ବ୍ରହ୍ମପୁର: ରାଜ୍ୟରେ ଆରମ୍ଭ ହୋଇଥିବା 'ଆମ ଓଡିଆ ନବୀନ ଓଡିଶା ଯୋଜନାର' ଅର୍ଥର ବିନିଯୋଗ ସମ୍ପୂର୍ଣ୍ଣ ଦାୟିତ୍ବ ସରପଞ୍ଚଙ୍କୁ ଦିଆଯାଉ ବୋଲି ଦାବି ହୋଇଛି । ଓଡିଶାର 30ଟି ଜିଲ୍ଲା ଓ 314 ବ୍ଲକରେ ନିର୍ବାଚିତ 6 ହଜାର 798 ସରପଞ୍ଚଙ୍କୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫାଳତା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଦାବି ଉଠିଛି । ରାଷ୍ଟ୍ରୀୟ ପଞ୍ଚାୟତିରାଜ ସରପଞ୍ଚ ସଂଗଠନ ଓଡିଶା ରାଜ୍ୟ ସଭାପତି ରବି ରଥ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ସେ କହିଛନ୍ତି,'' ଗ୍ରାମାଞ୍ଚଳରେ ହୋଇଥିବା ବିକାଶ ମୂଳକ ସମସ୍ତ କାର୍ଯ୍ୟ ନିର୍ବାଚିତ ସରପଞ୍ଚ ମାନଙ୍କୁ ଦାୟିତ୍ବ ଦେଇ ସେମାନଙ୍କୁ ଉତ୍ତରଦାୟୀ କରାଯିବା ଉଚିତ । ଆମ ଓଡିଶା ନବୀନ ଓଡିଶା ଯୋଜନାର 50 ଲକ୍ଷ ଟଙ୍କା ଲେଖାଏଁ ପଞ୍ଚାୟତରେ ବ୍ୟୟ ହେବାକୁ ରହିଥିବା ଏବଂ ରାଜ୍ୟରେ 5ଟି ସଚିବଙ୍କର ମୋ ସରକାରରେ, ରାଜ୍ୟରେ ରହିଥିବା ସମସ୍ତ ପଞ୍ଚାୟତ ଠାରୁ ଆରମ୍ଭ କରି ପୌର ପରିଷଦ ତଥା ନିଗମ ଯାଏଁ କାହାର ହେଲେ କରିବାର କ୍ଷମତା ନଥିବାର ପରିସ୍ଥିତି ପରିବେଶରୁ ଜଣାଯାଉଥିବା ଯୋଗୁଁ ପରିସ୍ଥିତିରୁ ଦେଖିବାକୁ ମିଳୁଛି । ସାରା ରାଜ୍ୟର ଏହି ତ୍ରିସ୍ତରୀୟ ପଞ୍ଚାୟତ ଗୁଡିକର ସଂସ୍ଥା ପାଇଁ ଦରକାର ପଡୁଥିବା, ସୁସ୍ଥ ଭାରତ/ଓଡିଶା ଯୋଜନା ଠାରୁ ଆରମ୍ଭ କରି ବିଦ୍ୟୁତ ସରଞ୍ଜାମ ଯାଏଁ କିଣିବାର କୌଣସି କ୍ଷମତା ନାହିଁ । ଏଥିପାଇଁ ରାଜ୍ୟର ଭୂବନେଶ୍ବରରୁ କେହି ଜଣେ ସବୁ ପ୍ରକାର ସରଞ୍ଜାମ କିଣି ପଠାଉଛନ୍ତି ।''
ସେ ଆହୁରି କହିଛନ୍ତି,'' ସେହି ସବୁ ସରଞ୍ଜାମ ଗୁଡିକୁ ପଞ୍ଚାୟତ ଠାରୁ ପୌର ଓ ନିଗମ କର୍ତ୍ତୃପକ୍ଷ ମାନେ ତାହାକୁ କରିବାକୁ ବାଧ୍ୟ ହେଉଥିବା ଯୋଗୁଁ ଏଥିପାଇଁ ପଞ୍ଚାୟତର ସରପଞ୍ଚମାନେ ସେହି ସରଞ୍ଜାମ ବାବଦକୁ ନିଜ ନିଜର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ପାଖରେ ସମୁଦାୟ ଅର୍ଥ ପୈଠ କରୁଛନ୍ତି । ସେହିପରି ପୌର ପରିଷଦ ଓ ନିଗମର ଅଧ୍ୟକ୍ଷ ଓ ମେୟର ମାନେ ମଧ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସରଞ୍ଜାମ ବାବଦକୁ ପୈଠ କଲା ବେଳକୁ, ବିଲରେ ଦସ୍ତଖତ ଦେବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ପଞ୍ଚାୟତ ପ୍ରତିନିଧିମାନଙ୍କ ଉପରେ ଆସ୍ଥା ଓ ବିଶ୍ବାସ ଥାଏ, ତାହେଲେ ପଞ୍ଚାୟତ ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ସହ ପଞ୍ଚାୟତର ବିକାଶ ମୂଳକ ଦାୟିତ୍ବ ପ୍ରଦାନ କରାଯାଉ
ଏହା ବି ପଢନ୍ତୁ...କାଠଗଡାରେ ଆମ ଓଡିଶା-ନବୀନ ଓଡିଶା ଯୋଜନା, ଆରମ୍ଭ ହେଲା ଜୋରଦାର ରାଜନୀତି
ଆମ ଓଡିଶା ନବୀନ ଓଡିଶା ଯୋଜନାର ଅର୍ଥର ସପୂର୍ଣ୍ଣ ବିନିଯୋଗ ଦାୟିତ୍ବ ସରପଞ୍ଚଙ୍କୁ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ରାଷ୍ଟ୍ରୀୟ ପଞ୍ଚାୟତିରାଜ ସରପଞ୍ଚ ସଂଗଠନ । ଓଡ଼ିଶାର 30 ଜିଲ୍ଲା ଓ 314 ବ୍ଲକରେ ନିର୍ବାଚିତ ହୋଇଥିବା 6 ହଜାର 798 ସରପଞ୍ଚଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମପ୍ରଧାନ / ସରପଞ୍ଚ ସଂଙ୍ଗଠନ ଓଡ଼ିଶା ଶାଖାର ସଭାପତି ରବି ରଥ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।