ବ୍ରହ୍ମପୁର:ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ପୁରଷୋତ୍ତମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ । ଗତ ପଞ୍ଚାୟତ ନିର୍ବାଚନ ପରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବରେ ସୂର୍ଯ୍ୟ ନାରାୟଣ ପଣ୍ଡା ନିର୍ବାଚିତ ହୋଇ ଏହି ଦାୟିତ୍ବ ତୁଲାଇ ଆସୁଥିଲେ ।
ଶେଷରେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ପଣ୍ଡା ଶୁକ୍ରବାର ନିଜର ସମର୍ଥକଙ୍କ ସହ ଜିଲ୍ଲାର ସଦର ମହକୁମା ଛତ୍ରପୁର ଯାଇ ନିଜର ଇସ୍ତଫା ପତ୍ର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରଦାନ କରିବା ସହ ଆଗାମୀ ଦିନରେ ଯେଉଁ ବ୍ୟକ୍ତି ଅଧ୍ୟକ୍ଷ ହେବେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ