ETV Bharat / state

ଗଞ୍ଜାମ ପ୍ରମୋଦିନୀ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Dec 30, 2020, 11:02 PM IST

Updated : Dec 31, 2020, 10:36 AM IST

ଗଞ୍ଜାମ ଜିଲ୍ଲା କେ ନୂଆଗାଁ ପ୍ରମୋଦିନୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ଗଞ୍ଜାମ ପ୍ରମୋଦିନୀ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ଗଞ୍ଜାମ ପ୍ରମୋଦିନୀ ହତ୍ୟାକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ପ୍ରମୋଦିନୀ ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ଦୀର୍ଘଦିନର ତଦନ୍ତ ପରେ ପୋଲିସ ଏହି ଘଟଣାର ହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିବା ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ସତ୍ୟବ୍ରତ ଭୋଇ । ଉକ୍ତ ଗ୍ରାମର ପ୍ରଶାନ୍ତ ବେହେରା ହିଁ ହତ୍ୟାକାରୀ ବୋଲି ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିବା ଜଣାପଡିଛି ।

ଗଞ୍ଜାମ ପ୍ରମୋଦିନୀ ହତ୍ୟାକାଣ୍ଡ ଘଟଣା

ଏନେଇ ସମସ୍ତ ପ୍ରକାର ପ୍ରମାଣ ରହି ଥିବାବେଳେ ଅଭିଯୁକ୍ତ ମଧ୍ୟ ପୋଲିସ ସମ୍ମୁଖରେ ସ୍ବୀକାର କରିଥିବା କୁହାଯାଉଛି । ଘଟଣା ଦିନ ଅଭିଯୁକ୍ତ ଜଣକ ପ୍ରମୋଦିନୀ ପ୍ରତି ଆକୃଷ୍ଟ ହୋଇ ନଦୀରେ ଗାଧୋଇବାବେଳେ ଲୁଚି ଦେଖିବା ସହ ତାଙ୍କୁ ଏକାକୀ ପାଇ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପ୍ରମୋଦିନୀ ପାଟି କରି ନିଜ ମାଆକୁ ଡାକିବା ସମୟରେ ଅଭିଯୁକ୍ତ ପ୍ରକାଶ ଭୟରେ ପ୍ରମୋଦିନୀକୁ ପାଣିରେ ବୁଡାଇ ହତ୍ୟା କରିଥିଲା । ଏହି ସମୟରେ ଲକଡ଼ାଉନ ଚାଲିଥିବା ଯୋଗୁଁ ତଦନ୍ତରେ ବାଧା ସୃଷ୍ଟି ହୋଇଥିଲା । ଏହାର ସୁଯୋଗ ନେଇଥିଲା ଅଭିଯୁକ୍ତ ପ୍ରକାଶ ଫେରାର ହୋଇଯାଇଥିଲା ।

ପରେ ପୋଲିସ ତଦନ୍ତ ଜାରିରଖି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ତାଙ୍କୁ କୋର୍ଟଚାଲାଣ ମଧ୍ୟ କରିଛି ପୋଲିସ । ପୋଲିସର ଏହି ତଦନ୍ତରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ ମିଶ୍ର ଉପସ୍ଥିତ ରହି ଥିବାବେଳେ ଏହି ଘଟଣାକୁ ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଓ ପ୍ରଶାନ୍ତ ମିଶ୍ର, ଚିକିଟି ଏସଡିପିଓ ପ୍ରକାଶ ଜେନା, ନୂଆଗାଁ ଥାନାଧିକାରୀ ମାଧବାନନ୍ଦ ନାୟକ, ଦିଗପହଣ୍ତି ଥାନାଧିକାରୀ ବସନ୍ତ ସେଠୀ ପ୍ରମୁଖ ତଦନ୍ତରେ ସାମିଲ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Dec 31, 2020, 10:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.