ETV Bharat / state

ବ୍ୟାଙ୍କରେ ବରିଷ୍ଠ ନାଗରିକଙ୍କୁ ମିଳୁନି ସେବା, ହନ୍ତହସ୍ତ ହିତାଧିକାରୀ

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ବୋରିଗାଁ ପଞ୍ଚାୟତର ବ୍ୟାଙ୍କରେ ବରିଷ୍ଠ ନାଗରିକଙ୍କୁ ମିଳୁନି ସେବା । ହିତାଧିକାରୀ ହନ୍ତହସ୍ତ ହେଉଥିବା ବେଳେ ଗଞ୍ଜାମ ଉପଜିଲ୍ଲାଙ୍କୁ ଭେଟି ଗୁହାରୀ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : May 17, 2023, 1:03 PM IST

senior citizen facing problem in Borigaon

ବ୍ୟାଙ୍କରେ ବରିଷ୍ଠ ନାଗରିକଙ୍କୁ ମିଳୁନି ସେବା

ବ୍ରହ୍ମପୁର: ବରିଷ୍ଠ ନାଗରିକଙ୍କୁ ସଠିକ୍ ସେବା ଯୋଗାଇଦେବା ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ହେଲେ କିଛି ସ୍ଥାନରେ ଯୋଜନା କାର୍ଯ୍ୟକାରୀ ହେଉ ନାହିଁ । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ବୋରିଗାଁ ପଞ୍ଚାୟତରୁ ଏଭଳି ଅଭିଯୋଗ ଆସିଥିବା ବେଳେ ଏନେଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ହିତାଧିକାରୀ । ବ୍ଲକ କର୍ତ୍ତୃପକ୍ଷ ଅଭିଯୋଗ ନଶୁଣିବା କାରଣରୁ ବାଧ୍ୟ ହୋଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ନେଇ ସେମାନେ କହିଛନ୍ତି ।

ବରିଷ୍ଠ ନାଗରିକ ଓ ହିତାଧିକାରୀଙ୍କୁ ସଠିକ୍ ସେବା ଯୋଗାଉନଥିବା ଅଭିଯୋଗ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଗୁହାରୀ କଲେ ଗ୍ରାମବାସୀ । ନିଜ ପଞ୍ଚାୟତରେ ରହିଥିବା ଜନସେବା କେନ୍ଦ୍ର ଓ କିଓସ୍କ ବ୍ୟାଙ୍କରେ ହିତାଧିକାରୀଙ୍କୁ ଏବଂ ମୁଖ୍ୟତଃ ବରିଷ୍ଠ ନାଗରିକଙ୍କୁ ନାନା ହଇରାଣ କରାଯାଉଥିବା ନେଇ ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ବୋରିଗାଁ ପଞ୍ଚାୟତର କିଛି ହିତାଧିକାରୀ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଗୁହାରି ଜଣାଇଛନ୍ତି ।

ମୁଖ୍ୟତଃ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ରଠୁ ଆରମ୍ଭ କରି କିଓସ୍କ ବ୍ୟାଙ୍କ ଖୋଲିବା ପାଇଁ ଅନୁମତି ଦିଆଯାଇଥାଏ । ଏହି ବ୍ୟାଙ୍କଗୁଡ଼ିକରେ ନୂତନ ଖାତା ଖୋଲାଯିବା ଠାରୁ ଆରମ୍ଭ କରି ଗରୀବ ହିତାଧିକାରୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ମିଳୁଥିବା ମାସିକ ଭତ୍ତା ପ୍ରଦାନ କରିବା ଠାରୁ ଆରମ୍ଭ କରି ଅନେକ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଥାଏ । ହେଲେ ଏହାକୁ ଖିଲାପ କରି ଅଞ୍ଚଳ ବାସିନ୍ଦାଙ୍କୁ ନାନା ହଇରାଣ ହରକତ କରୁଛନ୍ତି ପଞ୍ଚାୟତର ସ୍ଥାନୀୟ କ୍ୟୁଓସ୍କ ବ୍ୟାଙ୍କ ଏବଂ ଜନସେବା କେନ୍ଦ୍ର ପଞ୍ଚାୟତର ଜଣେ ନିର୍ବାଚିତ ବ୍ୟକ୍ତିବିଶେଷ । ନିଜ ଇଚ୍ଛା ଅନୁସାରେ ମନମୁଖି କାର୍ଯ୍ୟ ଚାଲୁଥିବା ବେଳେ ବହୁ ଅସୁବିଧାର ସାମ୍ନା କରୁଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଏହା ମଧ୍ୟ ପଢନ୍ତୁ: ବାପାଙ୍କ ଅନ୍ତେ ବିଧାୟକ ବନିଛନ୍ତି ଉତ୍ତରାଧିକାରୀ, ଉପନିର୍ବାଚନ ଦେଇ ବିଧାନସଭାରେ ମିଳିଛି ଏଣ୍ଟ୍ରି

ସେମାନେ ଅଭିଯୋଗ କରି କହିଛନ୍ତି, "ବହୁ ଗରୀବ ବୃଦ୍ଧବୃଦ୍ଧାଙ୍କ ମାସିକ ଭତ୍ତା ଅର୍ଥକୁ ସଠିକ ଭାବରେ ପ୍ରଦାନ କରୁନଥିବା, ବ୍ୟାଙ୍କ ଖାତାକୁ ନିୟମିତ ଭାବରେ ଅପଡେଟ୍ କରୁନଥିବା ଏପରିକି ବ୍ୟାଙ୍କର ମିନି ଷ୍ଟେଟ୍‌ମେଣ୍ଟ୍‌ ମାଗିଲେ ଅର୍ଥ ଦାବି କରିବା ସହିତ ଯେପରି ସେବା ପ୍ରଦାନ କରିବାର ଆବଶ୍ୟକତା ରହିଛି ସେଭଳି କୌଣସି କାର୍ଯ୍ୟ କରାଯାଉ ନାହିଁ । ଏହାକୁ ନେଇ ଆମେ ବ୍ଲକ କର୍ତ୍ତୃପକ୍ଷ ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟକୁ ଲିଖିତ ଭାବରେ ପ୍ରଦାନ କରିଛୁ । ବାରମ୍ବାର ଅଭିଯୋଗ କରି ମଧ୍ୟ କୌଣସି ସମାଧାନର ପନ୍ଥା ନମିଳିବାରୁ ଶେଷରେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛୁ ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.