ETV Bharat / state

ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ - ଶିକ୍ଷକ ବଦଳିକୁ ନେଇ ବିକ୍ଷୋଭ

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଲୁଦୁଲୁଦି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କେଦାର ନାଥ ନାୟକଙ୍କ ବଦଳିକୁ ନେଇ ସ୍କୁଲରେ ପଡିଲା ତାଲା । ଅଧିକ ପଢନ୍ତୁ

ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

author img

By

Published : Jan 4, 2022, 5:00 PM IST

ଭଞ୍ଜନଗର: ଶିକ୍ଷକ ବଦଳିକୁ ନେଇ ସ୍କୁଲରେ ପଡିଲା ତାଲା । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଲୁଦୁଲୁଦି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କେଦାର ନାଥ ନାୟକଙ୍କ ବଦଳିକୁ ନେଇ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ତେବେ ଆଜି(ମଙ୍ଗଳବାର) ଏହି କାରଣକୁ ନେଇ ସ୍କୁଲର ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍କୁଲ୍ ଗେଟରେ ତାଲା ପକାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଫଳରେ ସ୍କୁଲର ଅନ୍ୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ବାହାରେ ବସିଥିଲେ । ଗ୍ରାମବାସୀଙ୍କ ଗୋଟିଏ ଜିଦ କେଦାର ସାରଙ୍କ ବଦଳି ବାତିଲ କରାଯାଉ ଏବଂ ପୁନର୍ବାର ଲୁଦୁଲୁଦି ସ୍କୁଲରେ ନିଯୁକ୍ତି କରାଯାଉ । ଏହି ଘଟଣା ନେଇ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନାହାନ୍ତି । ଅନ୍ୟପଟେ ସମ୍ପୃକ୍ତ ସାରଙ୍କ ବଦଳି ବାତିଲ୍ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.