ETV Bharat / state

ଅବକାରୀ ବିଭାଗର ଅଚାନକ ଚଢାଉ, 7 ଗିରଫ

ଅବକାରୀ ବିଭାଗର ଅଚାନକ ଚଢାଉ କରାଯାଇ ବ୍ୟାପକ ଅବକାରୀ ସାମଗ୍ରୀ ଜବତ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଏହି ଚଢାଉ କରାଯାଇଥିଲା । ଅଧିକ ପଢନ୍ତୁ...

ଅବକାରୀ ବିଭାଗର ଅଚାନକ ଚଢାଉ, 7 ଗିରଫ
ଅବକାରୀ ବିଭାଗର ଅଚାନକ ଚଢାଉ, 7 ଗିରଫ
author img

By

Published : Mar 16, 2021, 7:39 AM IST

ଭଞ୍ଜନଗର: ଅବକାରୀ ବିଭାଗର ଅଚାନକ ଚଢାଉ କରାଯାଇ ବ୍ୟାପକ ଅବକାରୀ ସାମଗ୍ରୀ ଜବତ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବଂ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭୋତ୍ରାଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଏହି ଚଢାଉ କରାଯାଇଥିଲା । ଭଞ୍ଜନଗର ଅବକାରୀ ଥାନା ଅନ୍ତର୍ଗତ ଗଣ୍ଡାଧାର, ଲଣ୍ଡେଇହିଲ, ରାମପୁର, ହରିପୁର ଏବଂ ବାଦୁଆ ଗ୍ରାମରେ ଚଢାଉ ହୋଇଛି ।

ଅବକାରୀ ବିଭାଗର ଅଚାନକ ଚଢାଉ, 7 ଗିରଫ

ଚୋରା ମଦ ରନ୍ଧା ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ 10ଟି ମାମଲା ରୁଜୁ କରାଯାଇଥିବା ବେଳେ 7 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଉକ୍ତ ଚଢ଼ାଉରେ 7750 ଲିଟର ଗୁଡ ମିଶ୍ରିତ ପୋଚକୁ ଜବତ କରି ନଷ୍ଟ କରାଯାଇଥିବା ବେଳେ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀକୁ ଜବତ କରାଯାଇଛି । ଏହି ଚଢ଼ାଉରେ ଜିଲ୍ଲାର ବହୁ ଅବକାରୀ ବିଭାଗର କର୍ମଚାରୀ ଯୋଗ ଦେଉଥିବା ସୂଚନା ଦେଲେ ଭଞ୍ଜନଗର ଅବକାରୀ ଅଧିକାରୀ ପାର୍ଥସାରଥୀ ରାଉତ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.