ବ୍ରହ୍ମପୁର: ଲଘୁଚାର ପ୍ରଭାବରେ ଜାରି ରହିଛି ପ୍ରବଳ ବର୍ଷା । ସେପଟେ ପୁରୁଷତ୍ତମପୁରରେ ସତର୍କ ସଙ୍କେତ ଡେଇଁଲା ଋଷିକୁଲ୍ୟା ନଦୀ । ନଦୀର ସତର୍କ ସଙ୍କେତ 15.83 ଥିଲା ବେଳେ ବର୍ତ୍ତମାନ ରହିଛି 16.35 । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢିଛି । ଫଳରେ ଆଗକୁ ବିପଦ ସଙ୍କେତ ଡେଇଁପାରେ ଋଷିକୁଲ୍ୟା ।
ବିପଦ ରହିଥିବା ବେଳେ ନଦୀର ତଳିଆ ଅଞ୍ଚଳରେ ରହିଥିବା ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ