ବ୍ରହ୍ମପୁର: କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଚାକିରି ନାଁରେ ଠକାମି ମାମଲା ଅଭିଯୋଗରେ ହାଜର ହୋଇଛନ୍ତି 3 ଜଣ । ତେବେ ଶୁଣାଣି ସମୟରେ ଅଭିଯୋଗକାରୀଙ୍କ ବିରୋଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପ୍ରଦୀପଙ୍କ ଓକିଲ ।
ଶୁଣାଣି ସମୟରେ ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ଯେ, ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ମାମଲା ଦେବାପାଇଁ ପୋଲିସ କର୍ମଚାରୀଙ୍କୁ ହିଁ ଢାଲ କରାଯାଉଛି । ଜଣେ ପୋଲିସ କନଷ୍ଟେବଳ ତାଙ୍କ ପୁଅର ଚାକିରି ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ 6 ଲକ୍ଷ ଟଙ୍କା ଦେଇଥିଲେ । ସେ ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ଚାକିରି ପାଇଁ ଲାଞ୍ଚ କିପରି ଦେଲେ । ମାମଲା ଗତ ଅଗଷ୍ଟ ମାସରେ ଘଟିଥିଲେ ମଧ୍ୟ କନଷ୍ଟେବଳ ସେତେବେଳେ ଅଭିଯୋଗ ନକରି 8 ମାସ ପରେ ଅଭିଯୋଗ କରିବାକୁ ନେଇ ପ୍ରଶ୍ନ କରିଛନ୍ତି ପ୍ରଦୀପଙ୍କ ଓକିଲ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାମଲାରେ ହସ୍ତକ୍ଷେପ କରି ଦୋଷୀକୁ ଦଣ୍ଡ ପ୍ରଦାନ କରନ୍ତି ବୋଲି ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ