ETV Bharat / state

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା, ଅଭିଯୁକ୍ତଙ୍କ ମଧ୍ୟରେ BJDର ଛାତ୍ର ନେତା

author img

By

Published : Nov 19, 2022, 9:20 AM IST

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । । ସେମାନଙ୍କ ମଧ୍ୟରୁ ୨ ଅଭିଯୁକ୍ତ ବିଜେଡିର ନେତୃବୃନ୍ଦ କର୍ମକର୍ତ୍ତା ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା
ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା

ବ୍ରହ୍ମପୁର: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ରାଗିଂ କରାଯିବା ଘଟଣା । ଏନେଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ତିନି ଜଣ ଛାତ୍ରଙ୍କ ମଧ୍ୟରୁ ଦୁଇ ଜଣ ବିଜେଡିର ନେତୃବୃନ୍ଦ କର୍ମକର୍ତ୍ତା ହୋଇଥିବା ଜଣାପଡିଛି । ଯାହାକୁ ନେଇ ଉଷ୍ମ ହୋଇଛି ରାଜନୀତି । ମୁଖ୍ୟ ଅଭିଯୁକ୍ତ ଛାତ୍ର ନେତା ଅଭିଶେଷ ନାୟକ ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ କମିଟିର କନଭେନର ରହିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସିଦ୍ଧାର୍ଥ ନାୟକ ଅରଲେଟିକ ବିଭାଗର ପ୍ରତିନିଧି ରହିଛନ୍ତି । ସୋସିଆଲ ମିଡିଆରେ ଉକ୍ତ ତାଲିକା ଆସିବା ପରେ ଏହାକୁ ନେଇ ରାଜ୍ୟ ଛାତ୍ର ବିଜେଡି ପକ୍ଷରୁ ଏଭଳି ଘଟଣାକୁ ନିନ୍ଦା କରାଯିବା ସହିତ ସଂପୃକ୍ତ ଛାତ୍ରନେତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା
ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା

ଏନେଇ ମହାନଗର ଛାତ୍ର ବିଜେଡି ପ୍ରତିନିଧି ଦଳ ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଲିଖିତ ଭାବରେ ଅବଗତ କରାଯାଇଛି । ସେପଟେ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ରାଗିଂ ଓ ନିର୍ଯାତନା ଦିଆଯିବା ଘଟଣା ସବୁ ସୀମା ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରି ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି । ଏଥି ସହିତ ଏକ ପ୍ରତନିଧି ଦଳ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା
ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା
ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା
ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ୧୨ ଜଣ ସିନିଅର ଛାତ୍ରଛାତ୍ରୀ ମିଶି ଯୁକ୍ତଦୁଇ ବିଜ୍ଞାନ ବର୍ଷର ଦୁଇ ଛାତ୍ରଛାତ୍ରୀଙ୍କୁ ରାଗିଂ କରିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଘଟଣା ପଦାକୁ ଆସିଥିଲା ।ଏହାପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କିରିଥିଲା ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ । ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି । ଗୁରୁବାର ବାକିଥିବା ଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଘଟଣାକୁ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଗୁରୁତ୍ବର ସହ ନେଇଛି । କଲେଜର ଆଣ୍ଟି ରାଗିଂ କମିଟି ରାଗିଂ ଘଟଣାରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜରୁ ବାଧ୍ୟତାମୂଳକ ଭାବେ ଟିସି ଦେଇ ବହିଷ୍କାର କରାଯାଇଥିଲା ।

ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା
ବିନାୟକ ଆଚାର୍ଯ୍ୟ କଲେଜରେ ରାଗିଂ ଘଟଣା

ଏହା ମଧ୍ୟ ପଢନ୍ତୁ-ବ୍ରହ୍ମପୁରରେ ରାଗିଂ ଘଟଣା, କଲେଜରୁ ବିଦା ହେଲେ ସମସ୍ତ ଅଭିଯୁକ୍ତ

ଭାଇରାଲ୍ ହୋଇଥିବା ରାଗିଂ ଭିଡିଓରେ ମହାବିଦ୍ୟାଳୟର କିଛି ଛାତ୍ରଛାତ୍ରୀ କଲେଜ ୟୁନିଫର୍ମ ପିନ୍ଧିଥିବା ଦେଖା ଯାଇଥିଲା । ଜୁନିଅର ଛାତ୍ରଛାତ୍ରୀଙ୍କୁ ଜଣେ ସିନିଅର ଛାତ୍ର ରାଗିଂ କରୁଥିଲେ । ଅନ୍ୟମାନେ ସେଠାରେ ଛିଡ଼ା ହୋଇ ଏହାର ବିରୋଧ କରିବା ବଦଳରେ ଏହାର ମଜା ଉଠାଉଥିବା ଦେଖିବାକୁ ମିଳିଥିଲା । ତେବେ ପୂର୍ବରୁ ମହାବିଦ୍ୟାଳୟର ଆଣ୍ଟି ରାଗିଂ ସ୍କ୍ବାଡ ଅନେକଥର ରାଗିଂ ନକରିବା ପାଇଁ ପରାମର୍ଶ ଦେଇଥିଲେ ସୁଦ୍ଧା ପୁଣି ଏପରି ଘଟଣା ସାମ୍ନାକୁ ଆସିଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.