ETV Bharat / state

ଢେଉ ମାଡ଼ରେ ଢଳିଲା ଡଙ୍ଗା, 5 ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲେ ଗ୍ରାମବାସୀ

ସମୁଦ୍ରରେ ଅଘଟଣ । ଢେଉ ମାଡ଼ରେ ଓଲଟି ପଡ଼ିଲା ମାଛମରା ଡ଼ଙ୍ଗା । ଫଳରେ ଭାସିଯାଇଥିବା ପାଞ୍ଚ ମତ୍ସ୍ୟଜୀବିଙ୍କୁ ଉଦ୍ଧାର କଲେ ଗ୍ରାମବାସୀ ।

author img

By

Published : Sep 4, 2019, 8:58 PM IST

ଡ଼ିଜାଇନ ଫଟୋ

ଗଞ୍ଜାମ: ଚିକିଟି ବ୍ଳକ ଅନ୍ତର୍ଗତ ରାମେୟାପାଟଣା ଗ୍ରାମରେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଉଥିବା ସମୟରେ ଅଘଟଣ । ସମୁଦ୍ର ଅଶାନ୍ତ ହୋଇପଡିଥିବା ଯୋଗୁଁ ଘଟିଛି ଏପରି ଘଟଣା । ବଡ ବଡ ଢେଉ ମାଡରେ ଏକ ମାଛଧରା ଡଙ୍ଗା ଓଲଟି ପଡିଥିବା ବେଳେ ପାଞ୍ଚ ଜଣ ମତ୍ସ୍ୟଜୀବି ସମୁଦ୍ର ମଧ୍ୟରେ ଫଶି ରହିଥିଲେ । ଆଉ ଏହି ସମୟରେ ନିକଟବର୍ତ୍ତୀ ଗ୍ରାମର ଲୋକେ ଦେଖିବା ପରେ ଫଶି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ।

ଢେଉ ମାଡ଼ରେ ଢଳିଲା ଡଙ୍ଗା

ସମୁଦ୍ର ଅଶାନ୍ତ ହୋଇ ସେଠାରେ କୂଳ ଲଘିଂ ଆଗକୁ ଆଗକୁ ମାଡି ଆସୁଥିବା ବେଳେ ବହୁ ଘର ମଧ୍ୟ ଭାଙ୍ଗି ଗଲାଣି । ଆଉ ଏଭଳି ବିପଦ ସମୟରେ ସମୁଦ୍ର ଅଶାନ୍ତ ରହିଥିଲେ ବି ପେଟ ପୋଷିବା ପାଇଁ କେତେକ ମତ୍ସ୍ୟଜୀବୀ ବାଧ୍ୟ ହୋଇ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ । କିନ୍ତୁ ଢେଉ ମାଡ଼ରେ ଡ଼ଙ୍ଗା ଓଲଟି ପଡ଼ିଥିଲା । ଡ଼ଙ୍ଗାରେ ଥିବା ପାଞ୍ଚ ଜଣ ସମୁଦ୍ରରେ ବୁଡ଼ି ଯାଉଥିବା ଦେଖି ଗ୍ରାମବାସୀ ଅନ୍ୟ ଏକ ଡ଼ଙ୍ଗା ସାହାର୍ଯ୍ୟରେ ସେମାନଙ୍କୁ ଉଦ୍ଧାର କରିଥିଲେ ।

ଦୁର୍ଘଟଣା ଫଳରେ ଲକ୍ଷାଧିକ ଟଙ୍କାର ମୋଟର, ଜାଲ ଓ ମାଛ ଧରା ସାମଗ୍ରୀ ଭାସି ଯାଇଛି । କିନ୍ତୁ ବୁଡ଼ିଯାଇଥିବା ପାଞ୍ଚ ମତ୍ସ୍ୟଜୀବିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଗ୍ରାମବାସୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଳକ ଅନ୍ତର୍ଗତ ରାମେୟାପାଟଣା ଗ୍ରାମରେ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଉଥିବା ସମୟରେ ଘଟିଛି ଅଘଟଣ । ସମୁଦ୍ର ଅଶାନ୍ତ ହୋଇପଡିଥିବା ଯୋଗୁଁ ଆସୁଥିବା ବଡ ବଡ ଓଲଟି ମାଡରେ ଏକ ମାଛଧରା ଡଙ୍ଗା ଓଲଟି ପଡିଥିବା ବେଳେ ପାଞ୍ଚ ଜଣ ମତ୍ସ୍ୟଜୀବି ସମୁଦ୍ର ମଧ୍ୟରେ ଫଶି ରହିଥିଲେ । ଆଉ ସେହି ସମୟରେ ଏହି ଘଟଣା କୁ ନିକଟବର୍ତ୍ତୀ ଗ୍ରାମବାସୀ ଦେଖିବା ପରେ ସମୁଦ୍ର ମଧ୍ୟରେ ଫଶି ରହିଥିବା ବ୍ୟକ୍ତିବିଶେଷ ଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ସମୁଦ୍ର ଅଶାନ୍ତ ହୋଇ ସେଠାରେ କୂଳ ଲଘିଂ ଆଗକୁ ଆଗକୁ ମାଡି ଆସୁଥିବା ବେଳେ ବହୁ ଘର ଭାଙ୍ଗିଯାଇଥିବା ବେଳେ ଏଭଳି ସମୟରେ ସମୁଦ୍ର ଅଶାନ୍ତ ରହିଥିଲେ ବି ପେଟ ପୋଷିବା ପାଇଁ କେତେକ ବାଧ୍ୟ ହୋଇ ସମୁଦ୍ରକୁ ଯାଇଥିବା ବେଳେ ଡଙ୍ଗା ଓଲଟି ପଡିବା ଯୋଗୁଁ ଏହାର ବହୁ ଅଂଶ ଭାଙ୍ଗିଯାଇଥିବା ବେଳେ ମାଛଧରା ଜାଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାସି ଚାଲିଯାଇଥିବା କୁହାଯାଇଛି । ଏହା ଦେଖି ଗ୍ରାମବାସୀ ସେମାନଙ୍କୁ ବଞ୍ଚାଇବା ପାଇଁ ସମୁଦ୍ରକୁ ଆଉ ଏକ ଡଙ୍ଗା ରେ ଯାଇଥିଲେ। ଅତି କଷ୍ଟ ରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ଡଙ୍ଗାରେ ଥିବା ଲକ୍ଷାଧିକ ମୂଲ୍ୟର ମୋଟର,ଜାଲ ଓ ଅନ୍ୟ ସାମଗ୍ରୀ ସବୁ ସମୁଦ୍ରରେ ଭାସି ଯାଇଥିଲା । ଗ୍ରାମର ନିକଟରେ ଏଭଳି ଘଟଣା ଘଟିଥିବା ବେଳେ ଗ୍ରାମବାସୀ ଏହାକୁ ଦେଖିବା ପରେ ଅନ୍ୟ ଏକ ଡଙ୍ଗାରେ ସମୁଦ୍ର ମଧ୍ୟରେ ଉଦ୍ଧାର କରିଥିଲେ ।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.