ETV Bharat / state

ସ୍କୁଲରେ ଭୂତ ଭୟ, ବେହୋସ ହେଉଛନ୍ତି ଛାତ୍ରୀ !

ଶିକ୍ଷାନୁଷ୍ଠାନରେ ଭୂତ ଭୟ । ଆତଙ୍କିତ ସ୍କୁଲ ପିଲା । ଡର ଏପରି ଯେ, ସ୍କୁଲକୁ ଆସିବା ମାତ୍ରେ ଛାତ୍ରୀ ବେହୋସ ହେଉଥିବାର ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭଞ୍ଜନଗର
author img

By

Published : Sep 21, 2019, 4:08 PM IST

ଭଞ୍ଜନଗର: ସ୍କୁଲରେ ଭୂତ ଭୟ । ଆତଙ୍କିତ ପିଲାଏ । ଗତ 7ଦିନ ଧରି ଏପରି ଭୟଭୀତ ସ୍କୁଲ ଛାତ୍ରୀ । ଯାହାକୁ ନେଇ ଶିକ୍ଷୟତ୍ରୀ ଓ ଅଭିଭାବକ ମହଲରେ ଖେଳିଯାଇଛି ଆତଙ୍କ । ଏଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ବୁଗୁଡା ବ୍ଲକର ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭଞ୍ଜନଗର

ସ୍କୁଲରେ ପ୍ରି-ଟେଷ୍ଟ ପରୀକ୍ଷା ଚାଲିଥିବାବେଳେ ପରୀକ୍ଷାର ପ୍ରଥମ ଦିନରୁ ହିଁ ଭୂତ ପଶିବା ଘଟଣା ଚହଳ ପକାଇଛି । ବେହୋସ ହେବାରେ ଲାଗିଛନ୍ତି ଛାତ୍ରଛାତ୍ରୀ । ଆଉ ବେହୋସ ଛାତ୍ରୀଙ୍କୁ ପଚାରିଲେ କହୁଛନ୍ତି ଆତ୍ମହତ୍ୟା କରିଥିବା ଜନୈକ ଛାତ୍ରୀ ସେମାନଙ୍କୁ ଡାକୁଛି । ଗୋଟିଏ ପରେ ଗୋଟିଏ ଛାତ୍ରୀଙ୍କ ଅବସ୍ଥା ଏପରି ହେବା ପରେ ଶିକ୍ଷୟତ୍ରୀ ମଧ୍ୟ ଭୂତ ଭୟକୁ ସ୍ବୀକାର କରିଛନ୍ତି । ଆଉ ସେପଟେ, ପରିବାର ଲୋକେ ଝଡାଫୁଙ୍କାର ସାହାଯ୍ୟ ନେଉଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଗତ 25 ଦିନ ତଳେ ବିଦ୍ୟାଳୟର ଜନୈକ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏଭଳି ପରିସ୍ଥିତି ଉପୁଜିଛି । କୌଣସି କାରଣରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିବା ପରେ ଶେଷ ଦର୍ଶନ କରିବା ପାଇଁ ସ୍କୁଲ ସାଙ୍ଗସାଥୀ ତାଙ୍କ ଘରକୁ ଯାଇଥିଲେ । ଏହା ପରେ କିଛି ଦିନ ସ୍କୁଲ ଠିକଠାକ ଚାଲିଥିଲା ହେଲେ ଗତ 7 ଦିନ ହେବ କ୍ଲାସ ରୁମରେ ପାଠ ପଢୁଥିବା ସମୟରେ ବେହୋସ ହୋଇ ପଡୁଛନ୍ତି ଛାତ୍ରଛାତ୍ରୀ । ସେପଟେ, ଘଟଣାକୁ ନେଇ ପୋଲିସ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ସ୍କୁଲରେ ଦେଖାଦେଛି ଭୁତ ଆତଙ୍କ ଯାହା ଫଳରେ ବିଦ୍ୟାଳୟକୁ ଆସିବାକୁ ଡରୁଛନ୍ତି ପିଲ୍ଲା 7 ଦିନହେଲା ଦେଖାଦେଇଛି ଏହିଭଳି ଘଟଣା ଜାହାକୁନେଇ ଅଭିଭାବକ ଓ ଶିକ୍ଷୟତ୍ରୀ ମହଲରେ ଦେଖାଦେଛି ଆତଙ୍କ

Body:vo_1_ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ବାଲିପଦର ରଘୁନାଥ ସ୍ୱାମୀ ବାଳିକା ଉଚ୍ଚବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ଗତ 25 ଦିନତଳେ ଏହି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ s.ସୁସ୍ମିତା ଆଚାରି କୌଣସି କାରଣ କୁ ନେଇ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ ପିଲାମାନେ ତାଙ୍କରି ଶେଷଦର୍ଶନ କରିବାପାଇଁ ତାଙ୍କରି ଘରକୁ ଯାଇଥିଲେ କିଛିଦିନ ଭଲରେ ସ୍କୁଲରେ ପିଲାମାନେ ଭଲରେ ପାଠ ପଢି ଘରକୁ ଫେରୁଥିଲେ ବର୍ତ୍ତମାନ 7 ଦିନହେଲା ସ୍କୁଲରେ ପିଲାମାନଙ୍କ ଦେହରେ ପ୍ରେତାତ୍ମା ଆସୁଛି ବୋଲି ଅଭିଯୋଗ ହେଉଛି ପ୍ରତ୍ୟକ ଦିନ କେହିନାକେହି କ୍ଲାସ ରୁମରେ ପାଠ ପଢ଼ୁଥିବା ସମୟରେ ବେହୋସ ହୋଇଯାଉଛି ପଚାରିଲେ କହୁଛି ମୋତେ ସୁସ୍ମିତା ଡାକୁଛି ଏଭଳି ପରିସ୍ଥିତିରେ ସ୍କୁଲର ଶିକ୍ଷୟତ୍ରୀ ମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ଯେଉଁ ଦିନ ଯେଉଁ ପିଲାର ଦେହ ଖରାପ ହେଉଛି ସଙ୍ଗେ ସଙ୍ଗେ ତାଙ୍କ ଅଭିଭାବଙ୍କୁ ଡାକି ପିଲାକୁ ହସ୍ତାନ୍ତର କରୁଛନ୍ତି ଯିଏ ଯେଉଠିକି ପାରିଲା ଝାଡ଼ଫୁଙ୍କ କରିବାକୁ ନେଉଛନ୍ତି ଆଗରୁ ସ୍କୁଲରେ ଏପରି ଘଟଣା କେବେ ଘଟିନଥିବା ପ୍ରଧାନ ଶିକ୍ଷୟତ୍ରୀ କହିଥିବାବେଳେ ଶିକ୍ଷିତ ସମାଜରେ ଏପରି ଭୁତ ପ୍ରେତ କଥାକୁ ବିଶ୍ୱାସ କରୁନଥିଲେ ମଧ୍ୟ ଆମା ଆଗରେ ଯେପରି ପିଲା ଚାହୁଁ ଚାହୁଁ ବେହୋସ ହେଉଛନ୍ତି ପ୍ରେତ ଆତ୍ମା ଅଛିବୋଲି ବିଶ୍ୱାସ କରିବାକୁ ବାଧ୍ୟ ହେଉଛୁ ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ଅନ୍ୟପଟେ ଏଘଟଣାକୁନେଇ ଅଭିଭାବକ ମହଲରେ ଛନକା ପସିଯାଇଛି
ବାଇଟ-ଅସୁସ୍ତ ଛାତ୍ରୀ
ବାଇଟ-ଦୌପଦୀ ବେହେରା (ଦଶମ ଶ୍ରେଣୀ ଛାତ୍ରୀ)
ବାଇଟ-ନମିତା ସ୍ୱାଇଁ(ଅଭିଭାବକ)

Conclusion:vo_2_ସ୍କୁଲ ରେ ପ୍ରିଟେଷ୍ଟ ଚାଲିଥିବାବେଳେ ପରକ୍ଷା ର ପ୍ରଥମ ଦିନରୁ ହିଁ ପିଲାମାନଙ୍କ ଦେହରେ ଭୁତ ପଶିବା କଥା ଅଂଚଳରେ ଚହଳ ପକାଇ ଦେଇଛି ପିଲା ମାନଙ୍କ ଅସୁସ୍ଥ ହେବାଘଟଣା ପ୍ରଧାନ ଶିକ୍ଷୟତ୍ରୀ ଉଚ୍ଚପଦସ୍ତ ଅଧିକାରୀ ଏବଂ ପୋଲିସ କୁ ଅବଗତ କରାଇଛନ୍ତି କିନ୍ତୁ ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ପ୍ରଶାସନ ପକ୍ଷରୁ ନିଆଯାଇନାହିଁ ପିଲା ଆସୁଛନ୍ତି ଅସୁସ୍ଥ ହୋଇ ଘରକୁ ଫେରୁଛନ୍ତି
ବାଇଟ-ବୈଜୟନ୍ତୀ ମାଳା ସୁବୁଦ୍ଧି (ପ୍ରଧାନ ଶିକ୍ଷୟତ୍ରୀ)
fvo_ସ୍କୁଲ ର ଭୁତ ପ୍ରେତ କଥାକୁ ପ୍ରଶାସନ କେବେଦୁର କରୁଛନ୍ତି ଆଉ ସ୍କୁଲରେ କେବେ ସ୍ୱାଭାବିକ ପରିସ୍ଥିତି ଫେରିଆସୁଛି ତାହାକୁହିଁ ଅପେକ୍ଷା ଭଞ୍ଜନଗର ରୁ ରଂଜନ ସ୍ୱାଇଁ ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.