ନାଁରେ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ
ଋଣ ଦେବା ନାଁରେ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ
author img

By ETV Bharat Odisha Team

Published : Nov 15, 2023, 3:22 PM IST

ଋଣ ଦେବା ନାଁରେ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ବ୍ରହ୍ମପୁର: ଋଣ ଦେବା ନାଁରେ ୨୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏନେଇ ୫ଜଣଙ୍କୁ ଗିରଫ କରିଛି ବୈଦ୍ୟନାଥପୁର ପୋଲିସ । କମ ଦିନରେ ଜମା କରିଥିବା ଟଙ୍କା ଦୁଇଗୁଣ କରିଦେବା ଆଶା ଦେଖାଇ ଠକେଇ କରି ଆସୁଥିଲେ ଅଭିଯୁକ୍ତ । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅନ୍ତର୍ଗତ ବଦ୍ରିନାଥ ପଣ୍ଡା, ବଳିଆସାରର ଅକ୍ଷୟ କୁମାର ନାୟକ, ରାଉତପେଟା ସାହିର ଭବାନୀ ଶଙ୍କର ପଟ୍ଟନାୟକ, ପୁରୁଷୋତ୍ତମପୁରର ରାମଚନ୍ଦ୍ର ପଣ୍ଡା ଓ ଅଙ୍ଗୁ ଗ୍ରାମର ନିବାସ ନାହାକ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ୫ ଅଭିଯୁକ୍ତ ବ୍ରହ୍ମପୁର ସହରରେ ଏକ ଟ୍ରେଡ୍‌ ପ୍ରଫିଟ ଫଣ୍ଡ କମ୍ପାନୀ ଖୋଲିଥିଲେ । ସେମାନଙ୍କୁ ଦୁଇ ଜଣ ବ୍ୟବସାୟୀ ଟଙ୍କା ନିବେଶ କରିବା ନେଇ କଥା ହୋଇଥିଲେ । ସେମାନଙ୍କ ଟଙ୍କା କିଛି ଦିନ ପରେ ଦୁଇ ଗୁଣା ହେଇଯିବ ବୋଲି କମ୍ପାନୀ ପକ୍ଷରୁ ଆଶ୍ବସନା ଦିଆଯାଇଥିଲା । ସେନେଇ ଉଭୟ ବ୍ୟବସାୟୀଙ୍କ ପକ୍ଷରୁ କମ୍ପାନୀ କାର୍ଯ୍ୟାଳୟରେ ୨୮ ଲକ୍ଷ ଟଙ୍କା ଜମା କରାଯାଇଥିଲା । ହେଲେ କିଛି ଦିନ ପରେ ଅଭିଯୁକ୍ତ ମାନେ ବ୍ୟବସାୟୀଙ୍କୁ ୪୦ ଲକ୍ଷ ଟଙ୍କାରୁ ଅଧିକ ନକଲି ନୋଟ୍ ଦେଇଥିଲେ । ଯେଉଁଥିରେ ୫୦୦ ଟଙ୍କିଆ ନକଲି ନୋଟ ଥିଲା ।

ଏହା ମଧ୍ୟ ପଢନ୍ତୁ- Job Scam: ଚାକିରି ନାଁରେ ୬୦ ଲକ୍ଷ ଟଙ୍କା ଚଳୁ, କେନ୍ଦ୍ରମନ୍ତ୍ରୀଙ୍କ ମିଛ PA ସାଜିଥିବା ଠକ ଗିରଫ

ତେବେ ପରେ ଏହି ନକଲି ନୋଟ ବିଷୟରେ ଜାଣିବା ପରେ ୨ ବ୍ୟବସାୟୀ ବୈଦନାଥପୁର ଥାନାରେ ଠକେଇ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯେଉଁଥିରେ ୫ ଜଣଙ୍କୁ ଗିରଫ କରିଥିବାବେଳେ ଏଥିରେ ସାମିଲ ଥିବା ଅନ୍ୟ ୩ ଜଣଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ । ତେବେ ପୋଲିସ ଅଭିଯୁକ୍ତଙ୍କଠାରୁ ନକଲି ନୋଟ୍‌, ୫ଟି ମୋବାଇଲ ଫୋନ୍‌ ଓ ଦୁଇଟି ବ୍ୟାଗ୍‌ ଜବତ କରିଛି । ତେବେ ଟ୍ରେଡ ପ୍ରଫିଟ ଫଣ୍ଡ ନାମରେ ଅଭିଯୁକ୍ ମାନେ ବ୍ରହ୍ମପୁର ସହରର ବ୍ୟବସାୟୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ସଚିନ ମହାପାତ୍ରଙ୍କ ଠାରୁ ଏହି ଠକେଇ କରିଥିବା ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ଏପରିକି ଏହି ଘଟଣାରେ ବାହାର ରାଜ୍ୟର ତିନି ଅଭିଯୁକ୍ତ ୨୮ ଲକ୍ଷ ଟଙ୍କା ଧରି ବର୍ତ୍ତମାନ ଫେରାର ହୋଇଯାଇଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ଶ୍ରବଣ ବିବେକ ଏମ୍ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.