ETV Bharat / state

ବ୍ୟାଙ୍କରୁ ଫେରିବା ବେଳେ ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ୍, ୪ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ ଦୃବୁର୍ତ୍ତ - senior citizen complaints against thief

ବ୍ରହ୍ମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇ ଫେରୁଥିବାବେଳେ ହୋଇଛି ଲୁଟ୍ । ୨ ଜଣ ଦୁବୃର୍ତ୍ତ ବାଇକ୍ ଯୋଗେ ଆସି ବୃଦ୍ଧ ଦମ୍ପତିଙ୍କ ଠାରୁ ୪ଲକ୍ଷ ୫୦ହଜାର ଟଙ୍କା ଝାମ୍ପି ନେଇଛନ୍ତି । ଅଧିକ ପଢନ୍ତୁ

ବୃଦ୍ଧ ଦମ୍ପତ୍ତିଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍

author img

By

Published : May 26, 2023, 10:20 PM IST

ବୃଦ୍ଧ ଦମ୍ପତ୍ତିଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍

ବ୍ରହ୍ମପୁର: ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ନେଉଥିବାବେଳେ ବୃଦ୍ଧ ଦମ୍ପତିଙ୍କଠାରୁ ଲୁଟ୍ ହୋଇଛି । ବ୍ରହ୍ମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଜମା ଥିବା ଟଙ୍କା ଉଠାଇ ଘରକୁ ନେଉଥିବାବେଳେ ବୃଦ୍ଧ ଦମ୍ପତିଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି ଦୁଇ ଜଣ ଦୁବୁର୍ତ୍ତ । ଏଭଳି ଘଟଣା ଘଟିଛି ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଓଭରବ୍ରିଜ୍ ନିକଟରେ ।

ଏହା ବି ପଢ଼ନ୍ତୁ ମାରଣାସ୍ତ୍ର ଧରି ବୁଲୁଛନ୍ତି ଡକାୟତ ଗ୍ୟାଙ୍ଗ୍, ATM ଲୁଟ୍‌ ଯୋଜନା ଭଣ୍ଡୁର କଲା ପୋଲିସ୍

ସୂଚନା ଅନୁସାରେ ଭାରତୀୟ ବିରଳ ମୃର୍ତ୍ତିକା କାରଖାନରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି ପ୍ରଭାକର ପଟ୍ଟନାୟକ । ଅବସର ପରେ ନିଜ ବ୍ୟାଙ୍କରେ ରହିଥିବା ଜମା ଟଙ୍କାକୁ ନେବା ପାଇଁ ଧର୍ମପତ୍ନୀଙ୍କ ସହ ଆସିଥିଲେ ପ୍ରଭାକର । ଶୁକ୍ରବାର ସେମାନେ ସହରର ଗଜପତିନଗର ଛକରେ ରହିଥିବା ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ଘର ତିଆରି କରିବା ପାଇଁ ୫ ଲକ୍ଷ ୨୦ ହଜାର ଟଙ୍କା ଉଠାଇବା ପାଇଁ ଆସିଥିଲେ ବୋଲି କହିଛନ୍ତି ଅଭିଯୋଗକାରୀ ।

ହେଲେ ବ୍ୟାଙ୍କରେ ଟଙ୍କା ନଥିବା ଯୋଗୁଁ କର୍ମଚାରୀମାନେ କିଛି ସମୟ ଅପେକ୍ଷା କରିବାକୁ କହିବା ସହିତ ପରବର୍ତ୍ତୀ ସମୟରେ ୪ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟର ପାଞ୍ଚ ଶହ ଟଙ୍କିଆ ନୋଟ୍ ଦେବା ସହିତ ଅବଶିଷ୍ଟ ୧୦୦ ଟଙ୍କିଆ ନୋଟ୍ ଦେଇଥିଲେ । ଆଉ ଏହି ସମୟରେ ବୃଦ୍ଧ ଦମ୍ପତ୍ତିଙ୍କ ସମସ୍ତ ଗତିବିଧିକୁ ବ୍ୟାଙ୍କ ପରିସରରେ ରହି ନଜର ରଖିଥିଲେ ଦୁବୃର୍ତ୍ତ ।

ଟଙ୍କା ନେଇ ଯାଉଥିବାବେଳେ ୨ ଜଣ ଦୁବୃର୍ତ୍ତ ଏକ ମୋଟର ସାଇକେଲ ଯୋଗେ ପିଛା କରିବା ସହିତ ବ୍ୟାଙ୍କଠାରୁ କିଛି ଦୂର ଯିବା ପରେ ମୁଖ୍ୟ ରାସ୍ତାରେ ହିଁ ବୃଦ୍ଧ ଦମ୍ପତିଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ । ଆଉ ଏହାର କିଛି ସମୟ ପରେ ସହରର ଆଙ୍କୁଲି ଓଭରବ୍ରିଜ ନିକଟରେ ବୃଦ୍ଧା ଜଣଙ୍କ ଧରିଥିବା ଭେନିଟ ବ୍ୟାଗକୁ ଛଡାଇ ନେଇଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ଲୁଟ୍‌ର ଶିକାର ହୋଇଥିବା ବୃଦ୍ଧ ଦମ୍ପତି ଲୁଟେରାମାନଙ୍କୁ ନିଜ ମୋଟର ସାଇକେଲରେ ଗୋଡାଇ ଗୋଡାଇ ସହରର ଲାଞ୍ଜିପଲ୍ଲୀ ଫାଣ୍ଡି ପର୍ଯ୍ୟନ୍ତ ଯିବା ପରେ ସେଠାରୁ ଆଉ ଦେଖିବାକୁ ପାଇନଥିବା କହିଛନ୍ତି । ଏହାପରେ ଘଟଣା ସମ୍ପର୍କରେ ପ୍ରଥମେ ଲାଞ୍ଜିପଲ୍ଲୀ ଫାଣ୍ଡି ଏବଂ ପରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଟିମ୍ ଘଟଣାର ତନାଘନା ଆରମ୍ଭ କରିଥିବା ଜଣାପଡିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.