ETV Bharat / state

ଫେରିବ ପୁରାତନ କେ.ସି ହାଇସ୍କୁଲର ପୂର୍ବ ଗୌରବ: ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ

ବ୍ରହ୍ମପୁର ସହରର କେ.ସି. ହାଇସ୍କୁଲର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଦାବି ହୋଇଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ କରି ବିକ୍ଷୋଭ କରାଯାଇଛି ।

author img

By

Published : May 27, 2019, 9:48 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସହରର ପ୍ରତିଷ୍ଠିତ ୧୬୪ ବର୍ଷର ପୁରାତନ କେ.ସି. ହାଇସ୍କୁଲର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଦାବି । ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ କରି ବିକ୍ଷୋଭ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

ବିଭିନ୍ନ ଦାବି ଗୁଡିକ ମଧ୍ୟରେ ହେଲା କେ.ସି ହାଇସ୍କୁଲ ସମେତ କେ.ସି ବାଳିକା ଉଚ୍ଚ ବିଦ୍ୟାଳୟ ଓ କେ.ସି ଟାଉନ ହାଇସ୍କୁଲକୁ ସରକାରୀକରଣ ତୁରନ୍ତ କରିବା, କେ.ସି ହାଇସ୍କୁଲ ପରିସରରେ ବିନା ଅନୁମତିରେ ଚାଲୁଥିବା ବ୍ୟବସାୟୀ ଭିତ୍ତିକ ଇଂରାଜୀ ମାଧ୍ୟମ କେ.ସି ପବ୍ଲିକ ସ୍କୁଲକୁ ତୁରନ୍ତ ସ୍ଥାନାନ୍ତରିତ କରିବା । ଏହାସହ ଉକ୍ତ ବିଦ୍ୟାଳୟରେ ଜଣେ ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଇବାକୁ ନିଯୁକ୍ତି ଦେବା ସହ ବିଦ୍ୟାର୍ଥୀଙ୍କୁ ଶିକ୍ଷାଦାନ ପାଇଁ ସରକାରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବାକୁ ଦାବି କରାଯାଇଛି ।

ଏଥିପ୍ରତି ଗୁରୁତ୍ବ ଦିଆନଗଲେ ଆଗାମୀ ଦିନରେ ଆସନ୍ତା ୨୧ ତାରିଖରୁ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :-ବ୍ରହ୍ମପୁର ପୁରାତନ କେ.ସି.ହାଇସ୍କୁଲର ପୁର୍ବ ଗୌରବ ଫେରାଇବା ଦାବୀରେ ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ .....
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ+ବାଇଟ୍,
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୨୭-୦୫-୧୯. :(ଭିଜୁଆଲ ମୋଜୋ  ରେ ଯାଇଛି.)
 (ଆଙ୍କର):- ବ୍ରହ୍ମପୁର ସହରର ପ୍ରତିଷ୍ଠିତ ୧୬୪ ବର୍ଷର ପୁରାତନ କେ.ସି. ହାଇସ୍କୁଲର ପୁର୍ବ ଗୌରବ ଫେରାଇ ଆଣିବା ପାଇଁ ଦାବୀ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଘଣ୍ଟଯାତ୍ରା ମାଧ୍ୟମରେ ପ୍ରତିବାଦ କରି ବିକ୍ଷୋଭ କରାଯାଇଛି  । କେ.ସି ହାଇସ୍କୁଲ ସମେତ କେ.ସି ବାଳିକା ଉଚ୍ଚ ବିଦ୍ୟାଳୟ ଓ କେ.ସି ଟାଉନ୍ ହାଇସ୍କୁଲ କୁ ସରକାରୀକରଣ ତୁରନ୍ତ କରିବା , କେ.ସି ହାଇସ୍କୁଲ ପରିସରରେ ବିନା ଅନୁମତିରେ ଚାଲୁଥିବା ବ୍ୟବସାୟୀଭିତ୍ତିକ ଇଂରାଜୀ ମାଧ୍ୟମ କେ.ସି ପବ୍ଲିକ ସ୍କୁଲକୁ ତୁରନ୍ତ ସ୍ଥାନାନ୍ତରିତ କରିବା  ସହ ଉକ୍ତ ବିଦ୍ୟାଳୟରେ ଜଣେ ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇବାକୁ ନିଯୁକ୍ତି ଦେବା ସହ ବିଦ୍ୟାର୍ଥୀ ଙ୍କୁ ଶିକ୍ଷାଦାନ ପାଇଁ ସରକାରୀ ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯିବାକୁ ଦାବୀ କରାଯାଇଛି  । ଏଥିପ୍ରତି ଗୁରୁତ୍ୱ ଦିଆନଗଲେ ଆଗାମୀ ଦିନରେ ଆସନ୍ତା ୨୧ ତାରିଖରୁ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବାକୁ  ଚେତାବନୀ ଦିଆଯାଇଛି  । 
ବାଇଟ୍ - ରାଜେନ୍ଦ୍ର ପଣ୍ଡା(ସଭାପତି-ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ)
ବାଇଟ୍-ତ୍ରିନାଥ ମହାରଣା(ସଭାପତି-ସଂସ୍କାରବାଦୀ,ବ୍ରହ୍ମପୁର)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.