ETV Bharat / state

କନ୍ୟାଯାତ୍ରୀଙ୍କ ଉପରେ ମାଡିଗଲା ସ୍କର୍ପିଓ: ୩ ମୃତ, ୧୨ରୁ ଅଧିକ ଆହତ

ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀଙ୍କ ଉପରେ ମାଡିଗଲା ସ୍କର୍ପିଓ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଓ ୧୨ ଆହତ । ଅଧିକ ପଢନ୍ତୁ

author img

By

Published : Feb 15, 2023, 7:51 AM IST

Updated : Feb 15, 2023, 2:25 PM IST

ବ୍ରହ୍ମପୁର ମାଣ୍ଡିଆପଲ୍ଲୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା

ବ୍ରହ୍ମପୁର: କନ୍ୟାଯାତ୍ରୀଙ୍କ ଉପରେ ମାଡିଗଲା ସ୍କର୍ପିଓ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଗାଁରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩) ଓ ୧୨ ବର୍ଷୀୟା ନାବାଳିକା ଭାରତୀ ରେଡ଼ି । ଆହତଙ୍କ ମଧ୍ୟରେ ଦୁଇ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡିଛି । ସମସ୍ତ ଆହତଙ୍କୁ MKCG ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମାଣ୍ଡିଆପଲ୍ଲୀ ଗାଁରେ ଏକ ବିବାହ ପାଇଁ ବରପକ୍ଷ ଲୋକ କନ୍ୟାଘରକୁ ଆସୁଥିଲେ । କନ୍ୟା ପକ୍ଷର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଲୋକେ ବରଯାତ୍ରୀଙ୍କୁ ବାଟବରଣ କରିବାକୁ ଯିବା ପାଇଁ ଛିଡ଼ା ହୋଇଥିଲେ । ଏତିକି ବେଳେ ଦ୍ରୁତଗତିରେ ଆସୁଥିବା ଏକ ସ୍କର୍ପିଓ ଗାଡି ସେମାନଙ୍କ ଉପରେ ମାଡିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ମହିଳାଙ୍କ ସହ ଗୋଟିଏ ୧୨ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟିଥିଲା ଓ ୧୨ରୁ ଅଧିକ ଆହତ ହୋଇଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ମଦ୍ୟପ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରି ମାଡ ମାରିବା ସହ ଚମାଖଣ୍ଡି ଥାନାରେ ଜିମା ଦେଇଥିବା ସୂଚନା ମିଳିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିବାହ ପାଇଁ ଚଳଚଞ୍ଚଳ ଥିବା ଘର ଏବେ କାନ୍ଦ ବୋବାଳିରେ ଫାଟିପଡୁଛି ।

ଏହାମଧ୍ୟ ପଢନ୍ତୁ: Road Accident: ଚକା ଫାଟି ବସ୍‌ ଦୁର୍ଘଟଣାଗ୍ରସ୍ତ, ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ଜଣେ ମୃତ

ପ୍ରକାଶଥାଉ କି, ଦିନକ ତଳେ ବ୍ରହ୍ମପୁର ଗୋଳନ୍ଥରା ଥାନା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ବିବାହ ପରେ ପ୍ରଥମ ଥର ସ୍ବାମୀଙ୍କୁ ନେଇ କନ୍ୟା ବାଇକ ଯୋଗେ ବାପଘରକୁ ଆସୁଥିବା ବେଳେ ବୋରୱେଲ ଟ୍ରାକ୍ଟର ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମୃତ ନବଦମ୍ପତି ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଅଞ୍ଚଳର ଜି.ବେଣୁ ଓ ବ୍ରହ୍ମପୁର ସହରର ହନୁମାନ ନଗର ଅଞ୍ଚଳର ସିଏଚ. ପ୍ରବଣିକା । ଗତ ୧୦ ତାରିଖରେ ଉଭୟଙ୍କ ବିବାହ ହୋଇଥିଲା । ରୀତିନୀତି ଅନୁସାରେ ବିବାହର ତୃତୀୟ ଦିନ ଝିଅ ଜ୍ବାଇଁ ସହ ବାପଘରକୁ ଫେରୁଥିବା ବେଳେ ବାଟରେ ମୃତ୍ୟୁ ଛକି ବସିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 15, 2023, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.