ETV Bharat / state

ନିର୍ମାଣଧିନ କଲଭର୍ଟ ତଳକୁ ଖସି ସ୍କୁଟି ଚାଳକଙ୍କ ମୃତ୍ୟୁ - ଲାଞ୍ଜିପଲ୍ଲୀ

ଆଙ୍କୁଲି ନିକଟରେ ଏକ ନିର୍ମାଣଧିନ ଓଭରବ୍ରିଜ୍ ନିକଟରେ ରହିଥିବା କଲଭର୍ଟ ତଳକୁ ଖସି ପଡି ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି ।

ନିର୍ମାଣଧିନ କଲଭର୍ଟ ତଳକୁ ଖସି ସ୍କୁଟି ଚାଳକଙ୍କ ମୃତ୍ୟୁ

author img

By

Published : Aug 7, 2020, 3:02 PM IST

ବ୍ରହ୍ମପୁର: ସହରର ଆଙ୍କୁଲି ନିକଟରେ ଏକ ନିର୍ମାଣଧିନ ଓଭରବ୍ରିଜ୍ ନିକଟରେ ରହିଥିବା କଲଭର୍ଟ ତଳକୁ ଖସି ପଡି ଜଣେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି । ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ତୋଟାସାହିରେ ରହୁଥିବା ୩୫ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ଗୁରିବାର ରାତି ସମୟରେ ଘର ପାଇଁ ଖାଇବା କିଣିବାକୁ ଯାଇଥିଲେ । ଆଉ ଘରକୁ ଫେରିବା ସମୟରେ ରାସ୍ତା ଖୋଳାଯାଇଥିବାରୁ ସେ ଅନ୍ଧାରର ରାତିରେ କୌଣସି କାରଣବଶତଃ ମୁକୁଳା ହୋଇ ରହିଥିବା ନିର୍ମାଣଧିନ କଲଭର୍ଟ ମଧ୍ୟକୁ ନିଜର ସ୍କୁଟି ଚଲାଇ ପଶିଯାଇଥିଲେ ।

ନିର୍ମାଣଧିନ କଲଭର୍ଟ ତଳକୁ ଖସି ସ୍କୁଟି ଚାଳକଙ୍କ ମୃତ୍ୟୁ

ଏଭଳି ସମୟରେ ନିର୍ମାଣଧିନ କଲଭର୍ଟ ମଧ୍ୟରେ ରହିଥିବା ଲୁହାରଡ ପୂର୍ଣ୍ଣଚନ୍ଦ୍ରଙ୍କ ଛାତିରେ ପଶିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଏହି ଘଟଣାସମ୍ବନ୍ଧରେ ଶୁକ୍ରବାର ସକାଳେ ଜଣାପଡିବା ପରେ ନିର୍ମାଣଧିନ ଅଞ୍ଚଳରେ ସଠିକ୍ ଭାବରେ ବ୍ୟାରିକେଟ୍ କରାଯାଇନଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଥିବା ନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଉ ନେଇ ଦାବୀ କରାଯାଇଥିଲ । ପରିବାର ବର୍ଗଙ୍କୁ ୧୦ ଲକ୍ଷ କ୍ଷତିପୂରଣ ଦାବୀ କରି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.