ବ୍ରହ୍ମପୁର: ଚୀନ ଏବଂ ତିବ୍ବତରେ ମାନବିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ । ସାରା ବିଶ୍ୱର ବିଭିନ୍ନ ଦେଶରେ କୋଭିଡ୍ ମହାମାରୀ ନିୟନ୍ତ୍ରଣକୁ ଆସି ଯାଇଥିଲେ ମଧ୍ୟ ଅଦ୍ୟାବଧି ତିବ୍ବତ ଏବଂ ଚାଇନାରେ ରହି ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି । ଏହାସହ ମାନବିକ ଅଧିକାର କ୍ଷୂର୍ଣ୍ଣ ହେଉଥିବା ଅଭିଯୋଗ ଆଣିଛନ୍ତି ଚନ୍ଦ୍ରଗିରିରେ ରହିଆସୁଥିବା ତିବ୍ବତୀୟ ଶରଣାର୍ଥୀ ।
ଏନେଇ ଶରଣାର୍ଥୀ ମହିଳା ସଂଗଠନ ପକ୍ଷରୁ ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ନିକଟରେ ପ୍ରତିବାଦ କରାଯାଇ ତୁରନ୍ତ ଜିରୋ କୋଭିଡ ପଲିସି ପ୍ରଚଳନ ପାଇଁ ଦାବି କରିଛନ୍ତି । ଏହାସହ ମିଳିତ ଜାତିସଂଘର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନବିକ ଅଧିକାର କମିଶନରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ତିବ୍ବତୀୟ ଶରଣାର୍ଥୀ ମହିଳା ମାନେ ସେଠାରେ ଅଦ୍ୟାବଧି କୋଭିଡ୍ ନାମରେ କରାଯାଉଥିବା ଅତ୍ୟାଚାର ଏବଂ କୋଭିଡରେ ଆକ୍ରାନ୍ତ ବ୍ୟକ୍ତି ବିଶେଷଙ୍କୁ ସଠିକ ଚିକିତ୍ସା କରାଯାଉନଥିବା ରୋଗୀ ଏବଂ ସୁସ୍ଥଙ୍କୁ ଗୋଟିଏ ସ୍ଥାନରେ ରଖାଯାଉଥିବାରୁ, ଏହାକୁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: Bihar Hooch Tragedy: ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି
ଏନେଇ ଜଣେ ତିବ୍ବତୀୟ ମହିଳା ଶରଣାର୍ଥୀ କହିଛନ୍ତି, "ଦଶରେ କୋରୋନା ପଜିଟିଭ ହାର କମିଯାଇଥିଲେ ସୁଦ୍ଧା ଚାଇନାରେ କୋରୋନା ପୁଣି ଥରେ ବଢିବାରେ ଲାଗିଛି । ଚାଇନା ଏବଂ ତିବ୍ଦତରେ ବ୍ୟକ୍ତିବିଶେଷଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି । ଖାଇବା ପିଇବା ମଧ୍ୟ ଭଲ ଦିଆଯାଉନାହିଁ । ସେଥିପାଇଁ ଆଜି ଆମ ପ୍ରତିବାଦ କରୁଛୁ । ଏନେଇ ମିଳିତ ଜାତିସଂଘର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନବିକ ଅଧିକାର କମିଶନରଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରୁଛୁ ।"
ଇଟିଭି ଭାରତ, ବ୍ରହ୍ମପୁର