ETV Bharat / state

ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମାନୀ, ଯାହା ଇଚ୍ଛା କରୁଛନ୍ତି ! - ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପରେ ଗ୍ରାମବାସୀ ଅସନ୍ତୁଷ୍ଟ । ଯଦି ଏଠାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି କରାନଯାଏ ତାହାହେଲେ ସ୍କୁଲରେ ତାଲା ପଡିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର
author img

By

Published : Sep 28, 2019, 9:50 PM IST

ଭଞ୍ଜନଗର: ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପରେ ଗ୍ରାମବାସୀ ଅସନ୍ତୁଷ୍ଟ । ଶିକ୍ଷୟତ୍ରୀ ଜଣକ ଧମକ ଚମକ ଦେଇ ସ୍କୁଲରେ ରାଜୁତି ଚଳାଇଥିବା ଅଭିଯୋଗ ହୋଇଛି । ଏ ନେଇ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଭଳି ଘଟଣା ଦେଖିାବକୁ ମିଳିଛି ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସଭାପତି କିମ୍ବା କମିଟିକୁ ଅଣଦେଖା କରି କାର୍ଯ୍ୟକରୁଛନ୍ତି । କେବଳ ଏତିକି ନୁହେଁ ଛାତ୍ରଛାତ୍ରୀଙ୍କୁ ବାଡେଇବା ଏବଂ ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ସ୍କୁଲରେ ଯୋଗଦେବା ଦିନଠାରୁ ପ୍ରତ୍ୟେକ ଦିନ ପରିଚାଳନା କମିଟି ହେଉ କିମ୍ବା ଦୁଇ ଦିବ୍ୟାଙ୍ଗ ଶିକ୍ଷକ ମଧ୍ୟରେ କଳହ ଲାଗି ରହିଛି ।

ଠିକ ଭାବରେ ମଧ୍ୟାହ୍ନ ଭୋଜନ ଦିଆଯାଉନଥିବାବେଳେ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପରଷା ଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପୂର୍ବରୁ ଏହି ପ୍ରଧାନ ଶିକ୍ଷୟତ୍ରୀ ଜଣକ ଯେଉଁ ସ୍କୁଲରେ ଥିଲେ ସେଠାରେ ମଧ୍ୟ ଅନୁରୂପ ମନମୁଖୀ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ପୁଣି ପଙ୍କଳସାହି ସ୍କୁଲରେ ପ୍ରତ୍ୟକ ଦିନ ଅଶାନ୍ତି ଲାଗିରହିଛି, ଯଦି ଏଠାରୁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି କରାନଯାଏ ତାହାହେଲେ ସ୍କୁଲରେ ତାଲା ପଡିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ସେପଟେ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଓ ପରିଚାଳନା କମିଟି ମଧ୍ୟରେ ସମନ୍ବୟ ରହୁନଥିବା କାରଣରୁ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଓ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ହେଉଛି । ଏସମ୍ପର୍କରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ କହିଲେ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ସମ୍ପର୍କରେ ଅବଗତ ଅଛନ୍ତି । ପୂର୍ବରୁ ବିଦ୍ୟାଳୟର ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ତେବ ଏଘଟଣାରେ ତଦନ୍ତ ଚାଲିଛି ତଦନ୍ତ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ କହିଛନ୍ତି ।

ଗଞ୍ଜାମରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor_ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମନମୁଖୀ କାର୍ଯ୍ୟକଳାପରେ ଗ୍ରାମବାସୀ ଅସନ୍ତୁଷ୍ଟ ଶିକ୍ଷୟତ୍ରୀ ଜଣକ ଧମକ ଚମକ ଦେଇ ସ୍କୁଲରେ ରାଜୁତି ଚଳାଇଥିବାବେଳେ ଶିକ୍ଷକ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଏଭଳି ଘଟଣା ଦେଖିବାକୁ ମିଳିଛି ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକବିଦ୍ୟାଳୟରେ

Body:vo_1_ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପଙ୍କଳସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ମନମୁଖୀ କାର୍ଯ୍ୟରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ବିଦ୍ୟାଳୟରେ ମଧ୍ୟାର୍ଣ୍ଣ ଭୋଜନ ଠାରୁ ଆରମ୍ଭକରି ପ୍ରତ୍ୟକ କ୍ଷେତ୍ରରେ ସଭାପତି କିମ୍ବା କମିଟିକୁ ଅଣଦେଖାକରି କାର୍ଯ୍ୟକରିବା ଛାତ୍ର ଛାତ୍ରୀ ଙ୍କୁ ବାଡେଇବା ଏବଂ ଦୁଇଜଣ ଦିବ୍ୟାଙ୍ଗଶିକ୍ଷକଙ୍କୁ ଦୃବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ପ୍ରଧାନ ଶିକ୍ଷୟତ୍ରୀ ଏହି ସ୍କୁଲରେ ଯୋଗଦେବା ଦିନଠାରୁ ପ୍ରତ୍ୟକଦିନ ପରିଚାଳନା କମିଟି ହେଉ କିମ୍ବା ଦୁଇ ଦିବ୍ୟାଙ୍ଗ ଶିକ୍ଷକ ମଧ୍ୟରେ କଳହ ଲାଗିରହିଛି ଛାତ୍ରଛାତ୍ରୀ ମାନକୁ ଠିକ ଭାବରେ ମଧ୍ୟାର୍ଣ୍ଣ ଭୋଜନ ଦିଆଯାଉନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ସ୍କୁଲରେ ମଧ୍ୟାର୍ଣ୍ଣ ଭୋଜନ ଖାଉଥିବା ସମୟରେ କୁକୁର ବୁଲୁଥିବାର ଦେଖିବାକୁ ମିଳିଛି ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଗ୍ରାମବାସୀଅସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବରୁ ଏହି ପ୍ରଧାନ ଶିକ୍ଷୟତ୍ରୀ ଜଣକ ଯେଉଁ ସ୍କୁଲରେ ଥିଲେ ସେଠାରେ ମଧ୍ୟ ଅନୁରୂପ ମାନମୁଖୀ କାର୍ଯ୍ୟ କରିବାରୁ ଗ୍ରାମବାସୀ ଆନ୍ଦୋଳନ କରି ବିଦାକରିଥିଲେ ପୁଣି ପଙ୍କଳସାହି ସ୍କୁଲରେ ପ୍ରତ୍ୟକଦିନ ଅଶାନ୍ତି ଲାଗିରହିଛି ଯଦି ଏଠାରୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି କରାନଯାଏ ତାହାହେଲେ ସ୍କୁଲରେ ତାଲା ପଡିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି
ବାଇଟ-ରଘୁନାଥ ରଣା(ସଭାପତି)
ବାଇଟ -ରବୀନ୍ଦ୍ର ଜେନା (ଗ୍ରାମବାସୀ)
ବାଇଟ-ଅଜୟ ଗୌଡ଼ (ଛାତ୍ର)

Conclusion:vo_2_ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଓ ସହକାରୀ ଶିକ୍ଷକ ଏବଂ ପରିଚାଳନା କମିଟି ମଧ୍ୟରେ ସମନ୍ୱୟ ରହୁନଥିବା କାରଣରୁ ମଧ୍ୟାର୍ଣ୍ଣ ଭୋଜନରେ ଅନିୟମିତତା ଛାତ୍ରଛାତ୍ରୀ ଙ୍କୁ ପାଠ ପଢାରେ ବ୍ୟାଘାତ ଘଟୁଥିବାବେଳେ ଏସମ୍ପର୍କରେ ବୁଗୁଡା ଗୋଷ୍ଠି ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେକହିଲେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟ ସମ୍ପର୍କରେ ଅବଗତ ଅଛନ୍ତି ପୂର୍ବରୁ ବିଦ୍ୟାଳୟର ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ଏଘଟଣାରେ ତଦନ୍ତ ଚାଲିଛି ତଦନ୍ତ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ବିଇଓ କହିଛନ୍ତି
ବାଇଟ-ମମତା ପାତ୍ର(ପ୍ରଧାନ ଶିକ୍ଷୟତ୍ରୀ)
ବାଇଟ-ରସାନନ୍ଦ କର (ବିଇଓ ,ବୁଗୁଡା )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.