ETV Bharat / state

ମନ୍ତ୍ରୀଙ୍କ ଦ୍ବାରା ଦକ୍ଷିଣାଞ୍ଚଳ ସମବାୟ ବିଭାଗର କାର୍ଯ୍ୟ ସମୀକ୍ଷା

ରାଜ୍ୟର ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଆଠଟି ଜିଲ୍ଲାର ସମବାୟ ବିଭାଗର କାର୍ଯ୍ୟ ଓ ଧାନ ସଂଗ୍ରହକୁ ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

author img

By

Published : Dec 20, 2019, 8:22 AM IST

ସମବାୟ ବିଭାଗର କାର୍ଯ୍ୟ ସମୀକ୍ଷା
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଆଠଟି ଜିଲ୍ଲାର ସମବାୟ ବିଭାଗର କାର୍ଯ୍ୟ ଓ ଧାନ ସଂଗ୍ରହକୁ ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସ୍ଥାନୀୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆସ୍କା, ବ୍ରହ୍ମପୁର ଓ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କରେ କିଭଳି ଚାଲିଛି ଚାଷୀଙ୍କୁ ଋଣ ପ୍ରଦାନ, ଋଣ ସଂଗ୍ରହ, ଏପରିକି ସମୃଦ୍ଧି ଯୋଜନାକୁ କିପରି ଲୋକଙ୍କୁ ବୁଝାଯିବା ଭଳି ବିଭିନ୍ନ ବିଷୟକୁ ମନ୍ତ୍ରୀ ବୈଠକରେ ପଚାରି ବୁଝିଥିଲେ।

bramhapur
ସମବାୟ ବିଭାଗର କାର୍ଯ୍ୟ ସମୀକ୍ଷା

ଏହା ସହ ‘୫T’ ଆଧାରରେ ସରକାରୀ ଯୋଜନାର ଲାଭ କିଭଳି ହିତାଧିକାରୀଙ୍କ ନିକଟରେ ସିଧାସଳଖ ପହଞ୍ଚିବ ଏବଂ ସମବାୟକୁ ଅଧିକ ଦକ୍ଷ ଏବଂ ସ୍ବଚ୍ଛ କରିବା ପାଇଁ କମ୍ପ୍ୟୁଟରୀକରଣ ଓ ଡିଜିଟାଲାଇଜେସନ ଉପରେ ଗୁରୁତ୍ବ ଦିଆଯାଇଥିଲା। ରାଜ୍ୟରେ ରବି ଋତୁରେ ଚାଷୀଙ୍କୁ ୬୫୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବାକୁ ଥିବା ବେଳେ ମନ୍ତ୍ରୀଙ୍କ ଦ୍ବାରା ଏହାର ସମୀକ୍ଷା କରାଯାଉଛି।

bramhapur
ସମବାୟ ବିଭାଗର କାର୍ଯ୍ୟ ସମୀକ୍ଷା

ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇ ସ୍ବାବଲମ୍ବୀ କରାଯିବା ସହ ସମିତି ମାଧ୍ୟମରେ ରିହାତିରେ ଚାଷୀଙ୍କୁ ଋଣ ଯୋଗାଇ ଦିଆଯିବ। ଏଥିରେ ସ୍ବଚ୍ଛତା ଅବଲମ୍ବନ ଓ ପ୍ରକୃତ ହିତାଧିକାରୀ ଯେପରି ଏହାର ସୁଫଳ ପାଇବେ ସେ ନେଇ ଆଲୋଚନା କରାଯାଇଥିଲା।

ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆଗୁଆ ଟୋକନ ଓ ପି-ପାସ୍‌ ଜରିଆରେ ଧାନ ସଂଗ୍ରହ କାର୍ଯ୍ୟ କରାଯାଉଥିବା ପରିପ୍ରେକ୍ଷୀରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ଧାନ ସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ସହ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିୟମିତ ସମୀକ୍ଷା ଓ ଅଡିଟ କରାଯାଇ ଏହା ପରିଚାଳନାରେ ଉନ୍ନତି ଆଣିବା ପାଇଁ ଆଲୋଚନା କରିଥିଲେ।

ସମବାୟ ବିଭାଗର କାର୍ଯ୍ୟ ସମୀକ୍ଷା

ବ୍ୟାଙ୍କ ଋଣ ଆଦାୟରେ ତତ୍ପରତା ପ୍ରକାଶ କରିବା ପାଇଁ ପରାମର୍ଶ ଦେବା ସହ ବ୍ୟାଙ୍କ ସମ୍ପାଦକ ଓ ଡେପୁଟି ରେଜିଷ୍ଟ୍ରାର କୋଅପରେଟିଭ୍‌ ସୋସାଇଟି ପ୍ରତି ମାସରେ ୩ଟି ସମବାୟ ସମିତିକୁ ଯୁଗ୍ମ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଖାଲିଥିବା ପଦବୀକୁ ଶୀଘ୍ର ପୂରଣ କରାଯିବ। ପ୍ୟାକସ୍‌ ଏବଂ ଲ୍ୟାମ୍ପସ୍‌ ଗୁଡ଼ିକ ଅଡିଟ୍‌ ହୋଇନଥିବାରୁ ଏହାକୁ ଶୀଘ୍ର ଅଡିଟ୍‌ କାର୍ଯ୍ୟ କରିବା ସହ ଅନାଦେୟ ଋଣ ଆଦାୟ କ୍ଷେତ୍ରରେ ଚଳିତବର୍ଷ ଶେଷ ସୁଦ୍ଧା ଆବଶ୍ୟକୀୟ ମାମଲା ଦାଏର କରିବା ପାଇଁ ସମବାୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଦକ୍ଷିଣାଞ୍ଚଳ ଆଠଟି ଜିଲ୍ଲାରେ ରହିଥିବା ବିଭିନ୍ନ ସମବାୟ ବିଭାଗର କାର୍ଯ୍ୟ ଓ ଧାନ ସଂଗ୍ରହ କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ମୁଖ୍ୟତଃ ରବି ରୁତୁରେ ୬୫୦୦ କୋଟି ଟଙ୍କାର ରାଜ୍ୟରେ ବ୍ୟାଙ୍କ ମାନଙ୍କ ଜରିଆରେ ରଣ ପ୍ରଦାନ କରାଯିବାକୁ ଥିବା ବେଳେ ସାରା ରାଜ୍ୟରେ ଏଭଳି ସମୀକ୍ଷା କରାଯାଉଥିବା ବେଳେ ମନ୍ତ୍ରୀ ବ୍ରହ୍ମପୁର ଠାରେ ପହଞ୍ଚି ସ୍ଥାନୀୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆସ୍କା, ବ୍ରହ୍ମପୁର ଓ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କରେ କିଭଳି ଚାଲିଛି ଚାଷୀଙ୍କୁ ରଣ ପ୍ରଦାନ କାର୍ଯ୍ୟ , ରଣ ସଂଗ୍ରହ କିପରି କରାଯାଉଛି , ଚାଷୀ ଙ୍କ ପାଇଁ କଣ ସହୟତା କରାଯାଉଛି । ଏପରିକି ସମୃଦ୍ଧି ଯୋଜନା କୁ କିପରି ଲୋକଙ୍କୁ ବୁଝାଯିବା ସହ ଏଭଳି ବିଭିନ୍ନ ବିଷୟକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଠକରେ ପଚାରୀ ବୁଝିବା ସହ ‘୫ ‘ଟି’ ଆଧାରରେ ସରକାରୀ ଯୋଜନାର ଲାଭ କିଭଳି ହିତାଧିକାରୀଙ୍କ ନିକଟରେ ସିଧାସଳଖ ପହଞ୍ଚିବ ଏବଂ ସମବାୟକୁ ଅଧିକ ଦକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ କମ୍ପୁଟରୀକରଣ ଓ ଡିଜିଟାଇଲେସନ୍‌ ଉପରେ ଗୁରୁତ୍ୱ ଦିଆଯାଇଥିଲା ।ସରକାରୀ ଯୋଜନାର ଲାଭ
ହିତାଧିକାରୀଙ୍କ ନିକଟରେ ସିଧାସଳଖ ପହଞ୍ଚାଇବ ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଛୋଟ ବ୍ୟବସାୟୀଙ୍କ ଆର୍ଥିକ ଉନ୍ନତିରେ କାର୍ଯ୍ୟ ସହ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ କରାଯାଇ ସ୍ୱାବଲମ୍ବୀ କରାଯିବା ସହ ସମିତି ମାଧ୍ୟମରେ ରିହାତିରେ ଚାଷୀମାନଙ୍କୁ ଋଣ ଯୋଗାଇ ଦିଆଯାଉଥିବା ପରିପ୍ରେକ୍ଷୀରେ ସ୍ୱଚ୍ଛତା ଅବଲମ୍ବନ ଓ ପ୍ରକୃତ ହିତାଧିକାରୀମାନେ ଯେପରି ଏହାର ସୁଫଳ ପାଇବେ ତାହାକୁ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆଗୁଆ ଟୋକେନ୍‌ ଓ ପି-ପାସ୍‌ ଜରିଆରେ ଧାନସଂଗ୍ରହ କାର୍ଯ୍ୟ କରାଯାଉଥିବା ପରିପ୍ରେକ୍ଷୀରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ଧାନସଂଗ୍ରହ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ସହ କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର ନିୟମିତ ସମୀକ୍ଷା ଓ ଅଡିଟ୍‌ କରାଯାଇ ଏହା ପରିଚାଳନାରେ ଉନ୍ନତି ଆଣିବା ପାଇଁ ଆଲୋଚନା କରିଥିଲେ ।ବ୍ୟାଙ୍କ ଋଣ ଆଦାୟରେ ତତ୍ପରତା ପ୍ରକାଶ କରିବା ପାଇଁ ପରାମର୍ଶ ଦେବା ସହ ବ୍ୟାଙ୍କ ସଂପାଦକ ଓ ଡେପୁଟି ରେଜିଷ୍ଟ୍ରାର କୋଅପରେଟିଭ୍‌ ସୋସାଇଟି ପ୍ରତି ମାସରେ ୩ଟି ସମବାୟ ସମିତିକୁ ଯୁଗ୍ମ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକରେ ଖାଲିଥିବା ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରାଯିବ ,ପ୍ୟାକସ୍‌ ଏବଂ ଲ୍ୟାମ୍ପସ୍‌ ଗୁଡ଼ିକ ଅଡିଟ୍‌ ହୋଇନଥିବାରୁ ଏହାକୁ ଶୀଘ୍ର ଅଡିଟ୍‌ କାର୍ଯ୍ୟ କରିବା ସହ ଅନାଦେୟ ଋଣ ଆଦାୟ କ୍ଷେତ୍ରରେ ଚଳିତବର୍ଷ ଶେଷ ସୁଦ୍ଧା ଆବଶ୍ୟକୀୟ ମାମଲା ଦାଏର କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।ଏପରିକି ସାରା ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ଏହି ବ୍ୟାଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି ।
Body:ବାଇଟ୍- ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ)
ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..
Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.