ETV Bharat / state

ପ୍ରଫେସର ସୁନୀଲକାନ୍ତ ବେହେରାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା

author img

By

Published : Dec 27, 2022, 9:56 PM IST

ସ୍ବର୍ଗତ ପ୍ରଫେସର ବେହେରା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗରେ ଦୀର୍ଘ ବର୍ଷ ଅଧ୍ୟାପନା କରିବା ପରେ ୨୦୧୫ ମସିହାରେ ଅବସର ଗ୍ରହଣ କରିଥିଲେ। ଏହା ପରେ ସେ ଆସାମ୍ ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଗଣ ଯୋଗାଯୋଗ ବିଭାଗର ଡ଼ିନ୍‌ ଭାବରେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

professor sunilkanta Behera
professor sunilkanta Behera

ବ୍ରହ୍ମପୁର: ସର୍ବଭାରତୀୟ ସ୍ତରରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ସୁନାମ ଅର୍ଜନ କରିଥିବା ପ୍ରଫେସର ସୁନୀଲ କାନ୍ତ ବେହେରାଙ୍କ ପରଲୋକ । ଆଜି ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ନିଜ ବାସ ଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଏହି ଦୁଖଃଦ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗର ବିଦ୍ୟାର୍ଥୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି।

ସ୍ବର୍ଗତ ପ୍ରଫେସର ବେହେରା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗରେ ଦୀର୍ଘ ବର୍ଷ ଅଧ୍ୟାପନା କରିବା ପରେ ୨୦୧୫ ମସିହାରେ ଅବସର ଗ୍ରହଣ କରିଥିଲେ। ଏହା ପରେ ସେ ଆସାମ୍ ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଗଣ ଯୋଗାଯୋଗ ବିଭାଗର ଡ଼ିନ୍‌ ଭାବରେ ଯୋଗ ଦେଇଥିଲେ। ହେଲେ ଗତବର୍ଷ ସେଠାରୁ ଅବସର ଗ୍ରହଣ କରି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ।

ତାଙ୍କ ବିୟୋଗରେ ରାଜ୍ୟସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ଗଣେଶ୍ବର ସେଠୀ, ଜୟନ୍ତ ପଣ୍ଡା, ବନ୍ଦନା ପଣ୍ଡା, ଚିନୁ ବହିଦାର, କଲିକତା ବିଶ୍ବବିଦ୍ୟାଳୟର ଉମାଶଙ୍କର ପାଣ୍ଡେ, କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଭାଗୀୟ ମୁଖ୍ୟ ପ୍ରଦୋଷ ରଥ, ବାଲେଶ୍ବର ବିଶ୍ବବିଦ୍ୟାଳୟ ବିଭାଗୀୟ ମୁଖ୍ୟ ଡ଼ ଭାରତୀ ବାଳା ପଟ୍ଟନାୟକ, ସିପିଏମ୍‌ର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଙ୍କ ସମେତ ବହୁ ବୁଦ୍ଧିଜୀବି, ସାମ୍ବାଦିକ ଓ ଅଧ୍ୟାପକ/ଅଧ୍ୟାପିକା ଗଭୀର ଶୋକ ପ୍ରକଟ କରିବା ସହ ତାଙ୍କ ମୃତ୍ୟୁରେ ଭାରତୀୟ ସାମ୍ବାଦିକତା ଓ ଗଣ ଯୋଗାଯୋଗ ଆକାଶରେ ଏକ ଉଜ୍ଜ୍ବଳ ତାରକା ହଜିଗଲା ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, 2 ମାସ ପୂର୍ବେ ପ୍ରଫେସର ବେହେରା ମୃତ୍ୟୁ ପରେ ତାଙ୍କ ଶରୀର ଡ଼ାକ୍ତରୀ ଗବେଷଣା ପାଇଁ ଏମ୍‌କେସିଜିର ଆନାଟୋମି ବିଭାଗ କୁ ଦାନ କରିବାକୁ ଇଛାପତ୍ର ସ୍ଵାକ୍ଷର କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବାଙ୍ଗାଲୋର ଠାରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଫେରିବା ପରେ ସ୍ଵର୍ଗତ ବେହେରାଙ୍କ ମୃତଦେହ ଏମ୍‌କେସିଜି ମେଡ଼ିକାଲ୍‌ କଲେଜ୍‌ର ଆନାଟୋମି ବିଭାଗକୁ ଦାନ କରାଯିବ ବୋଲି ପରିବାର ପକ୍ଷରୁ ଜଣାଯାଇଛି।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.