ETV Bharat / state

ଟୋକନ୍ ଧରି ବୁଲୁଛି ଚାଷୀ, ଧାନ ନେଉନି ପ୍ରଶାସନ

ଅମଳ ଧାନକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ । ବର୍ଷ ତମାମ ନିଜର ଚାଷ ଜମିରୁ କଷ୍ଟ ପଡି ଆଦାୟ କରିଥିବା ଧାନକୁ ସରକାରଙ୍କୁ ବିକ୍ରି କରିବା ପାଇଁ ପଞ୍ଜିକରଣ କରି ପାଇଥିଲେ ଟୋକନ୍ । ହେଲେ ନିଜ ପଞ୍ଚାୟତର ସମବାୟ ସମିତି ମିଳିଥିବା ଟାର୍ଗେଟ ପୂରଣ ହୋଇଯାଇଥିବା କହି ଚାଷୀଙ୍କ ଠାରୁ ସଂଗ୍ରହ ହେଉନାହିଁ ଧାନ । ଅଧିକ ପଢନ୍ତୁ...

ଟୋକନ୍ ଧରି ବୁଲୁଛି ଚାଷୀ, ଧାନ ନେଉନାହାଁନ୍ତି ପ୍ରଶାସନ

author img

By

Published : Feb 25, 2021, 1:54 PM IST

ବ୍ରହ୍ମପୁର: ଅମଳ ଧାନକୁ ନେଇ ଏବେ ଚିନ୍ତାରେ ଚାଷୀକୂଳ । ବର୍ଷ ତମାମ ନିଜର ଚାଷ ଜମିରୁ କଷ୍ଟ ପଡି ଆଦାୟ କରିଥିବା ଧାନକୁ ସରକାରଙ୍କୁ ବିକ୍ରି କରିବା ପାଇଁ ପଞ୍ଜିକରଣ କରି ପାଇଥିଲେ ଟୋକନ୍ । ହେଲେ ନିଜ ପଞ୍ଚାୟତର ସମବାୟ ସମିତି ମିଳିଥିବା ଟାର୍ଗେଟ ପୂରଣ ହୋଇଯାଇଥିବା କହି ଚାଷୀଙ୍କ ଠାରୁ ସଂଗ୍ରହ ହେଉନାହିଁ ଧାନ । ଏହାକୁ ନେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ରାସ୍ତାକଡରେ ଧାନ ବସ୍ତାକୁ ରଖି ଏଭଳି ସମୟରେ ନିଜର ଆଦାୟ ଧାନ କାହାରିକୁ ବିକ୍ରି କରିବ ତାହାକୁ ନେଇ ବଢୁଛି ଏକ ପ୍ରକାର ଅସନ୍ତୋଷ ।

ଟୋକନ୍ ଧରି ବୁଲୁଛି ଚାଷୀ, ଧାନ ନେଉନାହାଁନ୍ତି ପ୍ରଶାସନ

ଜଣେ କି ଦୁଇ ଜଣ ନୁହେଁ ବରଂ ଗଞ୍ଜାମ ଜିଲ୍ଲାର ହଜାର ହଜାର ଚାଷୀଙ୍କ ଅମଳ ଧାନକୁ ଧରି ଚିନ୍ତାରେ ରହିଛି ଚାଷୀକୂଳ । ଏବେ ଅସୁରକ୍ଷିତ ଭାବରେ କେବେ ଗଞ୍ଜାମ ଜିଲ୍ଲାରେ ହଜାର ହଜାର କୁଇଣ୍ଟାଲ ଧାନ ଚଳିତ ଖରିଫ୍ ଋତୁରେ ପ୍ରଶାସନ ପକ୍ଷରୁ ପଞ୍ଚାୟତର ସମବାୟ ସମିତି ଠାରୁ ଆରମ୍ଭ କରି ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଏବଂ ପାଣି ପଞ୍ଚାୟତ ପକ୍ଷରୁ ସଂଗ୍ରହ ହେଉଥିବା ଧାନକ୍ରୟ ନିମନ୍ତେ ରଖାଯାଇଥିବା ଲକ୍ଷ୍ୟ ପୂରଣ ହୋଇଯାଇଥିବାରୁ ଅମଳ ଧାନକୁ ସଂଗ୍ରହ କରିବାରେ ଅରାଜି ଥିବାରୁ ସଂଗ୍ରହ ହୋଇପାରୁନାହିଁ ଧାନ । ଏହାକୁ ନେଇ ଅନେକ ଗ୍ରାମାଞ୍ଚଳରେ ଆଦାୟ ଧାନକୁ ରଖି କାହାରିକୁ ବିକ୍ରି କରିବେ ନାଁ ପ୍ରଶାସନକୁ ଅପେକ୍ଷା କରି ରହିବେ ଏଭଳି ନାନା ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଯାଇଛି ।

ସେପଟେ ଆଦାୟ ଧାନକୁ ସଂଗ୍ରହ କରିବାରେ ପ୍ରଶାସନର ଟାଳଟୁଳ ନୀତିକୁ ନେଇ କେଉଁଠି ରାସ୍ତାରୋକ ହେଲାଣି ତ ଆଉ କେତେବେଳେ ଚାଷୀ ଧାନ ବସ୍ତା ଧରି ଜିଲ୍ଲାର ସଦର ମହକୁମ୍ମାରେ ପହଞ୍ଚି ବିକ୍ଷୋଭ କରିଲେଣି । ଏପରିକି ଗତ ବର୍ଷ କୋଭିଡ୍ ଯୋଗୁଁ ଗଞ୍ଜାମର ବହୁ ଚାଷୀଙ୍କ ଧାନ ସଂଗ୍ରହ ବିଳମ୍ବ ହୋଇଥିବା ବେଳେ ଚଳିତଥର ପୁଣି ଧାନ କ୍ରୟ କରିବାରେ ବିଭ୍ରାଟ ଦେଖା ଦେଇଥିବାରୁ ତୁରନ୍ତ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ଚାଷୀ ନେତା ।

ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍ ଋତୁରେ ୩୮ଲକ୍ଷ ୬୨ ହଜାର କୁଇଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଜିଲ୍ଲାରେ ସମୁଦାୟ ୪୩ ଗୋଟି ଧାନ କ୍ରୟ କେନ୍ଦ୍ର ଖୋଲାଯାଇ ସମବାୟ ବିଭାଗର ୩୭୮ ସୋସାଇଟି, ୬୪ ଗୋଟି ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଏବଂ ଗୋଟିଏ ପାଣି ପଞ୍ଚାୟତ ଦ୍ବାରା ଧାନ କ୍ରୟ କାର୍ଯ୍ୟ କରାଯାଇଥିଲା ।

ପଟେ ଜିଲ୍ଲାପାଳଙ୍କ କହିବା କଥା ଯେଉଁ ଚାଷୀଙ୍କ ପାଖରେ ଟୋକୋନ୍ ରହିଛି କିନ୍ତୁ ଧାନ ବିକ୍ରି କରିପାରିନାହାନ୍ତି ସେମାନେ ପ୍ରକୃତ ଚାଷୀ କି ନାହିଁ ତାହାକୁ ଅନୁଧ୍ୟାନ କରିବା ପାଇଁ କୁହାଯାଇଥିବା ବେଳେ ତହସିଲଦାରଙ୍କୁ ଏହାର ଦାୟିତ୍ବ ଦିଆଯାଇଥିବାରୁ ଏହାର ଖୁବ୍ ଶ୍ରୀଘ୍ର ସମାଧାନ କରାଯିବ । ଗୋଟିଏ ପଟେ ହାତରେ ଟୋକେନ୍ ଧରି ଚାଷୀ ଅମଳ ଧାନକୁ ବିକ୍ରି କରିବା ପାଇଁ ଅପେକ୍ଷା କରି ରହିଥିବା ବେଳେ କେବେ ପ୍ରଶାସନ ତାର ଗୁହାରି ଶୁଣିବ ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.