ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ଜନ ଗହଳିପୂର୍ଣ୍ଣ ବଜାର ସାହିରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସ ଲୁଟ ଘଟଣାରେ ଆସିକା ପୋଲିସକୁ ମିଳିଛି ସଫଳତା । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ କୁମାର ଦଳାଇ।ଗତ ଡିସେମ୍ବର ୧୫ରେ ହୋଇଥିଲା ଡକାୟତି ଘଟଣା । ସୁନା ଦୋକାନ ମାଲିକ ପ୍ରଭାକର ପାତ୍ର ଓ ତାଙ୍କ ଝିଅଙ୍କୁ ମାଉଜର ଦେଖାଇବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ଅଳଙ୍କାର ଲୁଟିଥିଲେ ଦୁର୍ବୃତ୍ତ ।
ଏନେଇ ଘଟଣା ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା । ଏହାର ୧୫ଦିନ ପରେ ସଂପୃକ୍ତ ଡ଼କାୟତ ଙ୍କୁ ଗିରଫ କରିଥିଲା ଆସିକା ପୋଲିସ । ତେବେ ସମୁଦାୟ ଡକାୟତି ଘଟଣା ପୂର୍ବ ଯୋଜନା ମୁତାବକ କରାଯାଇଥିଲା ବୋଲି ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ ନିଜ ପ୍ରତିକ୍ରିୟାରେ କହିଥିଲେ ।
ଇଟିଭି ଭାରତ, ଭଞ୍ଜନଗର