ETV Bharat / state

Pre-Panchayat Poll Violence: ନାମାଙ୍କନ ଦାଖଲ ବେଳେ ଗୋଷ୍ଠୀ ସଂଘର୍ଷ, 4 ଆହତ - ନାମାଙ୍କନ ଦାଖଲ ବେଳେ ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗଞ୍ଜାମ ଜିଲ୍ଲା ଧରାକୋଟରେ ଆରମ୍ଭ ହେଲାଣି ରାଜନୈତିକ ହିଂସା l ଦୁଇଗୋଷ୍ଠୀ ମଧ୍ୟର ସଂଘର୍ଷ ଘଟି 4 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

PanchayatPoll
PanchayatPoll
author img

By

Published : Jan 18, 2022, 9:02 PM IST

ଭଞ୍ଜନଗର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗଞ୍ଜାମ ଜିଲ୍ଲା ଧରାକୋଟରେ ଆରମ୍ଭ ହେଲାଣି ରାଜନୈତିକ ହିଂସା l ଦୁଇଗୋଷ୍ଠୀ ମଧ୍ୟର ସଂଘର୍ଷ ଘଟି 4 ଜଣ ଆହତ ହୋଇଛନ୍ତି ।

PanchayatPoll: ନାମାଙ୍କନ ଦାଖଲ ବେଳେ ଭଞ୍ଜନଗରରେ ଗୋଷ୍ଠୀ ସଂଘର୍ଷ

ନାମାଙ୍କନ ଦାଖଲର ଦ୍ବିତୀୟ ଦିନ ହୋଇଥିବା ବେଳେ ଆଜି ନାମାଙ୍କନ ଦାଖଲ ଲାଗି ଧରାକୋଟ ଥାନା ମୁଣ୍ଡମରାଇରେ ଦେଖାଯାଇଛି ଗୋଷ୍ଠୀ ସଂଘର୍ଷ l ଆଜି ସକାଳୁ ମୁଣ୍ଡମରାଇ ବସଷ୍ଟାଣ୍ଡ ନିକଟରେ ନାମାଙ୍କନ ଦାଖଲ ଲାଗି ଯାଉଥିବା ଗୋଷ୍ଠୀ ଉପରେ ଆଉ ଗୋଟିଏ ଗୋଷ୍ଠୀର ଲୋକେ ଅତର୍କିତ ଆକ୍ରମଣ କରିଥିଲେ l ଦିନ ଦ୍ବି-ପ୍ରହରରେ ବାସଷ୍ଟାଣ୍ଡ ଉପରେ ଦଶରୁ ଉର୍ଦ୍ଧ୍ବ ଯୁବକ ଠେଙ୍ଗା ଓ ଖଣ୍ଡାରେ ଅତର୍କିତ ଆକ୍ରମଣ କରିଥିଲେ l

ଘଟଣା ଦେଖି ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବନ୍ଦ ହୋଇଯାଇଥିଲା। ଏହାସହ ଜନଶୂନ୍ୟ ହୋଇଯାଇଥିଲା ମୁଣ୍ଡମରାଇ ଛକ l ଆହାତ ମାନେ ଘଟଣାସ୍ଥଳରେ ପଡିଥିବବେଳେ ଖବର ପାଇ ଧରାକୋଟ ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କରି ତଦନ୍ତ ଜାରି ରଖିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.