ETV Bharat / state

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା, ରୋଗୀଙ୍କୁ ଯୋଗାଇବ ଟେଲି ମେଡିସିନ୍ ସେବା - ବ୍ରହ୍ମପୁର

ସହରାଞ୍ଚଳରେ ରୋଗୀ ସେବାକୁ ଅଧିକ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ରୋଗୀଙ୍କୁ ଏଠାରେ ସ୍ୱାସ୍ଥସେବା ସହିତ ନିଦାନ ସେବା, ମାଗଣାରେ ଔଷଧ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ରହିଛି ସମସ୍ତ ପ୍ରକାର ଚିକିତ୍ସା ସୁବିଧା । ଅଧିକ ପଢନ୍ତୁ...

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା, ରୋଗୀଙ୍କୁ ଯୋଗାଇବ ଟେଲି ମେଡିସିନ୍ ସେବା

author img

By

Published : May 10, 2021, 12:24 PM IST

ବ୍ରହ୍ମପୁର: ସହରାଞ୍ଚଳରେ ରୋଗୀ ସେବାକୁ ଅଧିକ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ରୋଗୀଙ୍କୁ ଏଠାରେ ସ୍ୱାସ୍ଥସେବା ସହିତ ନିଦାନ ସେବା, ମାଗଣାରେ ଔଷଧ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା ଓ ଶିଶୁଙ୍କ ପାଇଁ ରହିଛି ସମସ୍ତ ପ୍ରକାର ଚିକିତ୍ସା ସୁବିଧା । ଦିନକୁ ଦିନ ସହରବାସୀ ଏଭଳି ସହରାଞ୍ଚଳ ସ୍ୱାସ୍ଥକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ବ୍ରହ୍ମପୁର ସହରରେ ରହିଥିବା 8 ଗୋଟି ଏଭଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧିକ ସୁବିଧା ଯୋଗାଯିବ ସେ ନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ।

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା, ରୋଗୀଙ୍କୁ ଯୋଗାଇବ ଟେଲି ମେଡିସିନ୍ ସେବା

ରେଶମ ସହର ବ୍ରହ୍ମପୁରରେ ଦିନକୁ ଦିନ ରୋଗୀଙ୍କ ଏକ ଭରସା ପାଲଟିବାକୁ ଯାଉଛି ସରକାରଙ୍କ ଦ୍ୱାରା ନବନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ । ସହରର ବିଭିନ୍ନ ସ୍ଥାନରେ ଥିବା ଏଭଳି କେନ୍ଦ୍ରରେ ନିୟମିତ ଭାବରେ ବିଭିନ୍ନ ପ୍ରକାର ରୋଗ ପାଇଁ ସହରର ବସ୍ତିବାସିନ୍ଦାଙ୍କ ଠାରୁ ଆରମ୍ଭ ବିଭିନ୍ନ ବର୍ଗର ରୋଗୀ ମାନେ ଏଠାରେ ସୁବିଧାରେ ସ୍ବାସ୍ଥ୍ୟସେବା ପାଇପାରୁଛନ୍ତି । ଏପରିକି ଗର୍ଭବତୀ ମହିଳାଙ୍କଠାରୁ ଆରମ୍ଭ କରି ଶିଶୁ ଏବଂ ବୟସ୍କଙ୍କ ପାଇଁ କେନ୍ଦ୍ରରେ ପରିସ୍କାର ପରିଚ୍ଛନ୍ନତା ଠାରୁ ଆରମ୍ଭ କରି ମାଗଣାରେ ଔଷଧ ମିଳୁଥିବାରୁ ପ୍ରତେକ ଦିନ ଜମିଥାଏ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଭିଡ । ଏହାରି ମଧ୍ୟରେ ଏଭଳି ସହରାଞ୍ଚଳ ସ୍ୱାସ୍ଥକେନ୍ଦ୍ରରେ ଖୁବ୍ ଶ୍ରୀଘ୍ର ଆରମ୍ଭ ହେବାକୁ ଯାଉଛି ଟେଲି ମେଡିସେନ୍ ସେବା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଇ-ସଞ୍ଜିବନୀ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବ୍ରହ୍ମପୁରର ଏମକେସିଜି ଏବଂ ନଗର ହସପିଟାଲକୁ ରୋଗୀଙ୍କୁ ନପଠାଇ ଭିଡିଓ ମାଧ୍ୟମରେ ଯେପରି ସେବା ପ୍ରଦାନ କରାଯାଇପାରିବ ସେ ନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

ସେପଟେ କେବଳ ଚିକିତ୍ସା ନୁହେଁ ବିଭିନ୍ନ ରୋଗର ନିଦାନ ପାଇଁ ପାଥୋଲୋଜି ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ଏବଂ ବର୍ତ୍ତମାନର କୋଭିଡ ସମୟରେ ସାଧାରଣ ଜନତାଙ୍କ ଟୀକାକରଣ କାର୍ଯ୍ୟରେ ସହରାଞ୍ଚଳ ସ୍ୱାସ୍ଥକେନ୍ଦ୍ରର ରହୁଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସହରର ନଗର ଚିକିତ୍ସାଳୟକୁ ଡେଡିକେଟେଡ୍ କୋଭିଡ ଚିକିତ୍ସା କରାଯାଇଥିବା ବେଳେ ଏଭଳି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କୋଭିଡ ବ୍ୟତିତ ଅନ୍ୟ ସମସ୍ତ ରୋଗ ପାଇଁ ବ୍ୟକ୍ତିବିଶେଷ ମାନେ ବେଶ୍ ନିର୍ଭର କରୁଥିବା ଦେଖାଯାଇଛି । ସେପଟେ ସହରାଞ୍ଚଳରେ ଟେଲି ମେଡିସେନ୍ ସେବାକୁ ପରିଚାଳନା କରିବା ପାଇଁ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯାଇଥିବା ବେଳେ ଏହା ଖୁବ୍ ଶ୍ରୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି କର୍ମଚାରୀ ।

ବ୍ରହ୍ମପୁର ସହରରେ ରହିଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ସାଙ୍ଗକୁ ପରିସରର ସଫେଇ ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଇତି ମଧ୍ୟରେ ବ୍ରହ୍ମପୁରର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଇଏସଓ ମାନ୍ୟତା ଦିଆଯାଇଛି । ସହରର ଆସିକା ରୋଡ ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥକେନ୍ଦ୍ର ଓ ଆମ୍ୱପୁଆ ସହରାଞ୍ଚଳର ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.