ବ୍ରହ୍ମପୁର: ୱାନ୍ ରାଙ୍କ୍ ୱାନ୍ ପେନସନରେ ଅସମାନତା । ପେନସନ ବ୍ୟବସ୍ଥାରେ ଅସମାନତାକୁ ନେଇ ବ୍ରହ୍ମପୁରରେ ପୂର୍ବତନ ସୈନିକ ସଙ୍ଘ ପକ୍ଷରୁ ପ୍ରତିବାଦ । ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ପୂର୍ବତନ ସୈନିକ ଆନ୍ଦୋଳନକୁ ମଜଭୁତ୍ କରିବା ପାଇଁ ଭେଟେରାନ୍ ଆସୋସିଏସନ୍ସ ଅଫ୍ ଓଡିଶା ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରାଯାଇଥିଲା ।
ଆନ୍ଦୋଳନକାରୀଙ୍କ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟପତି ଓ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଗତ ଫେବୃଆରୀ ୨୦ ତାରିଖରଠାରୁ ଦିଲ୍ଲୀରେ ୱାନ୍ ରାଙ୍କ ୱାନ୍ ପେନସନ୍ ବ୍ୟବସ୍ଥାରେ ରହିଥିବା ଅସମାନତାକୁ ଦୂର କରିବା ପାଇଁ ବିଭିନ୍ନ ରାଜ୍ୟରୁ ସମସ୍ତ ପୂର୍ବତନ ସୈନିକମାନେ ଏକତ୍ରିତ ହେବା ସହିତ ଅନର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି ।
ସେପଟେ ଜିଲ୍ଲା ସ୍ତରରେ ଏଭଳି ଅସମାନତା ଦୂର କରିବା ପାଇଁ ସଙ୍ଘର କର୍ମକର୍ତ୍ତାମାନେ ଦାବୀ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଆୟୋଜିତ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ପ୍ରତିବାଦ ସମୟରେ ସଙ୍ଘର ସଭାପତି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ସରକାରଙ୍କ ଓ.ଆର୍.ଓ.ପି କେବଳ ସେନାରେ ରହିଥିବା ଅଧିକାରୀମାନଙ୍କୁ ପ୍ରଦାନ କରାଯାଉଥିବା ବେଳେ ଏହା କେବଳ ଯବାନ ଜେସିଓଙ୍କୁ ପ୍ରଦାନ କରାଯିବା କଥା ବୋଲି କହିଛନ୍ତି ।
ଏପରିକି ଏହି ଓଆର୍ ଓପି ମାଧ୍ୟମରେ ଦେଶର ଅବସର ଗ୍ରହଣ କରିଥିବା ଯବାନ ଓ ଜେସିଓ ମାନେ ୧୨ଶହରୁ ୧୫ ଶହ କିମ୍ୱା ୧୮ ଶହ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସେନାରୁ ଅବସର ଗ୍ରହଣ କରିଥିବା ଅଧିକାରୀମାନେ ୧୫ରୁ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ପାଉଥିବା ଅଭିଯୋଗ ହୋଇଛି । ଏପରିକି ସରକାରଙ୍କ ମିଲିଟାରୀ ସର୍ଭିସ୍ ପେ କ୍ଷେତ୍ରରେ ସୈନିକ ଓ ଜେ.ସି.ଓ ମାନେ ସୀମାନ୍ତରେ ବା ବଙ୍କରରେ ରହି ଅନେକ କଷ୍ଟରେ ଜୀବନ ବିତାଇଥାନ୍ତି । ଆଉ ଏହି କ୍ଷେତ୍ରରେ ୫୨ଶହ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅଫିସର ମାନେ ୧୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ପାଇଥାନ୍ତି । ଏପରିକି ସେନାବାହିନୀରେ କାର୍ଯ୍ୟରତ ନର୍ସିଂ ସର୍ଭିସରେ କାର୍ଯ୍ୟ କରି ଅବସର ନେଉଥିବା କର୍ମଚାରୀଙ୍କୁ ୧୦ହଜାର ୫୦୦ ଟଙ୍କା ପ୍ରଦାନ କରାଯାଉଥିବାରୁ ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଆନ୍ଦୋଳନକାରୀ ।
କେବଳ ସେତିକି ନୁହେଁ ସେନାରେ କାର୍ଯ୍ୟ କରୁଥିବା ସମୟରେ ଶହୀଦ ହୋଇଯାଉଥିବା ସେନା କର୍ମୀ ଧର୍ମପତ୍ନୀଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବୀରନାରୀ ପେନସନ୍ କେବଳ ୧୨ ହଜାର ଟଙ୍କାରୁ ୧୯ ହଜାର ଟଙ୍କା ମଧ୍ୟରେ ସୀମିତ ରଖା ଯାଇଛି । ହେଲେ ଏହି କ୍ଷେତ୍ରରେ ଅଧିକାରୀମାନଙ୍କ ପତ୍ନୀଙ୍କୁ ୫୭ ହଜାରରୁ ୧ ଲକ୍ଷ ୩୫ ହଜାର ଟଙ୍କା ମିଳୁଥିବା ଆଭିଯୋଗ କରିଛନ୍ତ ଆନ୍ଦୋଳନକରୀ । ତବେ ୱାନ୍ ରାଙ୍କ୍ ୱାନ୍ ପେନସନ ଯୋଜନାରେ ସମାନ ପେନସନ ଦାବି କରିଛନ୍ତି ପୂର୍ବତନ ସୈନିକ ସଙ୍ଘ ।
ଇଟିଭା ଭାରତ, ବ୍ରହ୍ମପୁର