ETV Bharat / state

ଗଞ୍ଜାମରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, 5 ଗୁରୁତର

Road Accident: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ଜି. ଦାମଦରପଲ୍ଲୀ ଗ୍ରାମ ନିକଟରେ ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଊର୍ଦ୍ଧ୍ବ ଗୁରୁତର ଆହତ । ଅଧିକ ପଢନ୍ତୁ

road accident
ଗଞ୍ଜାମ ବସ୍ ଦୁର୍ଘଟଣା
author img

By ETV Bharat Odisha Team

Published : Jan 6, 2024, 7:48 AM IST

Updated : Jan 6, 2024, 10:37 AM IST

ଗଞ୍ଜାମରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା

ବ୍ରହ୍ମପୁର: ଦୁଇଟି ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ଜି. ଦାମଦରପଲ୍ଲୀ ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ଜଣକ ଗୋଟିଏ ବସ୍‌ର ଡ୍ରାଇଭର ହୋଇଥିବା ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗତକାଲି ରାତିରେ ମାଲକାନଗିରି ଅଭିମୁଖେ ଯାଉଥିବା ଦିଲଖୁସ ବସ୍ ସହ ଦୀପକ ନାମକ ଏକ ଘରୋଇ ବସ୍ ଜି. ଦାମଦରପଲ୍ଲୀ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ 5ରୁ ଊର୍ଦ୍ଧ୍ବ ଗୁରୁତର ଆହାତ ହୋଇଥିବା ବେଳେ ବସ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ଆସିକା ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ।

ସେଠାରୁ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହି ଦୁର୍ଘଟଣାର ଖବର ପାଇ ଆଖପାଖ ତିନୋଟି ଥାନାର ଥାନା ଅଧିକାରୀଙ୍କ ସମେତ ପୋଲିସ ଟିମ ଓ ଆସିକା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି l

ଏହା ମଧ୍ୟ ପଢନ୍ତୁ- ବସ୍-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 3 ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ- କାର-ଟିପର ମୁହାଁମୁହିଁ ଧକ୍କା, ନିଆଁରେ ପୋଡି ହୋଇ 2 ଜୀବନ୍ତ ଦଗ୍ଧ

ବେପରୁଆ ଗାଡ଼ି ଚାଳନା ପାଇଁ ବୃଦ୍ଧି ପାଉଛି ସଡ଼କ ଦୁର୍ଘଟଣା । ଟିକିଏ ଅସାବଧାନତା ଯୋଗୁଁ ଅକାଳରେ ଯାଉଛି ଜୀବନ । ରାସ୍ତାରେ ଦୁର୍ଘଟଣା ହ୍ରାସ ପାଇଁ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଉଥିବା ବେଳେ ତାହା କୌଣସି ପ୍ରଭାବ ପକାଉ ନ ଥିବା ଦେଖିବାକୁ ମିଳୁଛି । ସେହିପରି ଗତ ୩୧ ତାରିଖ ଦିନ ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରୁ ଓଲଟି ପଡ଼ିଥିଲା ଘରୋଇ ବସ୍ । ଦୁର୍ଘଟଣାରେ ୩୫ ରୁ ୪୦ ଯାତ୍ରୀ ଆହତ ହୋଇଥିଲେ । ସେଥିରୁ ପ୍ରାୟ ଛଅ ଜଣ ଗୁରୁତର ଭାବରେ ଆହତ ହୋଇଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଅନ୍ୟପଟେ ଗତ ୨ ତାରିଖରେ କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20 ଜଣ ଆହତ ହୋଇଥିଲେ । ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 6, 2024, 10:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.