ETV Bharat / state

ଚିଲିକାରେ ସେତୁ ନିର୍ମାଣ ପ୍ରକଳ୍ପ ମାମଲା, କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଚିଠି

author img

By

Published : Jan 10, 2023, 8:48 AM IST

ଗୋପାଳପୁର ଠାରୁ ଚିଲିକା ଦେଇ ଦିଘା ପର୍ଯ୍ୟନ୍ତ ତଟୀୟ ଜାତୀୟ ରାଜପଥର ନିର୍ମାଣ ଦିଗରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଚିଠି । ପ୍ରସ୍ତାବିତକୁ ସବୁଜ ସଙ୍କେତ ଦେବାକୁ ଦାବି । ଅଧିକ ପଢ଼ନ୍ତୁ

ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା
ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା

ବ୍ରହ୍ମପୁର: ଚିଲିକାରେ ସେତୁ ନିର୍ମାଣ ପ୍ରକଳ୍ପ ମାମଲା । ତଟୀୟ ଜାତୀୟ ରାଜପଥର ନିର୍ମାଣକୁ କେନ୍ଦ୍ର କରି କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ(Union Environment Minister) ଚିଠି ଲେଖିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ଗୋପାଳପୁରଠାରୁ ଚିଲିକା ଦେଇ ଦିଘା ପର୍ଯ୍ୟନ୍ତ ପ୍ରସ୍ତାବିତ ତଟୀୟ ଜାତୀୟ ରାଜପଥର ନିର୍ମାଣ ଦିଗରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ସବୁଜ ସଙ୍କେତ ଦେବା ପାଇଁ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଦାବି ଜଣାଇଛନ୍ତି । ମୁଖ୍ୟତଃ ଗଞ୍ଜାମ ଓ କୃଷ୍ଣପ୍ରସାଦ ବ୍ଲକର କିଛି ବରିଷ୍ଠ ସମାଜସେବୀଙ୍କ ପରାମର୍ଶକ୍ରମେ ୨୦୧୫ ମସିହା ଜୁଲାଇ ମାସରେ ତତ୍କାଳୀନ କେନ୍ଦ୍ର ଭୂତଳ ପରିବହନ ଓ ଯାହାଜ ଚଳାଚଳମନ୍ତ୍ରୀ ନିତୀନ ଗଡକରିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଗୋପାଳପୁରଠାରୁ ପ୍ରାୟ ୭୦ କି.ମି ଦୀର୍ଘ ଚିଲିକାର ଜହ୍ନିକୁଦା ସାତପଡା ଦେଇ ଏହି ତଟୀୟ ରାଜପଥ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ ରାମଚନ୍ଦ୍ର ପଣ୍ଡା ।

ଯେଉଁଥିରେ ଜହ୍ନିକୁଦା ସାତପଡା ମଧ୍ୟରେ ୫ କିମି ଦୀର୍ଘ ସେତୁ ନିର୍ମାଣ ଅନ୍ତର୍ଭୁକ୍ତ ରହିଥିଲା । ପରବର୍ତ୍ତୀ ସମୟରେ ଏହାରି ଉପରେ ଯୋଜନା ଅଟକଳ ସହ ନକ୍ସା ପ୍ରସ୍ତୁତ ହୋଇଥିଲା । ହେଲେ ବର୍ତ୍ତମାନ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଚିଲିକା ମଧ୍ୟରେ ବ୍ରିଜ୍ ନିର୍ମାଣକୁ ନେଇ ଆପତ୍ତି କରିବା ସହ ପ୍ରସ୍ତାବିତ ଉପକୂଳ ଜାତୀୟ ରାଜପଥ ଯୋଜନାଟି ଅଟକିଯାଇଥିବା କୁହାଯାଇଛି । ଯାହାର ପୁନଃବିଚାର ପାଇଁ ଦାବି କରିଛନ୍ତି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ।

ରାମଚନ୍ଦ୍ର ପଣ୍ଡା କହିଛନ୍ତି, "ଚିଲିକାରେ ସେତୁ ନିର୍ମାଣ ମାଧ୍ୟମରେ ଜହ୍ନିକୁଦା ସାତପଡା-ବ୍ରହ୍ମଗିରି ରାସ୍ତା ସଂପୂର୍ଣ୍ଣ କରାନଗଲେ ତଟୀୟ ରାଜପଥ ପ୍ରସ୍ତାବ ତାର ମୌଳିକତା ହରାଇବ ।" ଏପରିକି ସ୍ଥାନୀୟ ଜନସାଧାରଣ ଏହି ରାସ୍ତା ସପକ୍ଷରେ ରହିଥିବା ଏବଂ ଉକ୍ତ ରାସ୍ତା ଦ୍ୱାରା ବହୁମୁଖୀ ବିକାଶ ଘଟିବା ସହିତ ଅଥିକ ସ୍ୱାର୍ଥ ସାଧିତ ହୋଇପାରିବ ।

ମୁଖ୍ୟତଃ ଏହି ରାସ୍ତା ନିର୍ମାଣ ହେଲେ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଜିଲ୍ଲା ଗୁଡ଼ିକର ତୀର୍ଥଯାତ୍ରୀ ୬୦ କିମି କମ୍ ଦୂରତାରେ ମାତ୍ର ଦୁଇ ଘଣ୍ଟା କମ୍ ସମୟରେ ପୁରୀ ତୀର୍ଥକ୍ଷେତ୍ରରେ ପହଞ୍ଚିପାରିବା ସହିତ ଚିଲିକା ଓ ବେଳାଭୂମି ପର୍ଯ୍ୟଟନର ଦ୍ରୁତ ବିକାଶ ଘଟିବ । ଏହାସହ ଗୋପାଳପୁରଠାରୁ ଚିଲିକା, ବ୍ରହ୍ମଗିରି ବ୍ଲକରେ ରହୁଥିବା ପ୍ରାୟ ୩୫ଟି ପଞ୍ଚାୟତର ୨୦୦ ଗ୍ରାମରେ ବସବାସ କରୁଥିବା ଏକ ଲକ୍ଷ ମତ୍ସ୍ୟଜୀବୀ ଏବଂ ଦୁଇ ଲକ୍ଷ ଚାଷୀଙ୍କ ଜୀବିକା ସୁଦୃଢ ଓ ଦୀର୍ଘସ୍ଥାୟୀ ହୋଇପାରିବ ।

କୃଷ୍ଣପ୍ରସାଦ ବ୍ଲକର ବହୁ ଗ୍ରାମ ବ୍ରହ୍ମଗିରି ପଟରେ ରହିଥିବା ଯୋଗୁଁ ଶିକ୍ଷା , ସ୍ୱାସ୍ଥ୍ୟ ଓ ପ୍ରଶାସନିକ ସେବା ଯୋଗାଇବା ଦିଗରେ ରାସ୍ତାଟି ସାଧାରଣ ଲୋକଙ୍କ ଜୀବନ ଜୀବିକା ପାଇଁ ଅତ୍ୟନ୍ତ ଉପୟୋଗୀ ହୋଇପାରିବ । ଗୋପାଳପୁରଠାରୁ ବ୍ରହ୍ମଗିରି ତଟୀୟ ଅଞ୍ଚଳରେ କ୍ରମାଗତ ବାତ୍ୟା ପ୍ରକୋପ ଘଟି ଜନଜୀବନ କ୍ଷତିଗ୍ରସ୍ତ ହେଉଛି। ସରକାରଙ୍କ ବାତ୍ୟା ପ୍ରତିରୋଧ ବ୍ୟବସ୍ଥାର ପରିଚାଳନା ପାଇଁ ରାଜପଥ ପ୍ରକଳ୍ପ ଅନୁକୂଳ ହେବା ସଙ୍ଗେସଙ୍ଗେ ରିଲିଫ୍ ଓ ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ଭିତ୍ତିଭୂମି ମିଳିପାରିବ । ଏଣୁ ଚିଲିକା ତଟବର୍ତ୍ତୀ ଗଞ୍ଜାମ ଓ କୃଷ୍ଣପ୍ରସାଦ ବ୍ଲକ ଓ ଚିଲିକା ମଧ୍ୟରେ ଅବସ୍ଥିତ ଗ୍ରାମଗୁଡିକୁ ବିଶେଷଜ୍ଞ କମିଟି ପରିଦର୍ଶନ କରି ଲୋକମତ ସଂଗ୍ରହ କରିବା ଓ ବାସ୍ତବଚିତ୍ର ଅନୁଧ୍ୟାନ କରିବା ପାଇଁ ଉପବାଚସ୍ପତି ନିଜ ପତ୍ରରେ ଅନୁରୋଧ କରିବା ସହିତ ଏହି ଚିଠିର ନକଲ କେନ୍ଦ୍ର ଯାହାଜ ଚଳାଚଳ ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ରାମଚନ୍ଦ୍ର ପଣ୍ଡା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.