ETV Bharat / state

ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀ ହନ୍ତସନ୍ତ, ଆଜି ଗାଡିମଟର ଚଳାଚଳ ସ୍ବାଭାବିକ

Driver's strike in Berhampur: ଡ୍ରାଇଭରମାନଙ୍କ ଆନ୍ଦୋଳନର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପଡିଛି । ଲୋକମାନେ 3 ଦିନ ଧରି ସମସ୍ୟା ଭୋଗୁଥିବା ବେଳେ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 7, 2024, 9:42 AM IST

ଘରୋଇ ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀ ହନ୍ତସନ୍ତ
ଘରୋଇ ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀ ହନ୍ତସନ୍ତ
ଘରୋଇ ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀ ହନ୍ତସନ୍ତ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧାରଣାରୁ ହଟିଛନ୍ତି ଡ୍ରାଇଭର ସଂଘ । ଫଳରେ ଆଜି ବ୍ରହ୍ମପୁରରେ ଗାଡିମଟର ଚଳାଚଳ ସ୍ବାଭାବିକ ରହିଥିବା ଦେଖିବାକୁ ମିଳିଛି । ତେବେ 3 ଦିନ ଧରି ରାଜ୍ୟ ତମାମ ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ସାଧାରଣ ଜନତାଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବସଷ୍ଟାଣ୍ଡ ଗୁଡିକରେ ଘଣ୍ଟା ଘଣ୍ଟା ଧରି ଯାତ୍ରୀମାନେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

ଓଡ଼ିଶା ରାଜ୍ୟ ଡ୍ରାଇଇଭ ମହାସଂଘର ନିର୍ଦ୍ଦେଶ କ୍ରମେ ରାଜ୍ୟର ଘରୋଇ ବସ୍ ଧର୍ମଘଟ ଯୋଗୁଁ ବସ ଚଳାଚଳ ବେଶ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ସହରର ନୂତନ ବସଷ୍ଟାଣ୍ଡରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଥିବା ଯାତ୍ରୀମାନେ ଦିନ ତମାମ ବେଶ ହଇରାଣ ହରକତ ହୋଇଥିଲେ । ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ରାଜ୍ୟର ସାଧାରଣ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବ୍ରହ୍ମପୁର ବସଷ୍ଟାଣ୍ଡରେ ରାଜ୍ୟ ଓ ରାଜ୍ୟ ବାହାରକୁ ଯିବାକୁ ଥିବା ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ବସକୁ ଅପେକ୍ଷା କରି ଛିଡା ହୋଇଥିବା ବେଳେ ଶେଷରେ ଅନେକ ଲୋକେ ନିରାଶ ହୋଇ ଘରକୁ ଫେରିଥିବା ଦେଖିବାକୁ ମିଳିିଥିଲା । କେବଳ ରାଜ୍ୟରେ ଓଏସଆରଟିସି ବସ୍ ଚଳାଚଳ କରୁଥିବା ଯୋଗୁଁ ନୂତନ ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ଯାତ୍ରୀମାନେ କେବଳ ସରକାରୀ ବସକୁ ଅପେକ୍ଷା କରି ରହିଥିଲେ ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟ ସରକାର ପୂରଣ କଲେ ଦାବି, ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

କେନ୍ଦ୍ର ସରକାରଙ୍କ ଦ୍ଵାରା ଡ୍ରାଇଭରମାନଙ୍କ ପାଇଁ ପ୍ରଣୟନ କରାଯାଇଥିବା ନୂତନ ହିଟ୍ ଆଣ୍ଡ୍ ରନ ଆଇନକୁ କେବଳ ରାଜ୍ୟରେ ନୁହେଁ ବରଂ ଦେଶ ତମାମ ବିରୋଧ କରାଯାଉଛି । ଡ୍ରାଇଭରମାନେ ଦୁର୍ଘଟଣା ଘଟାଇଲେ ୧୦ ବର୍ଷ ଜେଲ ଦଣ୍ଡାଦେଶ ସହ ଓ ୭ ଲକ୍ଷ ଟଙ୍କା ଜରିମାନା ଆଇନକୁ ଡ୍ରାଇଭରମାନେ କଡା ବିରୋଧ କରିଛନ୍ତି । ଏହି ଆଇନ ଡ୍ରାଇଭରଙ୍କଙ୍କ ପ୍ରତି ବିପଦ ଆଣିଦେବ ବୋଲି ସେମାନେ କହିଛନ୍ତି । ସରକାର ଏହି ନିୟମକୁ ରଦ୍ଦ କରିବା ପାଇଁ ଦେଶବ୍ୟାପୀ ଜୋରାଦାର ଦାବି କରାଯାଉଛି ।

ଅନ୍ୟପଟେ ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେବା ସହ ପୂର୍ବରୁ ରାଜ୍ୟ ସରକାର ଡ୍ରାଇଭରମାନଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ନିମନ୍ତେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଛନ୍ତି ରାଜ୍ୟର ଡ୍ରାଇଭରମାନେ । 3 ଦିନ ପରେ ଆଜି ଗାଡିମଟର ଚଳାଚଳ ସ୍ବାଭାବିକ ରହିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.