ETV Bharat / state

କୋଭିଡ୍ ଦ୍ବିତୀୟ ପ୍ରବାହ ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ବୈଠକ - ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଗଞାମ ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଟୀକା କିମ୍ବା ଔଷଧ ଲୋକଙ୍କ ନିକଟରେ ପହଞ୍ଚିନାହିଁ ତେଣୁ ସାମାଜିକ ଦୂରତ୍ବ, ମାସ୍କ ପରିଧାନ, ହାତ ଧୋଇବା ସାନିଟାଇଜର୍ ଦ୍ବାରା ହିଁ ସୁରକ୍ଷିତ ରହିପାରିବା । ଅଧିକ ପଢନ୍ତୁ...

କୋଭିଡ୍ ଦ୍ବିତୀୟ ପ୍ରବାହ ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ବୈଠକ

author img

By

Published : Nov 3, 2020, 3:58 AM IST

ବ୍ରହ୍ମପୁର: ବିଶ୍ବର ଅଧିକାଂଶ ଦେଶରେ ଦ୍ବିତୀୟ ଏବଂ ତୃତୀୟ କୋଭିଡ୍ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଯାଇଛି । ଯାହାକି ଭିନ୍ନ ଧରଣର ପ୍ରବାହ ଏବଂ ଏହି ପ୍ରବାହ ସଂକ୍ରମିତ ହେଲେ ଜୀବନ ପ୍ରତି ବିପଦ ଦେଖା ଦେଉଛି । ଯଦି ଏହି ପ୍ରବାହ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୁଏ ତେବେ ତାହାକୁ ସମ୍ଭାଳିବା କଷ୍ଟକର ହୋଇପଡିବ । ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ କରିବାର ସମୟ ଆସୁଛି । ଏହି ସମୟରେ ଯଦି ଦ୍ବିତୀୟ ପ୍ରବାହ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢେ ତେବେ ଏହାକୁ ପରିଚାଳନା କରିବା ଦିଗରେ ପୁଣି ସମସ୍ତ ପ୍ରଶାସନିକ ଶକ୍ତି ବିନିଯୋଗ ହେବ । ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିବ । ଏଣୁ ପ୍ରବାହକୁ ରୋକିବା ଦିଗରେ ସତର୍କତା ହିଁ ମୁଖ୍ୟ ଆୟୁଧ ।

କୋଭିଡ୍ ଦ୍ବିତୀୟ ପ୍ରବାହ ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ବୈଠକ
କୋଭିଡ୍ ଦ୍ବିତୀୟ ପ୍ରବାହ ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ବୈଠକ

ଗଞାମ ଜିଲ୍ଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି କରିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଯେଉଁ ମାନଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି ସେମାନେ ମଧ୍ୟ ଏହି ନୂତନ ଭାଇରସ୍ ଦ୍ବାରା ସଂକ୍ରମିତ ହେବାର ସମ୍ଭାବନା ରହିଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେ ପର୍ଯ୍ୟନ୍ତ ଟୀକା କିମ୍ବା ଔଷଧ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିନାହିଁ । ସେ ପର୍ଯ୍ୟନ୍ତ ପ୍ରଥମେ ସଚେତନତା କରାଯିବ ଏବଂ ଦ୍ବିତୀୟରେ ଚଢାଉ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମାଜିକ ଦୂରତ୍ବ, ମାସ୍କ ପରିଧାନ, ହାତ ଧୋଇବା ସାନିଟାଇଜର୍ ବ୍ୟବହାର କରିବା ଅଭ୍ୟାସ ଦ୍ବାରା ହିଁ ଜିଲ୍ଲାବାସୀ ସଂକ୍ରମଣରୁ ବର୍ତ୍ତି ପାରିଛନ୍ତି । ଏହି ଅଭ୍ୟାସ ଜାରି ରଖିବାକୁ ହେବ, ସେଥି ସକାଶେ ସତର୍କ କରାଇବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ଜଣାଇଛନ୍ତି । ପଞ୍ଚସୂତ୍ରୀ ବିରକ୍ତିକର ଲାଗୁଛି କିନ୍ତୁ ତାହାଦ୍ବାରା ଜନ ଜୀବନ ବିପଦମୁକ୍ତ ହେଉଛି । ଟେଷ୍ଟିଂ ସଂଖ୍ୟା ବୃଦ୍ଧି, ସୁପର ସ୍ପ୍ରେଡର୍ ଚିହ୍ନଟ, ସଂକ୍ରମିତ ବ୍ୟକ୍ତିଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ, ଗ୍ରାମ ପଞ୍ଚାୟତ ସ୍ତରରେ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ, ବଡ ଦୋକାନ କିମ୍ବା ମଲ୍ ଗୁଡିକରେ ଅକ୍ସି ମିଟର ଓ ଥର୍ମାଲ୍ ସ୍କ୍ରିନିଂ ସୁନିଶ୍ଚିତ କରିବା, କୋଭିଡ୍ ମନିଟର୍ ଓ କୋଭିଡ୍ ସଖୀ ପ୍ରଶିକ୍ଷଣ ଏବଂ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଇତ୍ୟାଦି ସମସ୍ତ ବିଷୟକୁ ପାଳନ ଦିଗରେ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ଗୁଡିକ ଖୋଲାଯିବ ନାହିଁ ।

ସେହିପରି ବର୍ତ୍ତମାନ ପିକନିକ୍ ବା ବଣଭୋଜି ସମୟ ଏଣୁ ପିକନିକ୍ ସ୍ଥାନ ଗୁଡିକରେ ଗହଳିପୂର୍ଣ୍ଣ ବଣଭୋଜି, ମ୍ୟୁଜିକ୍ କୁ ଜିଲ୍ଲା ପ୍ରଶାସନ ଦ୍ବାରା ବାରଣ କରାଯାଇଛି । ପିକନିକ୍ ସ୍ଥାନକୁ ସ୍ବଳ୍ପ ଲୋକଯାଇ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଏହି କାର୍ଯ୍ୟରେ ତହସିଲଦାରମାନେ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଫୋନ୍ ନମ୍ବର ଜାରି କରାଯିବ ଯଦି ପିକନିକ୍ ସ୍ପଟରେ ଗହଳିପୂର୍ଣ୍ଣ ବାତାବରଣ ଦେଖାଯାଉଛି, କୋଭିଡ୍ ନିୟମର ପାଳନ ହେଉ ନାହିଁ ତେବେ ଜନ ସାଧାରଣ ଉକ୍ତ ନମ୍ବରକୁ ଫୋନ୍ କରି ଜଣାଇପାରିବେ । ସରକାରୀ ଅଧିକାରୀଗଣ ୫୦ ପ୍ରତିଶତ ସମୟ କାର୍ଯ୍ୟାଳୟରେ ରହି ୫୦ ପ୍ରତିଶତ ସମୟ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିବା ସକାଶେ ଫିଲ୍ଡ ଭିଜିଟ୍ କରିବାକୁ କୁହାଯାଇଛି । ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ତାହାର ଉପଯୋଗ ଯେପରି ଶତପ୍ରତିଶତ ହେବ ତାହାକୁ ନେଇ ପରିଚାଳନା କରିବାକୁ ଜିଲ୍ଲାପାଳ ଜଣାଇଛନ୍ତି । ସେହିପରି ଜିଲ୍ଲାରେ ଥିବା ୨୪ ଗୋଟି ଆହାର କେନ୍ଦ୍ର ଆରମ୍ଭ କରାଯାଇଛି । ଆହାର କେନ୍ଦ୍ର ନିକଟରେ ଜଣେ ସ୍ବାସ୍ଥ୍ୟ କର୍ମୀ ମୁତୟନ କରି ତଥ୍ୟ ସଂଗ୍ରହ ନିମନ୍ତେ ରେଜିଷ୍ଟର୍, ଅକ୍ସି ମିଟର, ଥର୍ମାଲ୍ ସ୍କ୍ରିନିଂ ଯନ୍ତ୍ର ରଖିବାକୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.